ଉପାନ୍ତ ଅଞ୍ଚଳରେ ପାଳିତ ହେଲା ବିଶ୍ୱ ଆଦିବାସୀ ଦିବସ

ଆଦିବାସୀଙ୍କ ସଂସ୍କୃତି, ଭାଷା ପରମ୍ପରା, ଶିକ୍ଷା, ଜଳ, ଜମି ଜଙ୍ଗଲ ତଥା ସାମ୍ବିଧାନିକ ଅଧିକାର ଗୁଡ଼ିକର ସୁରକ୍ଷା ଉପରେ ଗୁରୁତ୍ବ

କଳାହାଣ୍ଡି,୧୦/୮: ବିଶ୍ୱରେ ଆଦିବାସୀମାନେ ନିଜ ନିଜ ଅଧିକାରକୁ ନେଇ ଲଢେଇ କରିବାର ସ୍ମରଣରେ ରବିବାର ବିଶ୍ୱ ଆଦିବାସୀ ଦିବସକୁ ମ.ରାମପୁର ବ୍ଳକ ମୋହନଗିରୀ, ମାଣିକେରା, ସିଂହପୁର, ଦେଢଶୂଳୀ ଓ ଲୁବେନଗଡ଼ ପଂଚାୟତ ରେ ମହାସମାରୋହରେ ତଥା କୋଭିଡ଼ ଗାଇଡ଼ଲାଇନ ପାଳନ ପୂର୍ବକ ଅନୁଷ୍ଠିତ ହେଇଯାଇଛି ।୧୯୯୪ମସିହାରୁ ଜାତି ସଂଘ ସାଧାରଣ ପରିଷଦ ଦ୍ୱାରା ଗୃହୀତ ପ୍ରସ୍ତାବ ଅନୁସାରେ ସାରା ବିଶ୍ୱରେ ଥିବା ଆଦିବାସୀ ସଂପ୍ରଦାୟଙ୍କ ସଂସ୍କୃତି, ଭାଷା ପରମ୍ପରା, ଶିକ୍ଷା, ଜଳ, ଜମି ଜଙ୍ଗଲ ତଥା ସାମ୍ବିଧାନିକ ଅଧିକାର ଗୁଡ଼ିକୁ କିଭଳି ସୁରକ୍ଷିତ ହେବ ସେ ଉପରେ ଆଲୋଚନା ହେଇଥିଲା ।

କୌତୁକ ପନ୍ଦର ସଭାର ଆରମ୍ଭ ବିଶେଷତ୍ୱ, ଗୁରୁତ୍ୱ, ଉଦ୍ଦେଶ୍ୟ ଆଦିବାସଙ୍କ ଅଧିକାର, ଜନସଂଖ୍ୟା, ଶିକ୍ଷା ଗମନାଗମନ, ଜଳ ଜମି ଜଙ୍ଗଲ ଉପରେ ପ୍ରାରମ୍ଭିକ ଅଭିଭାଷଣ ରଖିଥିଲେ । ବିଶେଷ ଭାବରେ ଦୁର୍ଗମ ଅଂଚଳ ତଥା ପାହାଡ଼ୀ ଇଲାକାରେ କିଭଳି ମୌଳିକ ସୁବିଧା ତଥା ସମ୍ବିଧାନର ୫ମ ଅନୁଚ୍ଛେଦ୍ଦକୁ ଠିକ୍ ଢଙ୍ଗରେ କାର୍ଯ୍ୟକାରୀ କରାଯାଇପାରିବ । ବିଦ୍ୟୁତ, ପାନୀୟ ଜଳ, ଦୂରଭାଷ ସେବା, ନେଟ ସେବା ଉପଲବ୍ଧ ହେବ । ଜମି ଓ ପ୍ରାକୃତିକ ସମ୍ପଦକୁ ସୁରକ୍ଷିତ ରଖି ଉପଯୁକ୍ତ ଭାବେ ବିନିଯୋଗ କରାହେବ ତଥା ବିଭିନ୍ନ ସମସ୍ୟା ଓ ତାହାର ସମାଧାନ ଉପରେ ଆଲୋଚନା ହେଇଥିଲା । ସିଂହପୁର ସରପଂଚ ବିଦ୍ୟାଧର ପାତ୍ର, ସୁରେନ୍ଦ୍ର ଧରୁଆ, ଟଙ୍କଧର ପନ୍ଦର, ବରୁଣ ପୁଟା, ସିଲି ମାଝୀ, ସୁବାସ ମାଝୀ, ମିନକେତନ ପାତ୍ର, ଲିଙ୍ଗରାଜ ପାତ୍ର, ଲୋଚନ ଧରୁଆ, ସୁରେଶ ପାତ୍ର, ସୂର୍ଯ୍ୟକାନ୍ତ ପାତ୍ର, ଅନାଦି ପାତ୍ର ନିଜ ନିଜ ବକ୍ତବ୍ୟ ରଖିଥିଲେ ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.