ଲକଡାଉନ, ସଟଡାଉନରେ ବି ଜାରି ରହିଛି ଅବକାରୀ ପୋଲିସର ଏହି କାମ


ମହାମାରୀ କରୋନା ସଂକ୍ରମଣର ଭୟଭୟତାକୁ ନେଇ ଲୋକେ ଘରୁ ନ ବାହରୁ ଥିବା ବେଳେ ଚୋରା ମଦ କାରବାରକୁ ଯେଣେତେଣ କରି ଚାଲୁ ରଖିବା ପାଇଁ ଅସାଧୁ ମଦ ବ୍ୟବସାୟୀମାନେ କରୋନା କଟକଣାକୁ ବେଖାତିର କରି ଲକଡାଉନ, ସଟଡାଉନ ବେଳେ ଅବକାରୀ ବିଭାଗକୁ ଚ୍ୟାଲେଂଜ କଲା ଭଳି ବେଆଇନ ଭାବେ ମଦ ବିକ୍ରି କରିବା ପାଇଁ ଚେଷ୍ଠା ଚଲାଉଥିବା ଅସାଧୁ ବ୍ୟବସାୟୀମାନଙ୍କ ଉଦ୍ୟମକୁ ଧରପଗଡ କରି ଭଣ୍ଡୁର କରିବାରେ ସଫଳ ହେଉଛି ରାୟଗଡ଼ା ଜିଲ୍ଳା ଅବକାରୀ ବିଭାଗ । ରାୟଗଡ ଜିଲ୍ଳାପାଳ ପ୍ରମୋଦ କୁମାର ବେହେରାଙ୍କ ନିର୍ଦ୍ଦେଶ ପ୍ରକାରେ ଜିଲ୍ଳାରେ ବେଆଇନ ଚୋରାମଦ କାରବାରକୁ ରୋକିବା ପାଇଁ ଜିଲ୍ଳା ଅବକାରୀ ବିଭାଗ ପକ୍ଷରୁ ଜିଲ୍ଳାର ସମୀନ୍ତବର୍ତୀ ଅଂଚଳରୁ ଆରମ୍ଭ କରି ଦୁର୍ଗମ ପାହାଡିଆ ଗ୍ରାମାଂଚଳ ସହ ସହାରାଂଚଳର ବିଭିନ୍ନ ସ୍ଥାନରେ ଚଢାଉ ଜାରି ରହିଛି ।

ଏହି ମର୍ମରେ ଶନିବାର ଦିନ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରାଙ୍କ ନିର୍ଦ୍ଦେଶ କ୍ରମେ ରାୟଗଡ ଜିଲ୍ଳା ଗୁଣପୁୁର ଅବକାରୀ ସଦର ଥାନା ଉପ ନିରୀକ୍ଷକ ମାଧବ କୈାଶଲ୍ୟାଙ୍କ ନେତୃତ୍ୱରେ ଗୁଣପୁର ସହରର ରେଲି ସାହି,ଗୁଣପୁର ସହର ଓ ପୁରୁଣା ଗୁଣପୁର ଅଂଚଳରେ ଚଢାଉ କରାଯାଇ ୫୦ଲିଟର ଦେଶୀ ରନ୍ଧାମଦ ସହ ୩୦୦ଲିଟର ମହୁଲ ପୋଚ ଜବତ କରାଯାଇ ନଷ୍ଟ କରାଯାଇଛି ଏବଂ ରବି ଲାକଡ୍ରା ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେହିପରି ଗୁଡାରୀ ଅବକାରୀ ଥାନା ଅନ୍ତର୍ଗତ ନାଇରା ଓ ବସନ୍ତ ନଗର ଅଂଚଳରେ ଅବକାରୀ ଅନୁ ନିରୀକ୍ଷକ ଏନ.ମାଧବଜୀ ଚୈାଧୁରୀଙ୍କ ନେତୃତ୍ୱରେ ଧରପଗଡ କରାଯାଇ ୭୦ଲିଟର ଦେଶୀ ରନ୍ଧାମଦ ଓ ୧୪୦୫ଲିଟର ମହୁଲ ପୋଚକୁ ଜବତ ସହ ନଷ୍ଟ କରାଯାଇଛି । ସେହିପରି ବିଷମକଟକ ଅବକାରୀ ଥାନା ଅନୁ ନିରୀକ୍ଷକ ପ୍ରମୋଦ କୁମାର ବାଣୁଆଙ୍କ ନେତୃତ୍ୱରେ ଅବକାରୀ ଷ୍ଟାଫ ମିଶି ଆମ୍ବଦଳା ଥାନା ଅନ୍ତର୍ଗତ ଶୁକ୍ରୁଭଟା ଗ୍ରାମରେ ଚଢାଉ କରି ୩୦ଲିଟର ଦେଶୀ ରନ୍ଧାମଦ ଓ ୨୦୦ଲିଟର ମହୁଲ ପୋଚକୁ ଜବତ ଓ ନଷ୍ଟ କରାଯାଇଥିଲା ।

ରାୟଗଡ ଅବକାରୀ ସଦର ଥାନା ଅନୁ ନିରୀକ୍ଷକ ସୂର୍ଯ୍ୟ ନାରାୟଣ ରଥ ଓ ଜିଲ୍ଳା ମୋବାଇଲ ୟୁନିଟ ଏସ.ଆଇ.ଭୈରବ ପ୍ରସାଦ ଗନ୍ତାୟତଙ୍କ ନେତୃତ୍ୱରେ ଚାନ୍ଦିଲି ଥାନା ଅନ୍ତର୍ଗତ ପୂଜାରିଗୁଡା ଓ କାଶୁଲି ଗ୍ରାମରେ ଚଢାଉ କରାଯାଇ ୧୨୦୦ ଲିଟର ମହୁଲ ପୋଚ ଓ ୮୦ଲିଟର ଦେଶୀ ରନ୍ଧା ମଦ ଜବତ କରାଯାଇ ନଷ୍ଟ କରାଯାଇଥିବା ବେଳେ କାଶିପୁର ବ୍ଳକ ଟିକିର ଥାନା ଅନ୍ତର୍ଗତ ଗୋକୁଲମୁଣ୍ଡା ଓ ପୋଡାପାଲି ଗ୍ରାମରେ ରାୟଗଡ ଅବକାରୀ ସଦର ଥାନା ଅନୁ ନିରୀକ୍ଷକ ତଥା କାଶିପୁର ଅବକାରୀ ଥାନା ଭାରପ୍ରାପ୍ତ ଅଧିକାରୀ ସୂର୍ଯ୍ୟ ନାରାୟଣ ରଥଙ୍କ ନେତୃତ୍ୱରେ ଟିକିର ପୋଲିସ ସହଯୋଗରେ ୭୫୦ ଲିଟର ମହୁଲ ପୋଚ ଓ ୭୫ ଲିଟର ରନ୍ଧା ଦେଶୀମଦକୁ ଜବତ କରି ନଷ୍ଟ କରାଯାଇଛି ଏବଂ ଅର୍ଜୁ ସାହୁ ଓ ଗୁରୁନାଥ ସାହୁ ନାମକ ଦୁଇଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ନେଇ ଜିଲ୍ଳା ଅବକାରୀ ଅଧୀକ୍ଷକ ଦଣ୍ଡପାଣି ବେହେରା ସୂଚନା ଦେଇଛନ୍ତି । ପ୍ରକାଶ ଥାଉ କି, ଜିଲ୍ଳା ଅବକାରୀ ଅଧୀକ୍ଷକ ଶ୍ରୀ ବେହେରାଙ୍କ ଦୃଢ ନେତୃତ୍ୱ ବଳରେ ଜିଲ୍ଳାର ବିଭିନ୍ନ ସ୍ଥାନରେ ଅବକାରୀ ବିଭାଗ ପକ୍ଷରୁ ନିୟମିତ ଚଢାଉ କରାଯାଉଥିବାରୁ ଚୋରା ମଦ କାରବାର କରୁଥିବା ମଦ ବ୍ୟବସାୟୀମାନଙ୍କ ମଧ୍ୟରେ ଛନକା ପଶିଛି ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta