୭୫ଜଣ ପଜିଟିଭ ପରେ ରାୟଗଡ ଜିଲ୍ଲାରେ ୧୫୮୧ରେ ଆକ୍ରାନ୍ତଙ୍କ ସଂଖ୍ୟା

ରାୟଗଡ,୧୨/୮,ରାୟଗଡରେ ସଂକ୍ରମଣ ପ୍ରତିଦିନ ବୃଦ୍ଧି ଘଟୁଛି । ଫଳରେ ମହାମାରୀ ପ୍ରତି ଜିଲାବାସୀଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି । କରୋନା ପଜିଟିଭ ରୋଗୀ ଦୈନିକ ଚିହ୍ନଟ ହେଉଥିବାରୁ ଜିଲ୍ଲାବାସୀଙ୍କ ମଧ୍ୟରେ ସଂକ୍ରମଣ ଆଶଙ୍କା ବଢୁଥିବା ବେଳେ ସାମାନ୍ୟ ଆଶ୍ୱସ୍ତି ପରିଲିକ୍ଷିତ ହୋଇଛି । ମହାମାରୀକୁ ମାତ ଦେଇ ୧୦୦୦ ରୁ ଉର୍ଦ୍ଧ୍ୱ ଆକ୍ରାନ୍ତ ଆରୋଗ୍ୟ ହୋଇ ଏବେ ଘରକୁ ଫେରିଛନ୍ତି । କରୋନା ଲଢେଇରେ ଆଜି ଜଣେ ବ୍ୟକ୍ତି ପ୍ରାଣ ହାରିଥିବା ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ ଯୋଗେ ସୂଚନା ଦିଆଯାଇଛି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଉକ୍ତ ୪୨ବର୍ଷିୟ ବ୍ୟକ୍ତି ଜଣକ ପୂର୍ବରୁ ମଧୁମେୟ ରୋଗରେ ଆକ୍ରାନ୍ତ ହୋଇ ଚିକିତ୍ସାଧିନ ଅବସ୍ଥାରେ ରହିଥିଲେ । ପରେ କରୋନା ସଂକ୍ରମଣ ହୋଇ ପ୍ରାଣତ୍ୟାଗ କରିଥିବା ଜଣାଯାଇଛି । ସମ୍ପୃକ୍ତ ମୃତ ସଂଖ୍ୟା ମିଶି ଜିଲାରେ ଏବେ ସୁଦ୍ଧା ୧୨ଜଣ ଲୋକେ ମୃତ୍ୟୁ ବରଣ କରି ସାରିଛନ୍ତି । ଆଜି ପୁଣି ୧୨ଯୋଦ୍ଧାଙ୍କ ସମେତ ୭୫ଜଣଙ୍କ ନମୁନା କୋଭିଡ ପଜିଟିଭ ରିପୋର୍ଟ ଆସିଛି । ଏଥିରେ ୫୨ଜଣ ପୁରୁଷ ଓ ୨୩ଜଣ ମହିଳା ଆକ୍ରାନ୍ତ ଥିବା କୁହାଯାଇଛି । ସ୍ଥାନୀୟ ସଂକ୍ରମଣ ଶିକାର ହୋଇ ୫୨ଜଣ ପଜିଟିଭ ହୋଇଥିବାବେଳେ ୭ଜଣଙ୍କ ମଧ୍ୟରେ କରୋନା ଲକ୍ଷଣ ପ୍ରକାଶ ପାଇଥିବାରୁ ସେମାନଙ୍କୁ ପରୀକ୍ଷଣ କରାଯିବା ଫଳରେ ସେମାନେ କରୋନା ପଜିଟିଭ ଜଣାପଡିଥିଲେ । ଏମାନଙ୍କ ମଧ୍ୟରୁ ୧୨ଜଣ କରୋନା ପ୍ରଭାବିତ ଅଞ୍ଚଳରୁ ଫେରିଥିବା ସୂଚନା ମିଳିଛି । ଆକ୍ରାନ୍ତଙ୍କ ମଧ୍ୟରୁ ୧୨ଜଣ କରୋନା ଯୋଦ୍ଧା ସାମିଲ ଅଛନ୍ତି । ଯୋଦ୍ଧାଙ୍କ ମଧ୍ୟରୁ ୫ଜଣ ସିଆରପିଏଫ ଯବାନ ରହିଥିବା ବେଳେ ୬ଜଣ ସ୍ୱାସ୍ଥ୍ୟକର୍ମୀ ଓ ଜଣେ ଜେଲ କର୍ମଚାରୀ ରହିଥିବା କୁହାଯାଇଛି । ଉକ୍ତ ଆକ୍ରାନ୍ତ ମଧ୍ୟରୁ ୬୦ଜଣ ଗୃହ ସଂଗରୋଧ ଅବସ୍ଥାରେ ରହିଥିବା ସୂଚନା ମିଳିଛି । ପଜିଟିଭ ବ୍ୟକ୍ତି ବିଶେଷଙ୍କ ମଧ୍ୟରୁ ରାୟଗଡା ସହରାଞ୍ଚଳରୁ ୧୩ ଓ ଗ୍ରାମାଞ୍ଚଳରୁ ୫ ଓ କାଶିପୁରରୁ ୩୩, ରାମ୍ନାଗୁଡାରୁ ୩, ଗୁଡାରୀରୁ ୬, ବିଷମକଟକରୁ ୪, ମୁନିଗୁଡାରୁ ୪, କୋଲନରା ବ୍ଲକରୁ ୬ ଓ କେସିଂପୁରରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଉପରୋକ୍ତ ସଂକ୍ରମିତ ବ୍ୟକ୍ତି ରହୁଥିବା ସ୍ଥାନକୁ ପ୍ରଶାସନ ପକ୍ଷରୁ କଣ୍ଟେନମେଣ୍ଟ ଜୋନ ଘୋଷଣା କରାଯାଇ ବିଶୋଧନ କରାଯାଉଛି । ଉକ୍ତ ନିଷିଦ୍ଧାଞ୍ଚଳରେ ସ୍ୱାସ୍ଥ୍ୟସେବା, ରାଶନ ସାମଗ୍ରୀ ଯୋଗାଣ ଓ ଆଇନଶୃଙ୍ଖଳା ପରିସ୍ଥିତି ଅନୁଧ୍ୟାନ ସକାଶେ ସ୍ଥାନୀୟ ପ୍ରଶାସନିକ ଅଧିକାରୀଙ୍କୁ ଦାୟିତ୍ୱ ପ୍ରଦାନ କରାଯାଇଛି । ଆଜି ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ମିଶି ଜିଲାରେ ଏବେ ସୁଦ୍ଧା ୧୫୮୧ଜଣ ବ୍ୟକ୍ତି ମହାମାରୀର ଶିକାର ହୋଇଛନ୍ତି । ଏଥିମଧ୍ୟରୁ ୧୦୨୦ଜଣ ବ୍ୟକ୍ତି ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଆଉ ୫୪୯ଜଣ ଆକ୍ରାନ୍ତ ଜିଲାର ବିଭିନ୍ନ କୋଭଡ କେୟାର କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.