ଫକୀରମୋହନ ଫାଉଣ୍ଡେସନ ଦ୍ୱାରା ଅନ୍ତର୍ଜାତୀୟ କବିତା ଆବୃତ୍ତି ପ୍ରତିଯୋଗିତା

ଭୁବନେଶ୍ୱର,୮/୮: ଫକୀରମୋହନ ଫାଉଣ୍ଡେସନ ନୂଆଦିଲ୍ଲୀ ତଥା ଓଡ଼ିଶା ଶାଖା ତରଫରୁ ଅଗଷ୍ଟ ୭ ଓ ୮ ତାରିଖ ଦୁଇ ଦିନ ଧରି ଅପରାହ୍ନ ଚାରି ଘଣ୍ଟା ସମୟରେ କେବଳ ଫକୀରମୋହନଙ୍କ କବିତାକୁ ନେଇ ଏକ ଅନ୍ତର୍ଜାତୀୟ ସ୍ତରରେ ନଭସଞ୍ଚାରୀ କବିତା ଆବୃତ୍ତି ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ପ୍ରଥମରୁ ସପ୍ତମ, ଅଷ୍ଟମରୁ ଦ୍ବାଦଶ ଏବଂ ସ୍ନାତକରୁ ପିଏଚଡି ଶ୍ରେଣୀ ପର୍ଯ୍ୟନ୍ତ ସମୁଦାୟ ତିନିଟି ବର୍ଗରେ ପାଇଁ ପ୍ରାୟ ଦୁଇ ଶହ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଯୁକ୍ତ ରାଷ୍ଟ୍ର ଆମେରିକାର ଓସା ସଂସ୍ଥାର ସଭାପତି ଶ୍ରୀମତୀ କୁକୁ ଦାସ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗୀ ମାନଙ୍କୁ ଓଡ଼ିଆ ଭାଷାର ସୁରକ୍ଷା ପାଇଁ କାମ କରିବାକୁ ଉଦବୋଧନ ଦେଇଥିଲେ । ଏହା ବ୍ୟତୀତ ଆମେରିକାରେ ରହୁଥିବା ଅନେକ ଓଡ଼ିଆ ଛାତ୍ରଛାତ୍ରୀ ଏକ ସ୍ବତନ୍ତ୍ର ଗ୍ରୁପ୍ ଭାବେ ଏହି ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ। ପ୍ରତ୍ୟେକ ଦଳରୁ ପ୍ରଥମ, ଦ୍ବିତୀୟ ଏବଂ ତୃତୀୟ ସ୍ଥାନ ଅଧିକାର କରିଥିବା ଛାତ୍ର/ଛାତ୍ରୀଙ୍କୁ ଯଥାକ୍ରମେ ଟ୧୦୦୦,୮୦୦ ଓ ୫୦୦ନଗଦ ରାଶି ଏବଂ ପୁରସ୍କାର ସହିତ ପ୍ରମାଣପତ୍ର ପ୍ରଦାନ କରାଯିବ । ଦେଶ ତଥା ରାଜ୍ୟର ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀମାନେ ଗୁଗୁଲ୍ ମିଟରେ ଏହି ପ୍ରତିଯୋଗିତାରେ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

 

ପ୍ରତିଯୋଗିତାର ଆରମ୍ଭରେ ଟ୍ରଷ୍ଟର ମ୍ୟାନେଜିଂ ଟ୍ରଷ୍ଟି ଶ୍ରୀମତୀ ମୋନିକା ଦାସ ନିଜର ଉଦଘାଟନୀ ବକ୍ତବ୍ୟରେ ଓଡ଼ିଶାର ଭାଷା ଆନ୍ଦୋଳନରେ ଫକୀରମୋହନ ସେନାପତିଙ୍କର ଭୂମିକା ସମ୍ପର୍କରେ ଆଲୋକପାତ କରିଥିଲେ । ବିଭିନ୍ନ ବିଦ୍ୟାଳୟ, ମହାବିଦ୍ୟାଳୟ ଏବଂ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଛାତ୍ରଛାତ୍ରୀଙ୍କର ଆବୃତ୍ତିର ବିଚାରକ ଭାବେ ଓଡ଼ିଶାର ଲବ୍ଧ ପ୍ରତିଷ୍ଠିତ ସଙ୍ଗୀତଜ୍ଞ ଓ ସାହିତ୍ୟିକ ମାନେ ଯୋଗ ଦେଇଥିଲେ । ପ୍ରଥମ ଦିନ ଏହି କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ ଅଧ୍ୟାପିକା ଶର୍ମିଷ୍ଠା ମହାପାତ୍ର ଓ ଅଧ୍ୟାପିକା ସଂଘମିତ୍ରା ମହାପାତ୍ର ।

Udyog Nursery
Udyogi Nursery

ପ୍ରଥମ ଦିନରେ ବିଚାରକ ଭାବେ ସଙ୍ଗୀତ ବିଶାରଦ ଶ୍ରୀଯୁକ୍ତ ରାଜେନ୍ଦ୍ର ଜେନା, କବି ସୁଷମା ମିଶ୍ର , ବିଶିଷ୍ଟ ଗାୟିକା ଅନିଂଦିତା ଦାସ, ବିଶିଷ୍ଟ କବି ଶରତ ଜେନା ଯୋଗ ଦେଇଥିଲେ । ସଙ୍ଗୀତ ବିଶାରଦ ଶ୍ରୀଯୁକ୍ତ ରାଜେନ୍ଦ୍ର ଜେନା ଫକୀରମୋହନଙ୍କ ରଚିତ ଏକ କବିତାକୁ ସଙ୍ଗୀତ ରୂପରେ ସଜାଇ ନିଜ ସୁଲଳିତ କଣ୍ଠରେ ପରିବେଷଣ କରିଥିଲେ।

ଦ୍ଵିତୀୟ ଦିନରେ ବିଚାରକ ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଗାୟିକା ସଂଗୀତା ଗୋସାଇଁ, ବିଶିଷ୍ଟ କବି ସେନାପତି ପ୍ରଦ୍ୟୁମ୍ନ କେଶରୀ ଓ ସାହିତ୍ୟିକ ବିମଳ ଜେନା । ଦ୍ଵିତୀୟ ଦିନର କବିତା ଆବୃତ୍ତିକୁ ଫକୀର ମୋହନ ଫାଉଣ୍ଡେସନର ସ୍ଵତନ୍ତ୍ର ସଭ୍ୟ ତଥା ଅଧ୍ୟାପିକା ଡ. ସଂଘମିତ୍ରା ଭଞ୍ଜ ସଂଯୋଜନା କରିଥିଲେ । ଦୁଇ ଦିନ ଧରି ଖୁବ୍ ସଫଳତାର ସହ ଆୟୋଜିତ ଏହି କାର୍ଯ୍ୟ କ୍ରମକୁ ଫାଉଣ୍ଡେସନର ଓଡ଼ିଶା ଶାଖାର ମହାନିର୍ଦ୍ଦେଶିକା ତଥା ଲେଖିକା ଡ. ହିରଣ୍ମୟୀ ମିଶ୍ର, ଫାଉଣ୍ଡେସନର ସଚିବ ତଥା ଅଧ୍ୟାପକ ଡ. ରବୀନ୍ଦ୍ର କୁମାର ଦାସ ସଞ୍ଚାଳନ ଓ ସଭାପତିତ୍ବ କରିଥିଲେ।

ଶେଷରେ ଉଦଯାପନୀ ସଭା ରେ ଶ୍ରୀମତୀ ମୋନିକା ଦାସ, ଶ୍ରୀମତୀ କୁକୁ ଦାସ ଓ ହିରଣ୍ମୟୀ ମିଶ୍ର ତାଙ୍କର ବକ୍ତବ୍ୟ ରଖିଥିଲେ । ବିଶ୍ଵ ମହାମାରୀର ଏ ସମୟରେ ଫାଉଣ୍ଡେସନର ଏଭଳି କାର୍ଯ୍ୟକ୍ରମକୁ ନିମନ୍ତ୍ରିତ ଅତିଥି ମାନେ ଭୂୟସୀ ପ୍ରଶଂସା କରିଥିଲେ। ଫାଉଣ୍ଡେସନର ସଚିବ, ଅଧ୍ୟାପକ ଓ ଲେଖକ ଶ୍ରୀଯୁକ୍ତ ରବୀନ୍ଦ୍ର କୁମାର ଦାସ ସଭା ଶେଷରେ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ ।


Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.