୬୮ ଘଣ୍ଟା ସଟଡାଉନରେ କମର୍ଦ୍ଧା ପଞ୍ଚାୟତ

ଲାଞ୍ଜିଗଡ,୬/୮: ଲାଞ୍ଜିଗଡ ବ୍ଲକର କମର୍ଦ୍ଧା ପଞ୍ଚାୟତରକୁ ୬୮ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ କାନ୍ତି ପାତ୍ର । କମର୍ଦ୍ଧା ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୪୭ ରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଯୋଗୁଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଡୋଷୀ ବ୍ଲକ ଓ ନିକଟସ୍ଥ ପଞ୍ଚାୟତରେ କରୋନା ପଜିଟିଭ୍ ମାମଲା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଅଗଷ୍ଟ ୫ ତାରିଖ ବୁଧବାର ମଧ୍ୟାହ୍ନ ୧୨ ଘଣ୍ଟା ଠାରୁ ଶନିବାର ସକାଳ ୮ ଘଣ୍ଟା ପର୍ଯ୍ୟନ୍ତ କମର୍ଦ୍ଧା ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।

ଲାଞ୍ଜିଗଡ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.