ରୋଟାରିଆନ୍‌ଙ୍କ ପକ୍ଷରୁ ଏବିପିଏସ୍ ଛାତ୍ରଛାତ୍ରୀଙ୍କୁ ୪୦ ଆଇ-ପ୍ୟାଡ୍‌ ପ୍ରଦାନ

ରାୟଗଡ/କାଶିପୁର,୧୧/୮: ସାରା ବିଶ୍ୱ କୋଭିଡ୍ ମହାମାରୀର ବୁଢ଼ିଆଣୀ ଜାଲ ଭିତରେ ଛନ୍ଦି ହୋଇପଡ଼ିଥିବା ବେଳେ ସ୍କୁଲ ପିଲାଙ୍କ ପାଠପଢ଼ାକୁ ମଧ୍ୟ ଗୁରୁତର ଭାବେ ପ୍ରଭାବିତ କରୁଛି । ଏଭଳି ଏକ ସମୟରେ ଏବିପିଏସ୍ ଦୋରାଗୁଡ଼ାର ଛାତ୍ରଛାତ୍ରୀମାନଙ୍କୁ ସହାୟତା କରିବା ଲାଗି ଦୁଇ ସହୃଦୟ ରୋଟାରିଆନ୍ ଶ୍ରୀଯୁକ୍ତ ସୂର୍ଯ୍ୟକାନ୍ତ ମିଶ୍ର ଓ ତାଙ୍କ ପତ୍ନୀ ରୋଟାରିଆନ୍ ସୁଜାତା ମିଶ୍ର ଆଗେଇ ଆସିବା ସହ ୪୦ଟି ସାମସଙ୍ଗ୍ ଆଇପ୍ୟାଡ୍ ପ୍ରଦାନ କରିଛନ୍ତି । ସେମାନଙ୍କ ତରଫରୁ ୟୁଏଆଇଏଲ୍‌ର ୟୁନିଟ୍ ମୁଖ୍ୟ ଶ୍ରୀଯୁକ୍ତ ଏନ୍ ନାଗେଶ ଏହି ଆଇପ୍ୟାଡ୍‌ଗୁଡ଼ିକୁ ଛାତ୍ରଛାତ୍ରୀଙ୍କୁ ବଂଟନ କରିଛନ୍ତି ।

ଏହି ଅବସରରେ ରୋଟାରିଆନ୍ ଶ୍ରୀଯୁକ୍ତ ଏସ୍ କେ ମିଶ୍ର କହିଛନ୍ତି ଯେ, ଆମେ ଜାଣିଛୁ ଯେ ଏହି ମହାମାରୀ କାରଣରୁ ଛାତ୍ରଛାତ୍ରୀଙ୍କ ପାଇଁ ଉପଲବ୍ଧ ଥିବା ଏକମାତ୍ର ମାଧ୍ୟମ ହେଉଛିଅନଲାଇନ୍ ଶିକ୍ଷା । ତେଣୁ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ଆବଶ୍ୟକତା ପୂରଣ କରିବା ଲାଗି ଆମେ ନିଷ୍ପତି ନେଇଛୁ । ଆଗାମୀ ବୋର୍ଡ ପରୀକ୍ଷା ଦୃଷ୍ଟିରୁ ସେମାନଙ୍କ ପାଇଁ ଅନ୍‌ଲାଇନ୍ ମାଧ୍ୟମରେ ଶିକ୍ଷା ଗ୍ରହଣ କରିବା ଜରୁରୀ ହୋଇପଡ଼ିଛି । ଏହି ପଦକ୍ଷେପ ସେମାନଙ୍କୁ ଉତ୍ତମ ଶିକ୍ଷା ଗ୍ରହଣ କରିବାରେ ସହାୟକ ହେବ ବୋଲି ରୋଟାରିଆନ୍ ମିଶ୍ର କହିଛନ୍ତି ।

ଏହି ଡିଭାଇସ୍ (ଉପକରଣ) ପାଇଥିବା ଛାତ୍ରଛାତ୍ରୀମାନେ ହେଉଛନ୍ତି ସ୍ଥାନୀୟ ଅଂଚଳର ଏବଂ ସେମାନେ ଆର୍ଥିକ ଦୁର୍ବଳ ଶ୍ରେଣୀ ପରିବାରର ଯେଉଁମାନଙ୍କ ପାଇଁ ଆଇପ୍ୟାଡ୍ ପାଇବା ଏକ ଖୁସିର ବିଷୟ ଉଭୟ ରୋଟାରିଆନ୍‌ଙ୍କ ଏହି ମହତ କାର୍ଯ୍ୟକୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ, କୋଭିଡ୍‌-୧୯ ଲଢ଼େଇରେ ସରକାରଙ୍କୁ ସାହାଯ୍ୟ କରିବା ଲାଗି ଉଭୟ ରୋଟାରିଆନ୍ ଏସ୍ କେ ମିଶ୍ର ଓ ରୋଟାରିଆନ୍ ସୁଜାତା ମିଶ୍ର ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ୫ ଲକ୍ଷ ଟଙ୍କାର ସହାୟତା ଦେଇଛନ୍ତି । ଓଡ଼ିଶାରେ ବିଭିନ୍ନ ପ୍ରକାର କଲ୍ୟାଣ ମୂଳକ ଓ ଦାତବ୍ୟ କାର୍ଯ୍ୟରେ ଉଭୟ ରୋଟାରିଆନ୍ ଜଡ଼ିତ ଅଛନ୍ତି । ରୋଟାରିଆନ୍ ଏସ୍ କେ ମିଶ୍ର ୟୁଏଆଇଏଲ୍‌ର ଅଧ୍ୟକ୍ଷ ହୋଇଥିବା ବେଳେ ରୋଟାରିଆନ୍ ସୁଜାତା ମିଶ୍ର ହେଉଛନ୍ତି ଇନର ହ୍ୱିଲ୍ ଅଫ୍ ରୋଟାରି କ୍ଲବ୍ ଭୁବନେଶ୍ୱର ମେଟ୍ରୋର ସମ୍ପାଦିକା ।

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ସହ କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.