+୨ ନାମ ଲେଖା ପାଇଁ ଆଦର୍ଶ ବିଦ୍ୟାଳୟରେ ଆବେଦନ କଲେ ଛାତ୍ରଛାତ୍ରୀ

କୋକସରା,୪/୮: ଚଳିତ ଶିକ୍ଷା ବର୍ଷରେ ଆଦର୍ଶ ବିଦ୍ୟାଳୟ ଠାରେ ନାମ ଲେଖା ପାଇଁ ଆବେଦନ ଆରମ୍ଭ ହେଇ ଥିବାରୁ ଛାତ୍ର ଛାତ୍ରୀ, ବୁଦ୍ଧିଜୀବି, ସଚେତନ ନାଗରିକ ଓ ଅଭିଭାବକଙ୍କ ମହଲ ରେ ଉତ୍ସୁକତା ଦେଖାଦେଇଛି । କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଛକ ଠାରେ ଥିବା ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଚଳିତ ଶିକ୍ଷା ବର୍ଷ ଠାରୁ ଏକାଦଶ ଶ୍ରେଣୀ ଅଧ୍ୟୟନ ପାଇଁ ଅଗଷ୍ଟ ୪ ମଙ୍ଗଳବାରୁ ଆବେଦନ ଆରମ୍ଭ ହୋଇଛି । ଆଦର୍ଶ ବିଦ୍ୟାଳୟରେ ଯୁକ୍ତ ଦୁଇ ଖୋଲିବାକୁ ଅଞ୍ଚଳବାସୀ ପୂର୍ବରୁ ଦାବି କରି ଆସୁଥିଲେ ଆଜି ତାହା ବାସ୍ତବତା ର ରୁପ ନେଇଛି l ୨୯୧୬ ମସିହାରୁ ଆଦର୍ଶ ବିଦ୍ୟାଳୟ ଶିକ୍ଷା ଆରମ୍ଭ ହୋଇଥିବା ବେଳେ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସିବିଏସଇ ଇଂରାଜୀ ମାଧ୍ୟମରେ ଶିକ୍ଷାଦାନ କରିବା ସୁଯୋଗ ମିଳିଥିଲା । ଦଶମ ପରେ ପାସ କରିଥିବା ଛାତ୍ର ଛାତ୍ରୀଙ୍କୁ ବାହାରେ ପଢିବାକୁ ପଡୁଥିଲା, ଯାହା ଫଳରେ ଅଭିଭାବକଙ୍କୁ ମାନସିକ ଓ ଆର୍ଥିକ ବୋଝ ପଡୁଥିଲା । କିନ୍ତୁ ଚଳିତ ଶିକ୍ଷାବର୍ଷରୁ ଯୁକ୍ତ ଦୁଇ ଶିକ୍ଷା ଆରମ୍ଭ ହେବା ପରେ ଛାତ୍ର ଛାତ୍ରୀଙ୍କ ପାଇଁ ନୂତନ ସୁଯୋଗ ସୃଷ୍ଟି ହୋଇଛି । ଏବର୍ଷ ଏକାଦଶ ଶ୍ରେଣୀ ପାଇଁ 80 ସିଟ ରହିଛି । ଦଶମ ପାସ କରିଥିବା ଆଦର୍ଶ ବିଦ୍ୟାଳୟ ସମେତ ଅନ୍ୟ ଛାତ୍ର ଛାତ୍ରୀ ଆବେଦନ କରିପାରିବେ, ତେବେ ଏହି ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିବା ଦଶମ ଶ୍ରେଣୀ ଛାତ୍ର ଛାତ୍ରୀଙ୍କୁ ଅଗ୍ରାଧିକାର ଭିତ୍ତିରେ ଓ ଜିଲ୍ଲାର ଅନ୍ୟ ଆଦର୍ଶ ବିଦ୍ୟାଳୟରୁ ଦଶମ ପାସ ଛାତ୍ର ଛାତ୍ରୀଙ୍କୁ ପ୍ରଥମେ ସୁଯୋଗ ଦିଆଯିବ ଏହା ବ୍ୟତୀତ ବିଏସଇ ଓ, ଆଇସିଏସଇ ବୋର୍ଡ଼ରେ ଉତ୍ତୀର୍ଣ୍ଣ ପିଲା ମଧ୍ୟ ଆବେଦନ କରିପାରିବେ ବୋଲି ବିଦ୍ୟାଳୟର ଅଧ୍ୟକ୍ଷ ରଣଜିତ ବାରିକ ସୂଚନା ଦେଇଛନ୍ତି । ନିଜ ବ୍ଲକରେ ଏକାଦଶରେ ପଢିବା ସୁଯୋଗ ମିଳିଥିବାରୁ ଛାତ୍ର ଛାତ୍ରୀ ମାନେ ମଧ୍ୟ ବେଶ ଖୁସି ଅଛନ୍ତି ।

Omkar Vasthu
Omkar Vasthu

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.