ସମ୍ବାଦ ସାହିତ୍ୟଘର ରୁପ୍ରା ଶାଖା ପକ୍ଷରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

କଳାହାଣ୍ଡି,୧୦/୮: ଗଛ ସମାଜର ଅମୂଲ୍ୟ ସମ୍ପଦ। ଏହା ମଣିଷର ଜୀବନ ଓ ଜୀବିକା ସହ ଓତଃପ୍ରୋତ ଭାବେ ଜଡ଼ିତ। ତେଣୁ ବର୍ତ୍ତମାନ ସମୟରେ ଏହାର ସଂରକ୍ଷଣ ତଥା ସାମାଜିକ ବନୀକରଣର ଆବଶ୍ୟକତା ରହିଛି। ଏହି କ୍ରମରେ ଆଜି ସମ୍ବାଦ ସାହିତ୍ୟଘର ରୁପ୍ରା ଶାଖା ପକ୍ଷରୁ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ସରସ୍ୱତୀ ଶିଶୁମନ୍ଦିର ରୁପ୍ରା ପରିସରରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥିଭାବେ ବିଦ୍ୟାଳୟ ସଂପାଦକ ବୁଡୁ ମହାଲିଙ୍ଗ, ପ୍ରାକ୍ତନ ସଂପାଦକ ତଥା ରୁପ୍ରା ହାଇସ୍କୁଲ ଶିକ୍ଷକ ସୁଦାମ ମିଶ୍ର, ପୂର୍ବତନ ସେନା କର୍ମଚାରୀ ବରୁଣ କୁମାର ସାହୁ, ଯୁବଲେଖକ ଡିଲେଶ୍ବର ରଣା ପ୍ରମୁଖ ଉପସ୍ଥିତ ଥିଲେ।

ସାହିତ୍ୟଘର ସଭ୍ୟ ଶିବାନୀ ସାହୁ, ପ୍ରଧାନ ଆଚାର୍ଯ୍ୟ ବେଣୁଧର ବିଶ୍ୱାଳ, ଗୁରୁଜୀ ଜ୍ଞାନରଞ୍ଜନ ଦାସଙ୍କ ସମେତ ଅନ୍ୟ ଗୁରୁଜୀ ଗୁରୁମା ସହଯୋଗ କରିଥିଲେ। ନଡ଼ିଆ, କାଜୁ, ଶାଗୁଆନ ପରି ଅନେକ ପ୍ରକାରର ପ୍ରାୟ ୧୦୦ଟି ଗଛ ଲଗାଯାଇଥିବା ବେଳେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ସମ୍ବାଦ ରୁପ୍ରା ପ୍ରତିନିଧି ଅଜୟ ସେନାପତି।

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.