+୨ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ : ପ୍ରଗତି କଲେଜର ଆତ୍ମନ୍ କୁମାର ପଣ୍ଡା କଳାହାଣ୍ଡି ଟପ୍ପର୍

● ପ୍ରଗତି ବିଜ୍ଞାନ କଲେଜର ଛାତ୍ରଛାତ୍ରୀଙ୍କ ସର୍ବୋତ୍ତମ ପ୍ରଦର୍ଶନ

କଳାହାଣ୍ଡି,୧୨/୮: ଯୁକ୍ତ ଦୁଇ ବିଜ୍ଞାନ ବିଭାଗର ପରୀକ୍ଷା ଫଳ ପ୍ରକାଶିତ ହୋଇଯାଇଛି। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରେ ୫୬.୮୩ ପ୍ରତିଶତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏଥିରେ କଳାହାଣ୍ଡି ଜିଲ୍ଲାର ଭବାନୀପାଟଣା ସହର ସ୍ଥିତ ପ୍ରଗତି ବିଜ୍ଞାନ କଲେଜର ଛାତ୍ର ଆତ୍ମନ୍ କୁମାର ପଣ୍ଡା ୫୫୬ ନମ୍ବର ରଖି ସମଗ୍ର ରାଜ୍ୟରେ ନବମ ସ୍ଥାନରେ ରହିବା ସହ ଜିଲ୍ଲାରେ ଟପ୍ପର ହୋଇଥିବା ବେଳେ ସରସ୍ୱତୀ ବିଜ୍ଞାନ କଲେଜର ପାର୍ଥିବ ମୁଣ୍ଡ ୫୪୯ ନମ୍ବର ରଖି ଦ୍ଵିତୀୟ ସ୍ଥାନରେ ରହି ଜିଲ୍ଲା ପାଇଁ ଗୌରବ ଆଣି ଦେଇଛନ୍ତି। ଚଳିତ ବର୍ଷ କଳାହାଣ୍ଡି ଜିଲ୍ଲାରୁ ବିଜ୍ଞାନ ବିଭାଗରେ ସମୁଦାୟ ୩୦୧୨ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ସେଥିରୁ ୬୫୫ ଜଣ ପ୍ରଥମ ଶ୍ରେଣୀରେ , ୫୫୫ ଜଣ ଦ୍ଵିତୀୟ ଶ୍ରେଣୀରେ ଏବଂ ୪୮୩ ଜଣ ଛାତ୍ରଛାତ୍ରୀ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି।

ଜିଲ୍ଲାରେ ପ୍ରଗତି ବିଜ୍ଞାନ କଲେଜର ଛାତ୍ରଛାତ୍ରୀ ସର୍ବାଧିକ ଭଲ ପ୍ରଦର୍ଶନ କରିଛନ୍ତି। ଏଥିରେ ସମୁଦାୟ ୩୦୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ। ତନ୍ମଧ୍ୟରୁ ପ୍ରଥମ ଶ୍ରେଣୀରେ ୨୧୬ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୫୦୦ ନମ୍ବରରୁ ଉର୍ଦ୍ଧ୍ବ ୨୨ଜଣ ଛାତ୍ରଛାତ୍ରୀ, ୮୦ ଶତକଡ଼ରୁ ଅଧିକ ନମ୍ବର ରଖି ୪୧ ଜଣ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.