ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ପକ୍ଷରୁ ଭିଟାମିନ ଔଷଧ ବଣ୍ଟନ

କାଶିପୁର,୧୩/୮: ରାୟଗଡା ଜିଲ୍ଲା କାଶିପୁର ବ୍ଲକ ସ୍ଥିତ ‘ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ’ ତରଫରୁ ୩ଖଣ୍ଡ ବିସ୍ଥାପିତ ଗ୍ରାମର କର୍ମଚାରୀ ମାନଙ୍କୁ ଭିଟାମିନ ଔଷଧ ବଣ୍ଟନ କରାଯାଇଛି ।

Omkar Vasthu
Omkar Vasthu

ଏଠାରେ ପ୍ରକାଶଯୋଗ୍ୟ ଯେ, ରାୟଗଡା ଜିଲ୍ଲାରେ କରୋନା ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାକୁ ପ୍ରତିହତ କରିବା ପାଇଁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଉଛି । ଜିଲ୍ଲାର କାଶିପୁର ବ୍ଲକରେ ମଧ୍ୟ କରୋନା ତା’ର କହର ଦେଖାଇ ଚାଲିଛି । ଏହି ପରିପ୍ରେକ୍ଷୀରେ ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘର ସଭାପତି ଗୋବିନ୍ଦ ଚନ୍ଦ୍ର ନାଇକଙ୍କ ନେତୃତ୍ୱରେ ଉତ୍କଳ ଆଲୁମିନା ପ୍ରକଳ୍ପ ଠାରୁ ଭିଟାମିନ ଔଷଧ ଆଣି ବିସ୍ଥାପିତ ଗ୍ରାମର ସମସ୍ତ କର୍ମଚାରୀଙ୍କ ପରିବାରକୁ ଘର ବୁଲି ବୁଲି ଔଷଧ ପ୍ରଦାନ କରାଯାଇଥିଲା । ଯେଉଁ ମାନେ ବୁଝି ପରୁ ନଥିଲେ ସେମାନଙ୍କୁ ସଭାପତି ଶ୍ରୀ ନାଇକ ପ୍ରାଞ୍ଜଳ ଭାବେ ବୁଝାଇ ଦେଇଥିଲେ ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଏହି ସମୟରେ ସଂଘ ସଭାପତି ଶ୍ରୀ ନାଇକଙ୍କ ସହ ସଂଘ ସମ୍ପାଦକ ଆଲାରାମ ଭତ୍ରା, ସହ ସମ୍ପାଦକ ମୋତିଲାଲ ନାଇକ, ଉପସଭାପତି ଭଣ୍ଡାରି ମଝି, ଉମେଶ ମାଝୀ, ଅଭିରାମ ମାଝୀ, ସୁବାଷ ମାଝୀ, ଖଳିରାମ ନାଇକ, ଲୋକିନ୍ଦ୍ର, ଖଗପତି ଓ ସଂଘର ଅନ୍ୟ ସଦସ୍ୟ ମାନେ ସହଯୋଗ କରିଥିଲେ ।

ଏହି ଅବସରରେ ଉତ୍କଳ ଆଲୁମିନା ବିସ୍ଥାପିତ କର୍ମଚାରୀ ସଂଘ ସଭାପତି ଶ୍ରୀ ନାଇକ ବିସ୍ଥାପିତ ୩ ଗ୍ରାମ ସହ ଅଞ୍ଚଳ ଚାରି ପାର୍ଶ୍ଵକୁ ଔଷଧ ସିଂଚନ କରି ପରିଷ୍କାର କରିବାକୁ ପ୍ରକଳ୍ପକୁ ଅନୁରୋଧ କରିଥିଲେ ।

କାଶିପୁର ପ୍ରତିନିଧି ଆଲାରାମ ଭତ୍ରାଙ୍କ ରିପୋର୍ଟ OdiaBarta.in

Clickhere to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.