ଲାଞ୍ଜିଗଡ଼,୬/୮: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବୁଧବାର ସନ୍ଧ୍ୟା ୬ଘଣ୍ଟା ସମୟରେ ଲାଞ୍ଜିଗଡ଼ ସରକାରୀ ଅଗ୍ନିଶମ ବିଭାଗ ପକ୍ଷରୁ ଏସଓ ମନୋରଞ୍ଜନ ପାଢ଼ୀଙ୍କ ନେତୃତ୍ୱରେ କୋଭିତ ଯୋଦ୍ଧାଙ୍କ ପାଇଁ ଶପଥ ପାଠ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ଉଲ୍ଲେଖ ଥିଲା ଯେ, ଓଡ଼ିଶାବାସୀ ଭାବରେ ଶପଥ କରି କୋଭିଉ ଯୋଦ୍ଧାମାନଙ୍କୁ ସହଯୋଗ ଓ ସମ୍ମାନ କରିବା, କୋଭିତ ଲଢେଇ ଆମ ସମସ୍ତଙ୍କ ଲଢେ଼ଇ ଓ ପ୍ରତିଟି ଲୋକର ଲଢେ଼ଇ, ଏ ଲଢ଼େଇରେ ଆମେ ସମସ୍ତେ ସାମିଲ ହେବା ସହ କୋଭିତ ଯୋଦ୍ଧାଙ୍କ ତ୍ୟାଗ ତଥା ନିଷ୍ଠା ଓ ଉତ୍ସର୍ଗିକୃତ ସେବାକୁ ମୁଁ ଉତ୍ସାହିତ କରିବି ଓ ସେମାନଙ୍କ ବଳିଦାନକୁ ବ୍ୟର୍ଥ ହେବାକୁ ଦେବିନାହିଁ। ମୁଁ ନିଜେ କୋଭିଡ ନିୟମାବଳୀ ପାଳନ କରିବି ଏବଂ ଅନ୍ୟ ମାନଙ୍କୁ ମଧ୍ୟ ସଚେତନ କରାଇବି। କରୋନା ବିରୁଦ୍ଧରେ ଲଢେଇକୁ ମଜବୁତ କରିବା ସହ ମୁଁ ନିଜେ ଜିତିବି ଓ ମୋ ଓଡ଼ିଶା ଜିତିବ ବୋଲି ଶପଥ ନେଇଥିଲେ। ଏହି କାର୍ଯ୍ୟକ୍ରମରେ ଅଗ୍ନିଶମ ବିଭାଗର ଏଲଏଫଏମ୍ ଡମ୍ବରୁଧର ପ୍ରଧାନ ଓ ଅଗ୍ନିଶମ ବିଭାଗର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। ବାସ୍ତବିକ ଓଡ଼ିଶାରେ କୋଭିଉ ଯୋଦ୍ଧାଙ୍କ ଉଦ୍ୟମରେ ପ୍ରଶଂସନୀୟ ବୋଲି କାର୍ଯ୍ୟକ୍ରମ ପରେ ମତ ପ୍ରକାଶ ପାଇଥିଲା।
ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗ(ନିଲେଶ)ଙ୍କ ରିପୋର୍ଟ OdiaBarta.in