ଘୁରି ବୁଲୁଛି ପାଗଳା କୁକୁର : ଲୋକେ ଆତଙ୍କିତ, ଆହତମାନେ ଡ଼ାକ୍ତରଖାନାରେ ଭର୍ତ୍ତି
ଲାଞ୍ଜିଗଡ,୧୫/୭: ଲାଞ୍ଜିଗଡ ଠାରେ ଗୋଟିଏ ପାଗଳା କୁକୁର ଆତଙ୍କ ସୃଷ୍ଟି କରିଛି। ଏହି କୁକୁର ଅଞ୍ଚଳର ୧୦ ଜଣଙ୍କୁ କାମୁଡି ବର୍ତ୍ତମାନ ଘୁରି ବୁଲୁଥିବା ଯୋଗୁଁ ଲୋକେ ଭୟଭୀତ ହୋଇ ପଡିଛନ୍ତି। ମଙ୍ଗଳବାର ଲାଞ୍ଜିଗଡ ଅଞ୍ଚଳର ଭାଟଗୁଡା ଗ୍ରାମର ଅମିତ ମାଝୀ(୧୩)ଙ୍କୁ ପ୍ରଥମେ କୁକୁର କାମୁଡିବା ପରେ ଗୋଇପଟା ଗ୍ରାମର କ୍ଷୀରାବତୀ ମାଝୀ(୮) ଓ କ୍ଷୀରସିନ୍ଧୁ ମାଝୀ(୧୮), ଗୋଟିଏ ହଂସ ଓ ବିରାଡ଼ିକୁ କାମୁଡିବା ପରେ ବଳଭଦ୍ରପୁରର ଅମିତ ମାଝୀ (୧୩) ଓ କଳାମତୀ ଚଣ୍ଡୀ(୬୫)ଙ୍କୁ କାମୁଡି ଥିଲା। ଆଜି (ବୁଧବାର) ସକାଳେ ଲାଞ୍ଜିଗଡ ପାତ୍ର ପଡ଼ାର ଭୈରଵ ପୁଝାରୀ ଗୋପାଳ ପାତ୍ର(୮୦)ମହାଦେବ ପଡ଼ାର ପଦ୍ମା ହରିଜନ(୫୫), ବଡ ପଡ଼ାର ସୁଭଦ୍ରା ନାଏକ(୫୦), ରାଜା ପଡ଼ାର ବିଭୁତି କୁମାର(୫୦) ଓ ସରଜିନି ସିଂ(୨୮)ଙ୍କୁ କାମୁଡି ଥିଲା। ବର୍ତ୍ତମାନ ଏମାନେ ଲାଞ୍ଜିଗଡ ସରକାରୀ ମେଡିକାଲରେ ଚିକିତ୍ସିତ ହେଉଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBar.in