ବିଏସଏନଏଲ ନେଟୱର୍କ ହଟେଇବା ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କୁ ଚିଠି ଲେଖିଲେ ସାଇନିଙ୍ଗ କଳାହାଣ୍ଡି ଅଧ୍ୟକ୍ଷ ଭବାନୀ ନିଆଲ

କଳାହାଣ୍ଡି,୯/୮: ନୀତିଆୟୋଗ ପକ୍ଷରୁ ଚିହ୍ନଟ ଦେଶର ୧୧୦ଟି ଆକାଂକ୍ଷୀ ଜିଲ୍ଲା ମଧ୍ୟରୁ କଳାହାଣ୍ଡି ଓ ବଲାଙ୍ଗୀର ଜିଲ୍ଲାରେ ଭାରତ ସଞ୍ଚାର ନିଗମ ଲିମିଟେଡ଼ ଦ୍ୱାରା ସ୍ୱଳ୍ପ ଡାଟା ବ୍ୟବହାର ହେଉଥିବା ଦର୍ଶାଇ ୧୭ଟି ସ୍ଥାନରୁ ୪ଜି ସେବା ପ୍ରତ୍ୟାହାର କରିନେବାକୁ ନିଷ୍ପତି ନିଆଯାଇଛି ।ମିଳିଥିବା ସୂଚନା ଅନୁସାରେ ଓଡିଶା ଟେଲିକମ୍ ସର୍କଲର ଜେନେରାଲ୍ ମ୍ୟାନେଜର ଭବାନୀପାଟଣା, ବଲାଙ୍ଗୀର ଓ ଫୁଲବାଣୀ ଟିଡିଇଙ୍କୁ ଏକ ପତ୍ର ଲେଖିଛନ୍ତି ।


ଏହି ପତ୍ର ସଂଖ୍ୟା(ଜି.ଏମ୍/ଏନ ୟୁପି-ସିଏମ/ପି ଏଚ ୮-୪/କମପ୍ଲିମେଣ୍ଟେସନ୍/୨୦୧୭-୧୮/୪୨-୨୮/୦୭/୨୦୨୦) ଅନୁସାରେ ଭବାନୀପାଟଣା ଓ ବଲାଙ୍ଗୀର ଏସ୍ଏସ୍ଏରୁ ୧୭ଟି ଜେଟିଇ ୪ଜି ଉପକରଣ ନେଇ ଫୁଲବାଣୀ ଏସ୍ଏସ୍ଏରେ ଖଞ୍ଜିବା ପାଇଁ କୁହାଯାଇଛି । ଉକ୍ତ ୧୭ଟି ସ୍ଥାନରୁ ଉପକରଣ ହଟାଇ ନିଆଯାଇ ସେଠାରେ ୪ଜି ସେବା ବଦଳରେ ଗ୍ରାହକ ୨ଜି ସେବା ଉପଲବ୍ଧ ହେବ।ଏହା ଫଳରେ କଳାହାଣ୍ଡି ଓ ନୂଆପଡା ଜିଲ୍ଲାର ଆମପାଣି, ବେହେରା, ବିଜମରା, ଚିଚୈଗୁଡା, ଚିଲିଗୁଡା, ଗୋଲାମୁଣ୍ଡା, ଘୁଗୁରପଲା, ହାତିବନ୍ଧା, ଜାରିଙ୍ଗ, କାଉଡୋଲା, କୁଲିଆବନ୍ଧ, ଲଡୁଗାଁ, ମହିଚଲା, ମୋଟେର, ପାଷ୍ଟିକୁଡି, ସରବଙ୍ଗ, ତରବୋଡ଼, ଥୁଆପଦର ଆଦି ଅଞ୍ଚଳରେ ନେଟୱାର୍କ ପ୍ରଭାବିତ ହେବ । ତେବେ ଏହାକୁ ପ୍ରତିବାଦ କରି କେନ୍ଦ୍ର ଟେଲିକମ ମନ୍ତ୍ରୀ ରବିଶଙ୍କର ପ୍ରସାଦଙ୍କୁ ଚିଠି ଲେଖି ନିଷ୍ପତିର ପୁନର୍ବିଚାର ପାଇଁ ଜଣେଇଛି ରାଜ୍ୟର ଅଗ୍ରଣୀ ସାମାଜିକ ଫୋରମ ସାଇନିଙ୍ଗ କଳାହାଣ୍ଡି। ଏହାର ଅଧ୍ୟକ୍ଷ ଭବାନୀ ଶଙ୍କର ନିଆଲଙ୍କ ନେତୃତ୍ୱରେ ଉପସଭାପତି ନିଲ ସିଂଦେଓ, ପ୍ରଦୀପ ଦାସ, ସମିତା ନାୟକ, ସୁଶୀଲ ବାଗ, ସଂପାଦକ ହରଦୀପ ସିଂ ଓ ସ୍ନେହା ଶୁକ୍ଳା ପ୍ରମୁଖ ଜିଲ୍ଲାପାଳଙ୍କ ଜରିଆରେ କେନ୍ଦ୍ର ମନ୍ତ୍ରୀଙ୍କୁ ପ୍ରେରଣ କରିଛନ୍ତି।


ବର୍ତ୍ତମାନ ପୁରୁଣା ବେଟେରୀ ଗୁଡିକରେ ହିଁ ଉକ୍ତ ନେଟୱର୍କ ସବୁ ସଂଚାଳିତ ହେବା ଯୋଗୁଁ ଆବଶ୍ୟକ ମୁତାବକ ସେବା ମିଳିପାରୁନାହିଁ। ଉକ୍ତ ବେଟେରୀ ବଦଳରେ ଜେନେରେଟର ସବୁ କିଣାଯାଇ ନେଟୱର୍କର ସୁବିତରଣ ଦିଗରେ ଦୃଷ୍ଟି ଦେଲେ ବେଶୀ ଡାଟା ବ୍ୟବହାର ହେବା ସହ ସେହି ଅଂଚଳମାନଙ୍କର ଲୋକେ ଉପକୃତ ହେବେ। ତେବେ ଏହାକୁ ବିଚାରକୁ ନ ନେଇ ନିମ୍ନମାନର ସେବା ଦେଇ କମ ଡାଟା ବ୍ୟବହାର ଦେଖେଇବା ଗୋଟେ ଆକାଂକ୍ଷୀ ଜିଲ୍ଲା ପ୍ରତି କେଉଁ ପ୍ରକାର ନ୍ୟାୟ ବୋଲି ଚିଠିରେ ଉଲ୍ଲେଖ ଅଛି।

କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.