ଲାଞ୍ଜିଗଡ଼ ବ୍ଲକରେ ୧୨ଟି ଗାଁ କଣ୍ଟେନମେଣ୍ଟ ଜୋନ, ୩୦ଟି ଗାଁ ବଫର ଜୋନ୍

ଲାଞ୍ଜିଗଡ଼,୪/୮: ଲାଞ୍ଜିଗଡ଼ ବ୍ଲକରେ କିଛି ଦିନ ମଧ୍ୟରେ ୫୫ରୁ ଉର୍ଦ୍ଧ୍ବ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ କଳାହାଣ୍ଡି ଜିଲ୍ଲାପାଳ ଡା. ଗାଭାଲି ପରାଗ ହର୍ଷଦ ବ୍ଲକର ଲାଞ୍ଜିଗଡ଼ ରୋଡ଼, ବିଶ୍ୱନାଥପୁର ଓ ଲାଞ୍ଜିଗଡ଼ ପଞ୍ଚାୟତର ୧୨ଟି ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରିଛନ୍ତି। ଆଖପାଖ ୩୦ ଟି ଗାଁକୁ ବଫରଜୋନ୍ ଘୋଷଣା କରିଛନ୍ତି।ଲାଞ୍ଜିଗଡ଼ ରୋଡ଼ ପଞ୍ଚାୟତର ଲାଞ୍ଜିଗଡ଼ ରୋଡ଼ ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଖ ପାଖ ୭ଟି ଗାଁ ଗଜରାଜପୁର, ମହେଶ୍ୱର ପୁର, କାକଭଟା, ସିକେରକୁପା, ମାଡିବନ୍ଧା, ବାଘନୀପଦର ଓ ଦୂରଭଟା ଗାଁକୁ ବଫରଜୋନ୍ ଘୋଷଣା କରାଯାଇଛି।

ସେହିପରି ବିଶ୍ୱନାଥପୁର ପଞ୍ଚାୟତର ୫ଟି ଗାଁ ବିଶ୍ୱନାଥପୁର, ବକଟପୁର, ଡୁମେରମୁଣ୍ଡା, ସୀତାପୁର, ଧଅରା ଭଟା ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଥିବା ବେଳେ ଆଖପାଖର ୭ଟି ଗାଁ ପୋଖରୀବନ୍ଧ, ହାତିଶାଳ, କନ୍ଧାଟପ, ବଡଜାମକେଜୁ, ଜାମକେଜୁ, ହରିହରପୁର ଓ ଗୋଲମବନ୍ଧ ଗାଁକୁ ବଫର ଜୋନ ଘୋଷଣା କରାଯାଇଛି।

ସେହିପରି ଲାଞ୍ଜିଗଡ଼ ପଞ୍ଚାୟତର ୬ଟି ଗାଁ ଲାଞ୍ଜିଗଡ଼, ନାରାୟଣପୁର, ଡଙ୍ଗରପଡା, ଜଗନ୍ନାଥ ପୁର, ବେଦାନ୍ତ ଟାଉନସିପ ଓ ବଳଭଦ୍ର ପୁର ଗାଁକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇଛି। ଏହାର ଆଖପାଖ ୧୬ ଟି ଗାଁ ଗୋଇପଟା, ଟାଙ୍ଗନକନା, କାଶିବାଡ଼ି, କେନ୍ଦୁଗୁଡା, ଭଟାଗୁଡା, ମାଈକୁକୁଡାଘର, ବୁନ୍ଦେଲ, ଛତ୍ରପୁର, ବୋରଭଟା, କୋଠଦୁଆର, ରେଙ୍ଗପାଲି, ବସନ୍ତପଡା, ବନ୍ଧଗୁଡା, ସିନ୍ଧିବାହିଲି, କଂସାରି ଓ କଦମଗୁଡା ଗାଁକୁ ବଫରଜୋନ୍ ଭାବରେ ଘୋଷଣା କରାଯାଇଛି। କଣ୍ଟେନମେଣ୍ଟ ଜୋନ ଘୋଷିତ ଗାଁ ଗୁଡିକରେ କେବଳ ଜରୁରୀ ସ୍ୱାସ୍ଥ୍ୟ ସେବା ବ୍ୟତୀତ ଅନ୍ୟ ସମସ୍ତ ଜାନ ବାହାନ ଚଳାଚଳ ସମ୍ପୁର୍ଣ୍ଣ ବନ୍ଦ, ଦୋକାନ ବଜାର, ସମସ୍ତ ସରକାରୀ ବେସରକାରୀ ଅନୁଷ୍ଠାନ ବନ୍ଦ ରଖିବା ସହ ସମସ୍ତ ଅଧିବାସୀମାଙ୍କୁ ଘରୁ ନବାହାରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସେହିପରି ବଫରଜୋନ୍ ଘୋଷିତ ଗାଁ ଗୁଡିକରେ ସାମାଜିକ ଦୂରତା ରକ୍ଷା କରି ଜରୁରୀ କାମ ବ୍ୟତୀତ ଅନ୍ୟ ସମସ୍ତ ଜନସାଧାରଣଙ୍କ ଚଳପ୍ରଚଳ ଉପରେ ସ୍ଥିତିବନ୍ଧକ କରାଯାଇଛି।ଭବାନୀପାଟଣା ଉପ ଜିଲ୍ଲାପାଳ କଣ୍ଟେନମେଣ୍ଟ ଜୋନ ଅଞ୍ଚଳ ଦାଇତ୍ୱରେ ଥିବା ବେଳେ ଲାଞ୍ଜିଗଡ଼ ତହସିଲଦାର ଆଇନଶୃଙ୍ଖଳା ଦାଇତ୍ଵ ରେ ରହିବେ କଣ୍ଟେନମେଣ୍ଟ ଏବଂ ବଫରଜୋନ୍ ଗୁଡିକରେ ଅତ୍ୟାବଶ୍ୟକ ସାମଗ୍ରୀ ଓ ଚିକିତ୍ସା ସେବା ଯୋଗାଣ ଯେପରି ବ୍ୟାହତ ନହୁଏ ତାହା ଲାଞ୍ଜିଗଡ଼ ବିଡ଼ିଓ ତଦାରଖ କରିବେ। କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ୍ ଜୋନ ଗୁଡିକରେ ସଂକ୍ରମିତଙ୍କ କଣ୍ଟାକ୍ଟକୁ ଟ୍ରେସିଂ ଓ ନିରୀକ୍ଷଣ ତ୍ୱରାନ୍ୱିତ କରିବା ପାଇଁ ସିଡିଏମଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।ଏଥିସହ କରୋନା ସଂକ୍ରମଣ ରୋକିବା ଦିଗରେ କଣ୍ଟେନମେଣ୍ଟ ଜୋନ ଓ ବଫରଜୋନ୍ ଜୋନର ଜନସାଧାରଣ ସମସ୍ତ କଟକଣା ମାନିବା ସହ ଜିଲ୍ଲା ପ୍ରଶାସନକୁ ସହଯୋଗ କରିବା ପାଇଁ ଜିଲ୍ଲାପାଳ ଅନୁରୋଧ କରିଛନ୍ତି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.