ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଏସପିଙ୍କୁ ଅନୁରୋଧ କଲା ଯୁବ ଯାଦବ ମହାସଭା

କଳାହାଣ୍ଡି,୭/୮: ସାଗବାହାଲୀ ନାବାଳିକା ଆତ୍ମହତ୍ୟା ଘଟଣାର ଉପଯୁକ୍ତ ତଦନ୍ତ ପାଇଁ ଜିଲ୍ଲା ଆରକ୍ଷ ଅଧିକ୍ଷକଙ୍କୁ ଅନୁରୋଧ କରିଛି କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ।

Omkar Vasthu
Omkar Vasthu

ସୂଚନା ମୁତାବକ କୋକସରା ଥାନା ସାଗବାହାଲୀ ଗାଁର ଜଣେ ନାବାଳିକା ଆତ୍ମହତ୍ୟା କରିଥିଲେ । ରାକ୍ଷୀ ପୂର୍ଣ୍ଣିମା ଦିନ ତାଙ୍କ ଜୁଇ ଜଳିଥିଲା । ନାବାଳିକାର ପିତା ଦନ୍ତେସ୍ୱର ବାଗ ଏନେଇ ଥାନାରେ ଏତେଲା ଦେଇଥିଲେ । ଅଭିଯୋଗ ଆସିଛି ପଡୋଷୀ ବେହେରା ଗ୍ରାମର କିଛି ଯୁବକ ନାବାଳିକାକୁ ମାନସିକ ନିର୍ଯ୍ୟାତନା ଦେଇଥିଲେ ଏବଂ ତାଙ୍କ ବାପା ଓ ଭାଇଙ୍କ ସହିତ ଝଗଡା ମଧ୍ୟ କରିଥିଲେ । ଏହାକୁ ସହ୍ୟ କରିନପାରି ସେ ଏଭଳି ପଦକ୍ଷେପ ନେଇଥିବା ପରିବାରବର୍ଗ କହିଛନ୍ତି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ବର୍ତ୍ତମାନ ପୋଲିସ ଘଟଣାର ତଦନ୍ତ କରୁଥିବାବେଳେ ଏହି ଘଟଣାର ଉପଯୁକ୍ତ ତଦନ୍ତକରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କଳାହାଣ୍ଡି ଏସପିଙ୍କୁ ଏକ ଦାବିପତ୍ର ପ୍ରଦାନକରିଛି ଯୁବ ଯାଦବ ମହାସଭା ।

କଳାହାଣ୍ଡି ଜିଲ୍ଲା ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋରଙ୍କ ନେତୃତ୍ବରେ ମହାସଭା ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଛି । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଯାଦବ ମହାସଭା ସାଧାରଣ ସଂପାଦକ ସଞ୍ଜୟ ଧଙ୍ଗଡାମାଝୀ, ଜିଲ୍ଲା ଯୁବ ଯାଦବ ମହାସଭା ଉପ ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ଡାକେଶ୍ବର ଲହଜଲ, କୃତିବାସ ବେମାଲ, ସଂପାଦକ ଲିଙ୍ଗରାଜ ବେହେରା, ସହ ସଂପାଦକ ତ୍ରିଲକ୍ଷ ନାଏକ, କୋଷାଧ୍ୟକ୍ଷ ସନ୍ତୋଷ ବାଗ, ଲାଞ୍ଜିଗଡ ବ୍ଲକ ଯୁବ ସଭାପତି ଡିଲେଶ କୁମାର ନାଗ, କେସିଙ୍ଗା ବ୍ଲକ ଯୁବ ସଭାପତି ଅଶୋକ ପୋଢ, ଧର୍ମଗଡ ସଭାପତି ଲବଣୀ ରାଉତ, ତୁଲାମଣି ନାଗ, ସୁରେଶ ଚନ୍ଦନ, କିର୍ତ୍ତି ଗଉଡ, ଅର୍ଜୁନ ପୋଢ ପ୍ରମୂଖ ଉପସ୍ଥିତ ଥିଲେ ।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.