ଷ୍ଟେଟ ୟୁନିଅନ ଅଫ୍ ଜର୍ଣ୍ଣାଲିଷ୍ଟସ୍,ଓଡିଶା ଏସୟୁଜେ(ଓ) ରାୟଗଡ ଜିଲ୍ଳା ଶାଖା ଗଠିତ ଓ ନୂତନ କର୍ମକର୍ତା ଚୟନ

ରାୟଗଡ,୫/୮: ରାଜ୍ୟ ସାମ୍ବାଦିକ ୟୁନିଅନ୍ (ଓ)ଏସୟୁୂଜେ ,ରାୟଗଡ ଜିଲ୍ଳା ଶାଖାର ପ୍ରଥମ ସାଧାରଣ ବୈଠକ ସ୍ଥାନୀୟ ବାରିଝୋଲା ଠାରେ ଅନୁଷ୍ଠିତ ହୋଇଯାଇଛି । ଏସୟୁଜେ(ଓ) ରାଜ୍ୟ ସଂଘର ସଭାପତି ଅଜୟ କୁମାର ସାହୁଙ୍କ ଅନୁମତି କ୍ରମେ ଜାତୀୟ ସାମ୍ବାଦିକ ୟୁନିଅନ୍ (ଇଣ୍ଡିଆ)ର କାର୍ଯ୍ୟକାରିଣୀ ସଦସ୍ୟ ତଥା ରାୟଗଡ ଜିଲ୍ଳା ଶାଖାର ଉପଦେଷ୍ଠା ବରିଷ୍ଠ ସାମ୍ବାଦିକ ବାଦଲ କୁମାର ତା’ଙ୍କ ଅଧ୍ୟକ୍ଷତାରେ ରାଜ୍ୟ ସଂଘର ଉପ-ସଭାପତି ତଥା ରାୟଗଡ ଜିଲ୍ଳା ଉପଦେଷ୍ଠା କୀର୍ତିଚନ୍ଦ୍ର ସାହୁ ବୈଠକରେ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ଆଗକୁ ନେଇଥିଲେ । ବୈଠକରେ ଏସୟୁଜେ(ଓ)ର ରାୟଗଡ ଜିଲ୍ଳା ଶାଖାକୁ ନୂତନ ଭାବେ ଗଠନ କରାଯାଇଥିବା ବେଳେ ଏଥି ନିମନ୍ତେ ନୂତନ ଜିଲ୍ଳା କାର୍ଯ୍ୟକାରିଣୀ କମିଟିର କର୍ମକର୍ତାଙ୍କ ନାମ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଥିଲା ।

ରାୟଗଡ ଜିଲ୍ଳା ଶାଖାର ଜିଲ୍ଳା କାର୍ଯ୍ୟକାରିଣୀର ନୂତନ ସଭାପତି ଭାବେ ସାମ୍ବାଦିକ ଶିବ ନାରାୟଣ ଗଉଡ, ଉପସଭାପତି ଭାବେ ସହଦେବ ସାହୁ,ସାଧାରଣ ସଂପାଦକ ଭାବେ ସୁବାଷ ଚନ୍ଦ୍ର ସୂର୍ଯ୍ୟ,ସହ ସଂପାଦକ ଭାବେ ବିଜୟ କୁମାର ଦାଶ ଓ କୋଷାଧ୍ୟକ୍ଷ ଭାବେ ସନ୍ତୋଷ କୁମାର ଦଳେଇ ମନୋନୀତ ହୋଇଥିବା ବେଳେ ଏସୟୁଜେ(ଓ) ଜିଲ୍ଳା କଲ୍ୟାଣ ପରିଷଦ ଅଧ୍ୟକ୍ଷ ଭାବେ ସାମ୍ବାଦିକ ସନ୍ତୋଷ କୁମାର ପାତ୍ର,ଜିଲ୍ଳା ଟ୍ରିବ୍ୟୁନାଲ ଅଧ୍ୟକ୍ଷ ଭାବେ ଦିଲ୍ଳିପ କୁମାର ପଟ୍ଟନାୟକ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସନ୍ତୋଷ କୁମାର ପାଣିଗ୍ରାହୀ ଓ ଦିଲ୍ଳିପ କୁମାର ପଣ୍ଡାଙ୍କୁ ମନୋନୀତ କରାଯାଇଛି । ଏଥିସହ ଜିଲ୍ଳାର ସମସ୍ତ ବ୍ଳକରୁ ୧୧ଜଣ ସଦସ୍ୟଙ୍କୁ ଜିଲ୍ଳା କାର୍ଯ୍ୟକାରିଣୀ ସଦସ୍ୟ ଭାବେ ମନୋନୀତ କରାଯାଇଛି । ସମସ୍ତ ମନୋନୀତ କର୍ମକର୍ତ୍ତାଙ୍କୁ ରାଜ୍ୟ ସଭାପତି ଅଜୟ ସାହୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି । କାର୍ଯ୍ୟକ୍ରମ ପ୍ରାରମ୍ଭରେ ରାଜ୍ୟ ସଂଘ ଉପସଭାପତି ଶ୍ରୀ ସାହୁ ଏସୟୁଜେ, ଓଡିଶାର ସଂଗଠନ, ସଭ୍ୟ ସଂଖ୍ୟା, କାର୍ଯ୍ୟ ଦକ୍ଷତା ଓ ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ । ସେହିପରି ବୈଠକରେ ଉପସ୍ଥିତ ସଂଘର ସଦସ୍ୟମାନେ ନିଜ ଅଂଚଳର ସମସ୍ୟାକୁ ଉପସ୍ଥାପନା କରିଥିବା ବେଳେ ଲୋକଙ୍କ ହିତ ପାଇଁ କାର୍ଯ୍ୟ କରିବାକୁ ଏବଂ କାହାକୁ ଆକ୍ଷେପ ନ କରି ନିଜେ ସଂଶୋଧିତ ହୋଇ ଶୃଙ୍ଖଳିତ ଭାବେ କାମ କରିବାକୁ ଗୁରୁତ୍ୱାରୋପ କରିଥିଲେ । ମହାମାରୀ କରୋନା ପ୍ରକୋପ ଆଗାମୀ ଦିନରେ ହ୍ରାସ ପାଇଲେ ରାୟଗଡ ଜିଲ୍ଳାରେ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ କରାଯିବା ପାଇଁ ସ୍ଥିର କରାଯାଇଛି ।

ରାୟଗଡ ଜିଲ୍ଳା ଶାଖା ଏସୟୁଜେ(ଓ)ର ପ୍ରଥମ ସାଧାରଣ ବୈଠକରେ ନୂତନ ଭାବେ ମନୋନୀତ ହୋଇଥିବା ଜିଲ୍ଳା ସଭାପତି ଶିବ ନାରାୟଣ ସମସ୍ତ ସଦସ୍ୟଙ୍କୁ ସଂଗଠନର ମୂଳ ଉଦ୍ଦେଶ୍ୟ ଓ ଲକ୍ଷ୍ୟକୁ ନେଇ ସହଯୋଗ କରିବା ପାଇଁ ନିଜ ବକ୍ତବ୍ୟରେ ପ୍ରକାଶ କରିଥିବା ବେଳେ ସାଧାରଣ ସଂପାଦକ ସୁବାଷ ସୂର୍ଯ୍ୟ ଧନ୍ୟବାଦ ଦେଇ ସଭାସାଙ୍ଗ କରିଥିଲେ । ମହାମାରୀ କରୋନା କଟକଣାକୁ ଦୃଷ୍ଟିରେ ରଖି ସାବଧାନତା ଅବଲମ୍ବନ କରି ବୈଠକରେ ସାମ୍ବାଦିକ ଗୋପୀନାଥ ଗୈାଡ, ମୃତ୍ୟୁଂଜୟ ନନ୍ଦ, ତୁଷାର ରଂଜନ ସାହୁ, ଦୁର୍ଗାପ୍ରସାଦ ପାଢୀ, ଉମାଶଙ୍କର ପାଢୀ, ଆଲାରାମ ଭତ୍ରା, ଗୁପ୍ତେଶ୍ୱର କୈାଶଲ୍ୟା, ସୁଶାନ୍ତ ପଣ୍ଡା, ଅକ୍ଷୟ ପିଡିଶିକା, ମାଲେଶ, ସୁପ୍ରିତ, କାଶିନାଥ ପାଳ ପ୍ରାୟ ୩୦ଜଣ ସାମ୍ବାଦିକ ଯୋଗ ଦେଇଥିବା ବେଳେ ସମସ୍ତେ ମାସ୍କ ପରିଧାନ କରିବା ସହ ସାମାଜିକ ଦୂରତାକୁ ବଜାୟ ରଖି ହାତକୁ ସାନିଟାଇଜରେ ଧୋଇ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.