ଆସ ଆମେ ଗଛ ଲଗାଇବା : ଗୋଟିଏ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ

● ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ପକ୍ଷରୁ ସରିଆଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ନର୍ଲା,୪/୮: କଳାହାଣ୍ଡି ଜିଲ୍ଲା ନର୍ଲା ବ୍ଲକ ସରିଆଁ ଠାରେ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ‘ଆସ ଆମେ ଗଛ ଲଗାଇବା ଗୋଟିଏ ଗଛ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ ।’ ଏହି ଉକ୍ତିକୁ ପାଥେୟ କରି ଭବାନୀ ଶଙ୍କର ସାଂସ୍କୃତିକ ଅନୁଷ୍ଠାନ ସରିଆଁର ଉପ ସଭାପତି ସୁକଦେବ ସାହୁଙ୍କ ନେତୃତ୍ୱରେ ଜଡିବୁଟି ଦିବସ ତଥା ଆଚାର୍ଯ୍ୟ ବାଳକୃଷ୍ଣଙ୍କ ଜନ୍ମ ଦିବସ ଉପଲକ୍ଷେ ଏହି କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଏହି ଅବସରରେ ହାଇସ୍କୁଲ ଓ ଶିଶୁମନ୍ଦିର ପରିସରରେ ବୃକ୍ଷରୋପଣ କରାଯାଇଥିଲା । କାର୍ଯ୍ୟକ୍ରମରେ ପ୍ରତ୍ୟୁଷ କୁମାର ଭୋଇ, ଅଚ୍ୟୁତାନନ୍ଦ ଭୋଇ, ହିତେଶ ଭୋଇ ,ଗୀତମ ଭୋଇ, ପପୁ ସାହୁ, ରୋଷନ ଭୋଇ, ସିଦ୍ଧାର୍ଥ ପ୍ରଧାନ ଓ ନେହରୁ ଯୁବ କେନ୍ଦ୍ର କଳାହାଣ୍ଡି ନର୍ଲା ବ୍ଲକର ଜାତୟ ଯୁବ ସ୍ବେଛାସେବୀ ମିଲନ କୁମାର ଭୋଇ ଏବଂ ଉକ୍ତ କ୍ଲବର ସମସ୍ତ ସଦସ୍ୟ ତଥା ଗ୍ରାମବାସୀ ସହଯୋଗ କରିଥିଲେ ।

Omkar Vasthu
Omkar Vasthu

ନର୍ଲାରୁ ନିରଞ୍ଜନ ଗୌଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.