ମୋବାଇଲ ଟାୱାର ସ୍ଥାପନ ପାଇଁ ଦାବୀ କଲେ ଅଞ୍ଚଳବାସୀ
କାଶିପୁର,୬/୮: ସରକାର ଶିକ୍ଷାକୁ ଗୁରୁତ୍ବ ଦେଇ ମାଳ ମାଳ ଯୋଜନା କରୁଥିଲେ ମଧ୍ୟ ଏହା ଫେଲ୍ ମାରିଛି, ଏହି ଯୋଜନା ସମ୍ପୂର୍ଣ୍ଣ ଭାବେ ଛାତ୍ର ଛାତ୍ରୀଙ୍କ ପାଖରେ ପହଞ୍ଚି ନ ଥିବା ଦେଖିବାକୁ ମିଳିଛି ରାୟଗଡ଼ା ଜିଲ୍ଲା କାଶିପୁର ବ୍ଲକ ରେ । ସବୁ ବେଳେ କାଶିପୁର ବ୍ଲକ୍ ଓଡ଼ିଶାରେ କୌଣସି ନା କୌଣସି କାର୍ଯ୍ୟ କୁ ନେଇ ଚର୍ଚ୍ଚାରେ ରହିଛି, ଦେଶରେ କରନା ମହାମାରୀ ଯୋଗୁଁ ସମସ୍ତ ସ୍କୁଲ୍ କଲେଜ୍ ଓ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି, କିନ୍ତୁ ଶିକ୍ଷା କୁ ଗୁରୁତ୍ବ ଦେଇ ରାଜ୍ୟ ସରକାର ଅନଲାଇନ୍ ପାଠ ପଢା କୁ ଗୁରୁତ୍ବ ଦେଇ ଛନ୍ତି କିନ୍ତୁ ଏହା ଆଂଶିକ ଭାବେ ଫେଲ୍ ମାରିଛି । ଯେହେତୁ ସବୁ ଛାତ୍ରଛାତ୍ରୀ ମାନଙ୍କ ପାଖ ରେ ମୋବାଇଲ, ଲାପଟପ୍ ନ ଥିବା ବେଳେ କିଛି ଅଞ୍ଚଳରେ ଟାୱାର ନାହିଁ । ଏଣୁ ଛାତ୍ରଛାତ୍ରୀ ପାହାଡ଼ ଚଢି ତ କିଏ ନଈ ଡେଇଁ ତ କିଏ ଗଛ ଉପରେ ଚଢ଼ି ଅନଲାଇନ୍ ପାଠ ପଢ଼ାରେ ଉପସ୍ଥିତ ରହିବାକୁ ପ୍ରୟାସ କରୁଛି ।
ଦୁଃଖର ବିଷୟ ଯେ, କାଶିପୁର ବ୍ଲକ୍ ବାଙ୍କମ୍ବ ପଞ୍ଚାୟତ ଉପର କୋଡିଙ୍ଗାରେ ପ୍ରାୟ ୨ ହଜାରରୁ ଉର୍ଦ୍ଧ୍ୱ ପରିବାର ବାସ କରନ୍ତି । କିନ୍ତୁ ଅଞ୍ଚଳରେ କୌଣସି ଟାୱାର ଆସୁ ନ ଥିବାରୁ ପିଲା ପାହାଡ଼ ଚଢି ପାଠ ପଢ଼ୁଛନ୍ତି । ଲିଖିତ ଆକାରରେ ମଧ୍ୟ ସ୍ଥାନୀୟ ବିଧାୟକ ଓ ଅନ୍ୟ ଅଧିକାରୀ ମାନଙ୍କୁ ଜଣାଇବା ସତ୍ତ୍ଵେ କୌଣସି ପଦକ୍ଷେପ ନେଇ ନ ଥିବାରୁ ଗ୍ରାମ ବାସୀ ଦୁଃଖ ପ୍ରକାଶ କରିଛନ୍ତି । ଆସନ୍ତା ଦିନ ମାନଙ୍କରେ ଶିକ୍ଷା ଓ ଗମନାଗମନ ଦୃଷ୍ଟିରେ ରଖି ଅଞ୍ଚଳରେ ଏକ ଟାୱାର ବସାଇବା ନିମନ୍ତେ ଅଞ୍ଚଳବାସୀ ଦାବୀ କରିଛନ୍ତି ।
କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in