ଲାଞ୍ଜିଗଡ,୭/୮: ମହାମାରୀ କରୋନା ମୁକାବିଲା ପାଇଁ କଳାହାଣ୍ଡି ଜିଲ୍ଲା ପ୍ରଶାସନ ଓ ଲାଞ୍ଜିଗଡ ବ୍ଲକ ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାସାଉଛି । ଏହାସହ ପଞ୍ଚାୟତ ସ୍ଥରରେ ସରପଞ୍ଚମାନେ ମଧ୍ୟ ସଜାଗ ଅଛନ୍ତି । ବ୍ଲକର ବନ୍ଧପାରି ପଞ୍ଚାୟତରକୁ ୭୨ ଘଣ୍ଟା ପର୍ଯ୍ୟନ୍ତ ସଟ୍ ଡାଉନ୍ ଘୋଷଣା କରିଛନ୍ତି ସରପଞ୍ଚ ଫୁଲମେ ମାଝୀ ।
ବନ୍ଧପାରି ପଞ୍ଚାୟତ ପକ୍ଷରୁ ଜାରି ହୋଇଥିବା ପତ୍ର ସଂଖ୍ୟା ୧୭ରେ ଉଲ୍ଲେଖ ରହିଛି ଯେ, କରୋନା ସଂକ୍ରମଣ ଯୋଗୁଁ ଭବିଷ୍ୟତକୁ ଦୃଷ୍ଟିରେ ରଖି ପଡୋଶୀ ପଞ୍ଚାୟତ ଲାଞ୍ଜିଗଡ଼ ଓ ବିଶ୍ୱନାଥପୁରଠାରେ କରୋନା ପଜିଟିଭ୍ ମାମଲା ଦିନକୁ ଦିନ ବଢି ଚାଲିଥିବା ଯୋଗୁଁ ପଞ୍ଚାୟତର ଜନସାଧାରଣଙ୍କ ସୁରକ୍ଷା ଦୃଷ୍ଟିରେ ରଖି ଅଗଷ୍ଟ ୭ ତାରିଖ ଶୁକ୍ରବାର ସକାଳ ୬ ଘଣ୍ଟା ଠାରୁ ସୋମବାର ସକାଳ ୬ ଘଣ୍ଟା ପର୍ଯ୍ୟନ୍ତ ବନ୍ଧପାରି ପଞ୍ଚାୟତକୁ ସଟ୍ ଡାଉନ୍ ଘୋଷଣା କରାଯାଇଛି । କେବଳ ସ୍ବାସ୍ଥ୍ୟ ସମନ୍ଧିୟ ସେବାକୁ ଏହି ବନ୍ଦରୁ ବାଦ ଦିଆଯିବ । ଏହା ସହ ମାଜିଷ୍ଟ୍ରେଟ ଦାଇତ୍ୱରେ ଥିବା ତହସିଲଦାର ମୁନିନ୍ଦ୍ର ହୁନାଙ୍ଗା ପଞ୍ଚାୟତବାସୀଙ୍କୁ ପାଳନ କରିବାକୁ ନିର୍ଦ୍ଧେଶ ଦେଇଛନ୍ତି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in