ଲକଡାଉନ, ସଟଡାଉନ ଆଣିଛି ବ୍ୟବସାୟରେ ମାନ୍ଦାବସ୍ଥା

ଜିଲ୍ଳାପାଳଙ୍କୁ ଦାବିପତ୍ର ପ୍ରଦାନକଲା ରାୟଗଡ ବଣିଜ୍ୟ ସଂଘ

ରାୟଗଡ,୧୦/୯: ସମଗ୍ର ବିଶ୍ୱରେ ମହାମାରୀ କରୋନାର ପ୍ରକୋପ ଜାରି ରହିଛି । ଏଭଳି ଘଡିସନ୍ଧି ମୂହୁର୍ତ ଦେଇ ଓଡିଶା ମଧ୍ୟ ଗତି କରୁଛି । ସମଗ୍ର ରାଜ୍ୟରେ ହୁ ହୁ ହୋଇ ବୃଦ୍ଧି ପାଉଥିବା କରୋନ ଆକ୍ରାନ୍ତଙ୍କ ସଂଖ୍ୟାକୁ ହ୍ରାସ କରିବା ଦିଗରେ ତଥା ବ୍ୟାପୁଥିବା ଏହି କିଲର ଭୂତାଣୁ କରୋନା ସଂକ୍ରମଣକୁ ବ୍ୟାହାତ କରିବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ ଗାଇଡଲାଇନ ଅନୁଯାୟୀ ଲକଡାଉନ ଘୋଷଣା କରାଯାଇଛି । ରାୟଗଡ ଜିଲ୍ଳା ପ୍ରଶାସନ ତରଫରୁ ମଧ୍ୟ ସରକାରଙ୍କ ଏହି ଲକଡାଉନ ଘୋଷଣାକୁ କାର୍ଯ୍ୟକାରୀ କରାଯାଉଥିବା ବେଳେ ଜିଲ୍ଳାରେ ସଂକ୍ରମଣ ରୋକିବା ଦିଗରେ ମାସର ଶନିବାର ଓ ରବିବାରକୁ ମଧ୍ୟ ସଟଡାଉନ ଘୋଷଣା କରାଯାଇଛି । ଏହି ଲକଡାଉନ ଓ ସଟଡାଉନକୁ ନେଇ ସିଧାସଳଖ ପ୍ରଭାବ ପଡିଛି ରାୟଗଡ ସହରର ବ୍ୟବସାୟୀ, ନୃତ୍ୟ ପ୍ରତିଷ୍ଠାନ ଓ ଜିମ କେନ୍ଦ୍ରଗୁଡିକ ଉପରେ । ଫଳରେ ଏଗୁଡିକ ଉପରେ ନିର୍ଭର କରି ଚଳୁଥିବା ବ୍ୟବସାୟୀ ଓ ପ୍ରଶିକ୍ଷକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏ ନେଇ ସୋମବାର ଦିନ ରାୟଗଡ ସହରରେ ନୂତନ ଭାବେ ଗଠନ ହୋଇଥିବା ବଣିଜ୍ୟ ସଂଘ ତରଫରୁ ଜିଲ୍ଳାପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଅତିରିକ୍ତ ଜିଲ୍ଳାପାଳ ଶରତଚନ୍ଦ୍ର୍ର ପଣ୍ଡାଙ୍କୁ ପ୍ରଦାନ କରିଛନ୍ତି । ପ୍ରଶାସନ ଦ୍ୱାରା କୋଭିଡ ଗାଇଡଲାଇନ ପ୍ରକାରେ ଘୋଷଣା କରାଯାଇଥିବା ଲକଡାଉନ ଓ ସଟଡାଉନ ଯୋଗୁଁ ଦୋକାନ କଂପ୍ଳେକ୍ସ ଓ ଗୃହ ଭଡା ନେଇ ବ୍ୟବସାୟ କରୁଥିବା ବ୍ୟବସାୟୀ, ନୃତ୍ୟ ପ୍ରତିଷ୍ଠାନ ଓ ଜିମଗୁଡିକ ନିର୍ଦ୍ଧାରିତ ସମୟାନୁସାରେ ଖୋଲାଯାଇ ପାରୁ ନ ଥିବାରୁ ସେମାନଙ୍କ ବ୍ୟବସାୟ ଉପରେ ପ୍ରଭାବ ପଡୁଥିବାରୁ ଦୋକାନ ଓ ଘର ମାଲିକଙ୍କୁ ଭଡା ଦେବା ପାଇଁ ମଧ୍ୟ ସକ୍ଷମ ହେଉପାରୁ ନାହାନ୍ତି । ଦୋକାନରେ କାମ କରୁଥିବା କର୍ମଚାରୀମାନଙ୍କୁ ମାସିକ ଦରମା ଦେବାରେ ମଧ୍ୟ ଅସୁବିଧା ବେଳେ କର୍ମଚାରୀଙ୍କ ପରିବାର ମଧ୍ୟ ଏଥିରେ ପ୍ରଭାବିତ ହେଉଛନ୍ତି । ସେହିପରି ବ୍ୟବସାୟୀ ଓ ପ୍ରଶିକ୍ଷକମାନଙ୍କ ନିଜ ପରିବାର ମଧ୍ୟ ଅନୁରୂପ ଭାବେ ପ୍ରଭାବିତ ହେଉଛନ୍ତି । ବୋଝ ଉପରେ ନଳିତା ବିଡା ସଦୃଶ ବ୍ୟବସାୟ ନିମନ୍ତେ ବ୍ୟାଙ୍କ ଓ ସ୍ଥାନୀୟ ଲୋକ ତଥା ବେସରକାରୀ ଆର୍ଥିକ ସଂସ୍ଥାଙ୍କ ଠାରୁ ଆଣିଥିବା ଋଣ’ର ସୁଧ ପାଇବା ନିମନ୍ତେ ସେମାନେ ମଧ୍ୟ ଅପେକ୍ଷାରେ ରହିଛନ୍ତି । ଏହି ସମସ୍ତ ସମସ୍ୟାକୁ ନେଇ ଜିଲ୍ଳାପାଳ ପଦକ୍ଷେପ ଗ୍ରହଣ କରି ଦୋକାନ ମାଲିକ ଓ ବ୍ୟବସାୟ ମଧ୍ୟରେ ଏକ ସମାନ୍ତରଳ ପଲିସି ଗଠନ କରି କାହାକୁ କ୍ଷତି ନ ହେବା ପରି ଭଡା ବାବଦକୁ ପଦକ୍ଷେପ ନେବା, ବ୍ୟବସାୟ ସହଜରେ ଚାଲିବା ପର୍ଯ୍ୟନ୍ତ ସୁଧ ଟଙ୍କା ସଂଗ୍ରହ ବ୍ୟାଙ୍କ ଓ ଆର୍ଥିକ ସଂସ୍ଥାକୁ ନିର୍ଦ୍ଦେଶ ଦେବା, ଅତ୍ୟାବଶ୍ୟକୀୟ ଓ ଅଣ ଅତ୍ୟାବଶ୍ୟକୀୟ ଦୋକାନକୁ ବର୍ଗରେ ନ ଭାଗ କରିବା ଓ ସକାଳ ୭ଟାରୁ ସଂଧ୍ୟା ୭ଟା ପର୍ଯ୍ୟନ୍ତ ସ୍ୱାଭାବିକ କରିବା ପାଇଁ ଉଲ୍ଳେଖ ରହିଛି । ଏହି ଦାବିକୁ ଯଥାଶୀଘ୍ର ପୂରଣ ଦିଗରେ ପଦକ୍ଷେପ ଗ୍ରହଣ କରା ନ ଗଲେ ସମସ୍ତ ବ୍ୟବସାୟୀମାନେ ଜିଲ୍ଳାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣରେ ବସିବେ ବୋଲି ବ୍ୟବସାୟୀ ଶ୍ୟାମ କୁମାର ଦାସ, ମାନସ ରଂଜନ ନାୟକ, ସନ୍ତୋଷ କୁମାର ,ସନ୍ତୋଷ ପଣ୍ଡାଙ୍କ ସମେତ ଅନ୍ୟମାନେ ଉପସ୍ଥିତ ରହିଥିଲେ । ସେହିପରି ବ୍ୟବସାୟୀ ସଂଘର ଏହି ଦାବିକୁ ସମର୍ଥନ କରିବା ସହ ପ୍ରଶାସନ ଏ ଦିଗରେ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ରାୟଗଡ ନିର୍ବାଚନ ମଣ୍ଡଳୀ ବିଧାୟକ ପ୍ରାର୍ଥୀ ବସନ୍ତ କୁମାର ଉଲାକା ପ୍ରକାଶ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.