ମାସ୍କ ବ୍ୟବହାର, ହାତ ଧୋଇବା ଓ ସାମାଜିକ ଦୂରତା ଉପରେ ଗୁରୁତ୍ୱ ଦିଅନ୍ତୁ -ସିଡିଏମଓ
ରାୟଗଡ,୧୦/୮: ରାୟଗଡ ଜିଲ୍ଳାରେ ସୋମବାର ୨୭ଜଣ ନୂଆ ପଜିଟିଭ ଚିହ୍ନଟ ହେବା ପରେ ୧୫୦୦ସଂଖ୍ୟା ପାର କରିଛି ଆକ୍ରାନ୍ତଙ୍କ ସଂଖ୍ୟା । ଗତ କାଲି ୧୮ଜଣ ଚିହ୍ନଟ ହେବା ପରେ ଏହା ୧୪୭୯ରେ ରହିଥିବା ବେଳେ ପୁଣି ୨୭ଚିହ୍ନଟ ପରେ ୧୫୦୮ରେ ପଂହଚିଛି ପଜିଟିଭ୍ ସଂଖ୍ୟା । ଦିନକୁ ଦିନ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବା ବେଳେ କୋଭିଡ-୧୯ଗାଇଡଲାଇନକୁ ମାନି ଚଳିବା ପାଇଁ ପ୍ରଶାସନ ନିବେଦନ କରିଆସୁଛି । ଚିହ୍ନଟ ହୋଇଥିବା ୨୭ଜଣଙ୍କ ମଧ୍ୟରେ ୧୩ଜଣ ପୁରୁଷ ଓ ୧୪ଜଣ ମହିଳା ଆକ୍ରାନ୍ତ ରହିଛନ୍ତି ଏବଂ ଏଥିରେ ଜଣେ କରୋନା ଯୋଦ୍ଧା ସମେତ କଂଟାକ୍ଟ ଟ୍ରେସିଂରୁ ୧୬ଜଣ, ଆଇଏଲଆଇ/ସାରି ଲକ୍ଷଣ ଥିବା ୧୧ଜଣ ଚିହ୍ନଟ ହୋଇଛନ୍ତି । ସମସ୍ତ ଚିହ୍ନଟ ରୋଗୀ ହୋମ କ୍ୱାରେନଟାଇନରୁ ଚିହ୍ନଟ ହୋଇଛନ୍ତି । ରାୟଗଡ ପୈାରାଂଚଳରୁ ୧୩ଜଣ, ଗ୍ରାମାଂଚଳରୁ ୩ଜଣ, କଲ୍ୟାଣସିଂହପୁର ବ୍ଳକରୁ ଜଣେ, ଗୁଣପୁର ପୈାରାଂଚଳରୁ ୩ଜଣ, ଗୁଡାରୀରୁ ୬ଜଣ ଓ ରାମନାଗୁଡା ବ୍ଳକରୁ ଜଣେ ପଜିଟିଭ୍ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।
ଅପରପକ୍ଷେ କୋଭିଡ ପରିଚାଳନା ଦାୟିତ୍ୱରେ ଥିବା ଜିଲ୍ଳା ନୋଡାଲ ଅଧିକାରୀ ତଥା ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ସଂସ୍ଥା, ପ୍ରକଳ୍ପ ନିର୍ଦ୍ଦେଶକ ଅମ୍ରିତ ଋତୁରାଜଙ୍କ ଠାରୁ ଗତ ୯ତାରିଖ ପର୍ଯ୍ୟନ୍ତ ଜିଲ୍ଳାର ୧୧ଟି ବ୍ଳକ ଓ ରାୟଗଡ ଓ ଗୁଣପୁର ୨ଟି ପୈାରାଂଚଳରେ ପଜିଟିଭ୍ ଆକ୍ରାନ୍ତ, ସୁସ୍ଥ ଓ ସକ୍ରିୟ ରୋଗୀ ରହିଥିବା ତଥ୍ୟ ପ୍ରକାରେ ବିଷମକଟକ ବ୍ଳକରେ ୩୦ଜଣ ପଜିଟିଭ,୨୦ଜଣ ସୁସ୍ଥ ଓ ୧୦ଜଣ ସକ୍ରିୟ ରହିଥିବା ବେଳେ ଚନ୍ଦ୍ରପୁର ବ୍ଳକରେ ୬୩ଜଣ ପଜିଟିଭ୍ ଓ ସକ୍ରିୟ ରୋଗୀ ରହିଛନ୍ତି । ସେହିପରି ଗୁଡାରୀ ବ୍ଳକରେ ୧୧୪ଜଣ ଚିହ୍ନଟ ହୋଇଥିବା ବେଳେ ୭୪ଜଣ ସକ୍ରିୟ ଓ ୪୦ଜଣ ସୁସ୍ଥ, ଗୁଣପୁର ଗ୍ରାମାଂଚଳରେ ୨୧୩ଜଣ ପଜିଟିଭ,୨୧ଜଣ ସକ୍ରିୟ ଓ ୧୯୧ଜଣ ସୁସ୍ଥ ଓ ପୈାରାଂଚଳରେ ୧୫୨ଜଣ ପଜିଟିଭ୍ ହୋଇଥିବା ବେଳେ ୬୪ଜଣ ସକ୍ରିୟ ରୋଗୀ ଓ ୮୫ଜଣ ସୁସ୍ଥ ହୋଇଛନ୍ତି । କଲ୍ୟାଣସିଂହପୁର ବ୍ଳକରୁ ୩୨ଜଣ ପଜିଟିଭ ଓ ସକିି୍ରୟ ରୋଗୀ ରହିଥିବା ବେଳେ କାଶିପୁର ବ୍ଳକରେ ୬୩ଜଣ ପଜିଟିଭ ସହ ୩୬ଜଣ ସକ୍ରିୟ ଓ ୨୭ଜଣ ସୁସ୍ଥ ହୋଇ ଫେରିଛନ୍ତି । ସେହିପରି କୋଲନରାରେ ୩୯ଜଣଙ୍କ ମଧ୍ୟରୁ ୬ଜଣ ସକ୍ରିୟ ଓ ୩୩ଜଣ ସୁସ୍ଥ,ମୁନିଗୁଡାରେ ୫୭ଜଣଙ୍କ ମଧ୍ୟରେ ୩୦ ସକ୍ରିୟ ଓ ୨୬ ସୁସ୍ଥ,ପଦ୍ମପୁର ବ୍ଳକରେ ୧୦୬ ସକ୍ରିୟ ଥିବା ବେଳେ ୫୨ଜଣ ସକ୍ରିୟ ଓ ୫୩ଜଣ ସୁସ୍ଥ ହୋଇଛନ୍ତି । ରାମନାଗୁଡା ବ୍ଳକର ୮୯ଜଣଙ୍କ ମଧ୍ୟରେ ୫୫ଟି ସକ୍ରିୟ କେସ ରହିଥିବା ବେଳେ ୩୩ଜଣ ସୁସ୍ଥ ହୋଇଛନ୍ତି ଏବଂ ରାୟଗଡ ବ୍ଳକ ଗ୍ରାମାଂଚଳରେ ୬୯ଜଣଙ୍କ ମଧ୍ୟରେ ୪୦ଜଣ ସକ୍ରିୟ ଓ ୨୯ଜଣ ସୁସ୍ଥ ହୋଇ ଫେରିଥିବା ବେଳେ ରାୟଗଡ ପୈାରାଂଚଳରେ ସର୍ବାଧିକ ୪୪୮ଜଣ ପଜିଟିଭଙ୍କ ମଧ୍ୟରେ ୧୬୪ଜଣ ସକ୍ରିୟ ଓ ୨୮୧ଜଣ ସୁସ୍ଥ ହୋଇ ଫେରିଛନ୍ତି । ସମସ୍ତ ସକ୍ରିୟ ରୋଗୀ ଜିଲ୍ଳାର ତାଡମା, ବିଷମକଟକ, ଗୁଣପୁର କୋଭିଡ କେୟାର କେନ୍ଦ୍ର ଓ ଜେକେପୁର କୋଭିଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ଜିଲ୍ଳାରେ ବର୍ତମାନ ସୁଦ୍ଧା ୧୧ଜଣଙ୍କ ମୃତ୍ୟୁ ହୋଇଥିବା ନେଇ ସରକାରଙ୍କ ପକ୍ଷରୁ ଘୋଷଣା ହୋଇଛି ।
ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in