କୋଟାଗାଁ ସଙ୍ଗରୋଧ କେନ୍ଦ୍ରରେ ଜଣେ କରୋନା ପଜିଟିଭ ଚିହ୍ନଟ

କଲମପୁର,୫/୮: କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ କୋଟାଗାଁ ସଙ୍ଗରୋଧ କେନ୍ଦ୍ରରେ ଥିବା ଜଣେ ପ୍ରବାସୀ ଅନ୍ତେବାସୀଙ୍କ ଠାରେ ମଙ୍ଗଳବାର ଦିନ କରୋନା ପଜେଟିଭ ବାହାରିଥିବା ଜଣାପଡିଛି । ରିପୋର୍ଟ ଆସିବା ପରେ ତୁରନ୍ତ କଲମପୁର ପ୍ରଶାସନ ପକ୍ଷରୁ ବିଡ଼ିଓ ହେମ ସାଗର ଭୋଇ, ତହସିଲଦାର କରିଷ୍ମା ବେଶ୍ରା ସମେତ ଡାକ୍ତରୀ ଦଳ ଘଟଣା ସ୍ଥଳରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିବା ସହ ଜନ ସାଧାରଣ ଭୟଭୀତ ନ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସଂପୃକ୍ତ ଯୁବକ ଗତ ୨୦ ତାରିଖ ଦିନ ହାଇଦ୍ରାବାଦରୁ ଆସି କୋଟାଗାଁ ସଙ୍ଗରୋଧ କେନ୍ଦ୍ରରେ ରହି ଥିବା ବେଳେ ତାଙ୍କ ଘର ଭାଟିଗାଁ ବୋଲି ଜଣାଯାଇଛି ।ଉକ୍ତ ସଙ୍ଗରୋଧ କେନ୍ଦ୍ରରେ ସମୁଦାୟ ୫ ଜଣ ପ୍ରବାସୀ ରହିଥଲେ ।ସମସ୍ତଙ୍କ ସ୍ୱାବ ସଂଗ୍ରହ କରି ପରୀକ୍ଷା ନିମନ୍ତେ ପଠାଯାଇଥିବା ବେଳେ ଜଣକର ପଜେଟିଭ ରିପୋର୍ଟ ଆସିଥିଲା । ସଂପୃକ୍ତ ଯୁବକ ସିଧାସଳଖ ଆସି ସଙ୍ଗରୋଧ କେନ୍ଦ୍ରରେ ରହି ଥିବାରୁ ଅନ୍ୟ ମାନଙ୍କ ସଂଷ୍ପର୍ଶରେ ଆସି ନ ଥିବା କାରଣରୁ ପ୍ରଶାସନ ଭୟଭୀତ ନହେବା ପାଇଁ କହିଛନ୍ତି ।

Omkar Vasthu
Omkar Vasthu

କଲମପୁର ପ୍ରତିନିଧି ତୁଲାରାମ ବେହେରାଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.