ଶ୍ରୀରାମ ମନ୍ଦିର ଭୂମି ପୂଜନ ଉତ୍ସବ ଅବସରରେ କରସେବକଙ୍କୁ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସମ୍ବର୍ଦ୍ଧନା

କଟକ,୬/୮: ମର୍ଯ୍ୟାଦା ପୁରୋଷୋତ୍ତମ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣ ତଥା ରାମରାଜ୍ୟ ଗଠନର ମହତ ଚିନ୍ତା ଚେତନାକୁ ପାଥେୟ କରି ୧୯୯୦ ସାଲରେ ଅଯୋଧ୍ୟାରେ ହୋଇଥିବା ଐତିହାସିକ ସଂଗ୍ରାମରେ ଯୋଗଦେଇ କାରାବରଣ କରିଥିବା ବରେଣ୍ୟ କରସେବକ କଟକ ସଦର ମାଟି, ଉରାଳି ପଂଚାୟତ, ସଇନ୍ଦା ଗ୍ରାମର ଗୌରବ ନିକୁଞ୍ଜ କିଶୋର ସାମନ୍ତରାୟଙ୍କୁ ମହତ ଦିବସ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ଭୂମିପୂଜନ ଉତ୍ସବରେ ତାଂକ ସ୍ମୃତି, ଆଦର୍ଶ, ତ୍ୟାଗକୁ ସ୍ମରଣ ତଥା ସେହି ରାମଭକ୍ତମାନଙ୍କର ସାଧନାର ସଫଳ ରୂପାୟନକୁ ସ୍ୱୀକୃତି ଜଣାଇ କଟକର ଅଗ୍ରଣୀ ସାମାଜିକ ସଂଗଠନ ଉତ୍କଳ ବିକାଶ ପରିଷଦ ପକ୍ଷରୁ ସଭାପତି ଇଂ. ପ୍ରକାଶ ଚନ୍ଦ୍ର ସେଠୀଙ୍କ ଦ୍ୱାର ସମ୍ବର୍ଦ୍ଧିତ କରାଯାଇଛି।

ଏହି ମହାପର୍ବରେ ଉତ୍କଳ ବିକାଶ ପରିଷଦ ପକ୍ଷରୁ ଅଶୋକ କୁମାର ସାହୁ, ପ୍ରସନ୍ନ ପ୍ରଧାନ, କାବୁଲି ସାହୁ, ବିଶ୍ୱଜିତ ସେଠୀ, ଗଗନ ମୁଳିଆ, ଦିଲ୍ଲୀପ ସାହୁ, କୃଷକ ନେତା ଦେବୀ ପ୍ରସାଦ ପତି, ସୁଦର୍ଶନ ଜେନା, ସ୍ମୃତି ରଂଜନ ଦାସ, ଦୁର୍ଗା ପ୍ରସାଦ ସେଠୀ, ଵିଜୟ କୁମାର ନାୟକ, ମନୋରଞ୍ଜନ ସେଠୀ, ସଞ୍ଜୟ ଦାସ ପ୍ରମୁଖ ଉପସ୍ଥିତ ଥିଲେ। ଶ୍ରୀ ସାମନ୍ତରାୟଙ୍କୁ ପରିଷଦ ପକ୍ଷରୁ ସମ୍ମାନ ପଦର୍ଶନ କରି ସମାଜସେବୀ ଇଂ.ପ୍ରକାଶ ଚନ୍ଦ୍ର ସେଠୀ ନିଜକୁ ଧନ୍ୟ ମଣୁଛନ୍ତି ଏବଂ ଏହି ମାଟି ସେହି ମହାନ ଦେଶଭକ୍ତଙ୍କର ଜୟଗାନ କରି ସାରାକାଳ ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେଉ ବୋଲି ମତ ପ୍ରକାଶ କରିଛନ୍ତି।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.