ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ବଳରାମ ସିଂ ଯାଦବଙ୍କ ମାତୃ ବିୟୋଗ

ବଲାଙ୍ଗିର : ପଶ୍ଚିମ ଓଡିଶା ଯାଦବ ବିକାଶ ପରିଷଦ ଅଧ୍ୟକ୍ଷ ତଥା ବିଜେଡି ରାଜ୍ୟ ସମ୍ପାଦକ ବଳରାମ ସିଂ ଯାଦବଙ୍କ ମା’ ମମତା ଦେବୀ ୯୦ ବର୍ଷ ବୟସରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେଜଣେ ଧର୍ମପରାଣ ମହିଳା ହୋଇଥିବା ବେଳେ ସମାଜର ଦୁଃଖୀ ଦରିଦ୍ର ତଥା ଅବହେଳିତ ପାଇଁ ଅସାର ବାଡ଼ି ସାଜିଥିଲେ। ନିଜ ବାସଭବନରେ ତାଙ୍କର ଦେହାନ୍ତ ହୋଇଥିବାବେଳେ ଅଂଚଳରେ ଦୁଃଖର ଛାୟା ଖେଳିଯାଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ବଳରାମ ସିଂ ଯାଦବ ତଥା ନିଜ ଆତ୍ମୀୟ ଲୋକେ ଉପସ୍ଥିତ ହୋଇଥିଲେ। ଶ୍ରୀ ଯାଦବ ହିନ୍ଦୁ ଧର୍ମର ରୀତିନୀତି ଅନୁସାରେ ମୁଖାଗ୍ନି ଦେଇଥିବାବେଳେ ନିଜ ଆତ୍ମୀୟ ଲୋକେ ଶ୍ରୀ ମମତା ଦେବୀଙ୍କ ଆତ୍ମାର ସଦ୍ଗତି ନିମନ୍ତେ ପ୍ରଭୁ ଶ୍ରୀ କୃଷ୍ଣଙ୍କ ନିକଟରେ ପ୍ରାଥନା କରିଥିଲେ।

ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.