କଳାହାଣ୍ଡି,୯/୮: କର୍ଲାମୁଣ୍ଡା ବ୍ଲକ ଯୋରାଡ଼ବରା ପଞ୍ଚାୟତ ଅଧିନସ୍ଥ କୁସୁର୍ଲା ହଜାରୀପଡା ଠାରେ ବିଶ୍ୱ ସ୍ତନପାନ ଦିବସ ପାଳନ କରାଯାଇଛି । ଗାଁକଲ୍ୟାଣ ସମିତି, ମାତୃ କମିଟି ଯାଞ୍ଚ କମିଟି ଓ ଗର୍ଭବତୀ ପ୍ରସ୍ତୁତୀ ମହିଳା ମାନଙ୍କ ଉପସ୍ଥିତିରେ ବିଶ୍ୱ ସ୍ତନପାନ ଦିବସ ଓ ପୁଷ୍ଟିକର ଖାଦ୍ୟ କେଉଁ କେଉଁ ଦ୍ରବ୍ୟ ଠାରୁ ମିଳୁଛି ସେହି ଉପରେ ଅଙ୍ଗନବାଡି ଦିଦି ପୁଙ୍ଖାନୁପୁଙ୍ଖ ଭାବରେ ବୁଝାଇ ଥିବାବେଳେ ଆଶା ଦିଦି ହାତ ଧୋଇବାର ନିୟମ ବୁଝାଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶ୍ରୀଯୁକ୍ତ ହେମସାଗର ସାହୁ ସଭାପତିତ୍ଵ କରିଥିବା ବେଳେ ଅଙ୍ଗନବାଡି କର୍ମୀ ମମତା ସାହୁ, ଆଶା କର୍ମୀ ସଂଯୁକ୍ତା ଭୋଇ, ସହାୟକା କର୍ମୀ ଇଚ୍ଛାବତୀ ସାହୁ ଉପସ୍ଥିତ ଥିବାବେଳେ ଗ୍ରାମର ଭଦ୍ରବ୍ୟକ୍ତି କୈଳାସ ସାହୁ, କ୍ଷୀରସାଗର ସାହୁ, ଶୋଭାକର ଜାନି, ପଦ୍ମନାଭ ବନଛୋର, କୌତୁକ ସାହୁ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମରେ କଳାରୁଦ୍ର ଯୁବକ ସଂଘର ସମସ୍ତ ସଭ୍ୟ ସହଯୋଗ କରିଥିଲେ ।
ନର୍ଲା ନିର୍ବାଚନ ମଣ୍ଡଳୀ ପ୍ରତିନିଧି ନବୀନ କିଶୋର ସାହୁଙ୍କ ରିପୋର୍ଟ OdiaBarta.in