କ୍ରାନ୍ତି ଦିବସରେ ଓଡିଶା ମୋ ପରିବାରର ଜୀବନ ବିନ୍ଦୁ ରକ୍ତଦାନ ଶିବିର

ରାୟଗଡରେ ପ୍ରଥମ ଦିନରେ ୩୦ୟୁନିଟି ରକ୍ତ ସଂଗ୍ରହ

ରାୟଗଡ,୯/୮: କ୍ରାନ୍ତି ଦିବସରେ ଆରମ୍ଭ ହୋଇଛି ଓଡିଶା ମୋ ପରିବାର ଏବଂ ଜୀବନ ବିନ୍ଦୁ ପାଇଁ ରକ୍ତଦାନ ଶିବିରି । ରାୟଗଡ ସହରସ୍ଥିତ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟ ଦୁର୍ଗା ପୂଜା କମ୍ୟୁନିଟି ହଲ ଠାରେ ଏହି ଶିବିରର ଉଦଘାଟନ କରିଛନ୍ତି ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ, ପଛୁଆ ବର୍ଗ ଓ ସଂଖ୍ୟାଲଘୁ କଲ୍ୟାଣ ମନ୍ତ୍ରୀ ଜଗନ୍ନାଥ ସାରକା । ଆସନ୍ତା ୧୫ ତାରିଖ ସପ୍ତାହ ଯାଏଁ ଏହି ରକ୍ତଦାନ ଶିବିର ଚାଲୁ ରହିବ ଏବଂ ପ୍ରତିଦିନ ୩୦ୟୁନିଟ୍ ହିସାବରେ ୨୦୦ ୟୁନିଟ୍‌ରୁ ଉର୍ଦ୍ଧ ରକ୍ତ ସଂଗ୍ରହ ନେଇ ଲକ୍ଷ୍ୟ ରଖାଯାଇଥିବା ନେଇ ଓଡିଶା ମୋ ପରିବାର ଜୀବନ ବିନ୍ଦୁ କାର୍ଯ୍ୟକ୍ରମର ରାୟଗଡ ଜିଲ୍ଳା ସଂଯୋଜକ ବିନାୟକ କର ସୂଚନା ଦେଇଛନ୍ତି । ଅଗଷ୍ଟ ୯ କ୍ରାନ୍ତି ଦିବସ ଅବସରରେ ସ୍ୱେଚ୍ଛାକୃତ ରକ୍ତଦାନ ପାଇଁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱନା ଦେଇଛନ୍ତି । ଏହି ମର୍ମରେ ଓଡିଶା ମୋ ପରିବାର ଜୀବନ ବିନ୍ଦୁ ଆନୁକୂଲ୍ୟରେ ଆରମ୍ଭ ହୋଇଛି ଏହି ରକ୍ତ ସଂଗ୍ରହ ଅଭିଯାନ । ସମଗ୍ର ରାଜ୍ୟରେ କରୋନା ମହାମାରୀରେ ରକ୍ତାଭାବ ଦୂର ପାଇଁ ବିଜୁ ଜନତା ଦଳର ସଭାପତି ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ୱାନ କ୍ରମେ ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ମୋ ଓଡିଶା – ମୋ ପରିବାର ‘ଜୀବନ ବିନ୍ଦୁ’ କାର୍ଯ୍ୟକ୍ରମ ଆୟୋଜନ କରାଯାଉଥିବା ବେଳେ ଜିଲ୍ଳା ମୁଖ୍ୟାଳୟ ଗୁଡିକରେ ଏହି ଶିବିର ଅନୁଷ୍ଠିତ ହେବ ବୋଲି ଶ୍ରୀ କର ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ଠାରେ ଅନୁଷ୍ଠିତ ଏହି ରକ୍ତଦାନ ଶିବିରରେ ପ୍ରଥମ ଦିନରେ ୩୦ୟୁନିଟ ରକ୍ତ ସଂଗ୍ରହ ହୋଇଥିବା ବେଳେ ବିଜେଡି ନେତା ଓ କର୍ମୀମାନେ ଉପସ୍ଥିତ ରହି ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ । ମହାମାରୀ କରୋନା ବିପତି ସମୟରେ ରକ୍ତ ସଙ୍କଟ ଦୂର କରିବା ପାଇଁ ମୁଖ୍ୟମନ୍ତ୍ରୀଙ୍କ ଏହି ଆହ୍ୱାନ ଗରୀବ ତଥା ରକ୍ତ ଆବଶ୍ୟକ କରୁଥିବା ରୋଗୀଙ୍କ ଜୀବନ ବଂଚେଇବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ସାରକା ପ୍ରକାଶ କରିଛନ୍ତି । ଏହି ଶିବିରରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଳା ପରିଷଦ ଅଧ୍ୟକ୍ଷ ଗଙ୍ଗାଧର ପୁଆଲା, ବିଜୁ କୃଷକ ଜନତା ଦଳ ରାଜ୍ୟ ସଂପାଦକ ବି. ତିରୁପତି, ଜିଲ୍ଳା ଆଇଟି ସେଲ ପରିଚାଳନା ସଂଯୋଜକ ଅବିନାଶ ବିଶୋଇ ପ୍ରମୁଖ ଉପସ୍ଥିତ ରହି ଶିବିର ପରିଚାଳନାରେ ସହଯୋଗ କରିଥିଲେ ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.