କରୋନା ଯୋଦ୍ଧାଙ୍କୁ ସମ୍ମାନର୍ଥେ ଓ ଉତ୍ସାହିତ ପାଇଁ ନୀରବ ପ୍ରାର୍ଥନା ଏବଂ ଶପଥ ପାଠ

ରାୟଗଡ,୬/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ଵାନ କ୍ରମେ କରୋନା ବିରୁଦ୍ଧରେ ସଂଗ୍ରାମ କରୁଥିବା ଯୋଦ୍ଧା ବିଶେଷ କରି ଡାକ୍ତର, ନର୍ସ, ପୋଲିସ, ଆଶା, ଅଙ୍ଗନବାଡ଼ି, ସଫେଇ କର୍ମଚାରୀ, ସାମ୍ବାଦିକ ଆଦି ଯେଉଁ ମାନଙ୍କ ତ୍ୟାଗ, ସେବା ଓ ପ୍ରତିବଦ୍ଧତା ପାଇଁ ବିପୁଳ ଭାବରେ ସମ୍ନାନ ଓ କୃତଜ୍ଞତା ଜଣାଇଥିଲେ ରାୟଗଡ ବାସୀ । ବୁଧବାର ସଂଧ୍ୟା ୬ଟାରେ ରାୟଗଡ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସ୍ଥିତ ଓସାନ ଭିଡିଓ କଂନଫେରେନ୍ସି ହଲରେ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମାନ୍ୟବର ସାଂସଦ କୋରାପୁଟ ସପ୍ତଗିରି ଉଲାକା, ବିଧାୟକ ଗୁଣପୁର ରଘୁନାଥ ଗମାଙ୍ଗ, ଶିକ୍ଷାବିତ ଡ଼ଃ ଦୁଷ୍ମନ୍ତ ମହାନ୍ତି ଏବଂ ପବ୍ଲିକ ପ୍ରସିକ୍ୟୁଟର ବ୍ରଜସୁନ୍ଦର ନାୟକ ଆଦି ଯୋଗ ଦେଇଥିଲେ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ସେହିପରି ଜିଲ୍ଲାପାଳଙ୍କ କାର୍ଯାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶରତ ଚନ୍ଦ୍ର ପଣ୍ଡା , କାର୍ଯ୍ୟାଳୟର ଅନୁ ବିଭାଗୀୟ ଅଧିକାରୀ, କର୍ମଚାରୀ ଉପସ୍ଥିତ ରହି ସମ୍ମିଳିତ ଭାବରେ ସାମାଜିକ ଦୂରତା ବଜାୟ ରଖି ଓ ମାସ୍କ ବ୍ୟବହାର କରି ନୀରବ ପ୍ରାର୍ଥନା କରିବା ସହ ଶପଥ ପାଠ କରିଥିଲେ। ସେହିପରି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ପ୍ରକଳ୍ପ ସଂସ୍ଥା କାର୍ଯ୍ୟାଳୟ ପରିସରରେ ପି.ଡି- ଡିଆରଡ଼ିଏ ଅମୃତ ରୁତୁରାଜଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ନାନ ଦିଆଯାଇଥିଲା। ଉପଜିଲ୍ଲାପାଳ ପ୍ରତାପ ଚନ୍ଦ୍ର ପ୍ରଧାନ ମଧ୍ୟ ତାଙ୍କ କାର୍ଯ୍ୟାଳୟର କର୍ମଚାରୀ ମାନଙ୍କ ସହ ସମ୍ନାନ ଓ କୃତଜ୍ଞତା ଜଣାଇ ନୀରବ ପ୍ରାର୍ଥନା କରିଥିଲେ ।

Udyog Nursery
Udyogi Nursery

ସେହିପରି ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଡଃ. ଶର୍ବଣା ବିବେକ ଏମ.ଙ୍କ ଅଧ୍ୟକ୍ଷତାରେ କାର୍ଯ୍ୟାଳୟରେ ନୀରବ ପ୍ରାର୍ଥନା ଓ ସମ୍ମାନ ପ୍ରଦର୍ଶନ କରାଯାଇଥିଲା । ସେହିପରି ଜିଲ୍ଲାର ଟାଉନ ଥାନା ସମେତ ଜିଲ୍ଲାର ବିଭିନ୍ନ ଥାନାରେ ମଧ୍ଯ ନୀରବ ପ୍ରାର୍ଥନା କରାଯାଇଥିଲା । ଜିଲ୍ଲାର ବିଭିନ୍ନ ବିଭାଗ, ବ୍ଲକ, ତହସିଲ, ଗ୍ରାମ ପଞ୍ଚାୟତ ବିଭିନ୍ନ ଅନୁଷ୍ଠାନ, ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ,ଶିଳ୍ପ ସଂସ୍ଥା ମାନଙ୍କରେ ଆଦିବାସୀ ଉନ୍ନୟନ ସଂସ୍ଥା ଚାଟିକୋଣା ଠାରେ କରୋନା ଯୋଦ୍ଧାଙ୍କୁ ସମ୍ନାନ ଜଣାଇ ନୀରବ ପ୍ରାର୍ଥନା କରାଯାଇଥିଲା।

ରାୟଗଡରୁ ଶିବ ନାରାୟଣ ଗୌଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.