ସଇଁନ୍ତଲା,୬/୫: ବଲାଙ୍ଗିର ଜିଲ୍ଲାର ରାଜେନ୍ଦ୍ର କଲେଜ ରୋଡ଼ ନିକଟରେ ବଲାଙ୍ଗିର କଲେଜ ଅଫ ଫର୍ମାସି ଓ ଟିଟିଲାଗଡର ଠିକାଦାର ପଡା ଠାରେ ଧନେଶ୍ୱର ଇନଷ୍ଟିଚ୍ୟୁଟ ଅଫ ଫର୍ମାସୀ ଷ୍ଟଡି କଲେଜ ଉଦଘାଟିତ ହୋଇଯାଇଛି । ବଲାଙ୍ଗିରର ଉଦଘାଟନୀ ଉତ୍ସବରେ ବଲାଙ୍ଗିର ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଭାରତୀ ମହାନନ୍ଦ ମୁଖ୍ୟ ଅତିଥି ଭାବରେ ଯୋଗ ଦେଇ ଥିବା ବେଳେ ଟିଟିଲାଗଡରେ ଟିଟିଲାଗଡର ୭ ନମ୍ବର ଜୋନର ଜିଲ୍ଲା ପରିଷଦ ସଭ୍ୟ ଶ୍ରୀଯୁକ୍ତ ଦିଲୀପ ଖରସେଲ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ଏହାର ଶୁଭ ଉଧଘାଟନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ କଲେଜରେ ମୁଖ୍ୟ କାର୍ଯ୍ୟ କାରୀ ଅଧିକାରୀ (ସିଇଓ) ଶ୍ରୀମତୀ ଅମ୍ବିକା ତ୍ରିପାଠୀ, କଲେଜ ଚେୟାରମେନ ସୁକାନ୍ତ ସାତପଥି ଉପସ୍ଥିତ ଥିଲେ ।
ସଇନ୍ତଲା ବ୍ଲକ ପ୍ରତିନିଧି ଅବିନାଶ ନନ୍ଦଙ୍କ ରିପୋର୍ଟ OdiaBarta.in