ଏହି ଜିଲ୍ଲାରେ କ୍ରମାଗତ ଭାବେ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ଗୁରୁବାର ଥିଲେ ୧୭୩୪ ଓ ଶୁକ୍ରବାର ୧୮୦୪ ପଜିଟିଭ୍‌, ୧୪ ମୃତ

ରାୟଗଡ,୧୪/୮: ମହାମାରୀ କରୋନା ସଂକ୍ରମଣକୁ ରୋକିବା ପାଇଁ ରାୟଗଡ ଜିଲ୍ଳା ପ୍ରଶାସନର ଅହରହ ଉଦ୍ୟମରେ ବ୍ରେକ ଲାଗୁନାହିଁ । ଜୁଲାଇ ମାସ ଠାରୁ ପଜିଟିଭ୍‌ଙ୍କ ସଂଖ୍ୟା ହୁ ହୁ ବଢିବାରେ ଲାଗିଛି । ଜିଲ୍ଳା ପ୍ରଶାସନ ଗତ ୧୩ତାରିଖରେ ଜିଲ୍ଳାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୭୩୪ଜଣ ଚିହ୍ନଟ ହୋଇଥିବା ନେଇ ପ୍ରକାଶ କରିଥିବା ବେଳେ ୧୪ତାରିଖରେ ୭୦ଟି ନୂଆ ପଜିଟିଭ୍ ଆକ୍ରାନ୍ତ ଚିହ୍ନଟ ପରେ ଏହି ସଂଖ୍ୟା ୧୮୦୪ରେ ପଂହଚିଛି । ତେବେ ଏହି ୧୮୦୪ଜଣଙ୍କ ମଧ୍ୟରୁ ୧୧୦୮ଜଣ କରୋନା ରୋଗୀ ସୁସ୍ଥ ହୋଇ ଫେରିଥିବା ବେଳେ ୬୧୦ଜଣ ଜିଲ୍ଳାର ତାଡମା, ବିଷମକଟକ, ଗୁଣପୁର କୋଭିଡ କେୟାର କେନ୍ଦ୍ର ଓ ଜେକେପୁର ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । ବୃଦ୍ଧି ପାଉଥିବା ପଜିିଟିଭ୍ ଆକ୍ରାନ୍ତଙ୍କୁ ନେଇ ଜିଲ୍ଳା ପ୍ରଶାସନ ଚିନ୍ତା ପ୍ରକଟ ନ କରି ଆକ୍ରାନ୍ତଙ୍କୁ ସ୍ୱାସ୍ଥ୍ୟ ସେବା ଯୋଗାଇବା ପାଇଁ ଉଦ୍ୟମ ଜାରି ରଖିଥିବା ବେଳେ ଜିଲ୍ଳାବାସୀ କିନ୍ତୁ ଦିନକୁ ଦିନ ପଜିଟିଭ୍ ସଂଖ୍ୟାର ବୃଦ୍ଧି ହାରକୁ ନେଇ ଚିନ୍ତାରେ ପଡିଛନ୍ତି । ଶୁକ୍ରବାର ଦିନ ଚିହ୍ନଟ ହୋଇଥିବା ୭୦ଜଣଙ୍କ ମଧ୍ୟରେ ୪୮ଜଣ ପୁରୁଷ ଓ ୨୨ଜଣ ମହିଳା ଆକ୍ରାନ୍ତ ରହିଛନ୍ତି । ସମସ୍ତ ଚିହ୍ନଟ ଆକ୍ରାନ୍ତ ଘରୋଇ ସଂଗରୋଧରୁ ଚିହ୍ନଟ ହୋଇଥିବା ବେଳେ ୪୩ଜଣ କଂଟାକ୍ଟ ଟ୍ରେସିଂରୁ ଚିହ୍ନଟ ହୋଇଛନ୍ତି ଏବଂ ୪୦ଜଣ ଆଇଏଲଆଇ/ସାରି ଲକ୍ଷଣ ଥିବା ନେଇ ଚିହ୍ନଟ ହୋଇଛନ୍ତି । ସେହିପରି ଏହି ୭୦ଜଣଙ୍କ ମଧ୍ୟରେ ୭ଜଣ କରୋନା ଯୋଦ୍ଧା ରହିଛନ୍ତି । ବର୍ତମାନ ଜିଲ୍ଳାରେ ୩୨୨ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଥିବା ବେଳେ ସେଥିମଧ୍ୟରୁ ୧୯୦ଜଣ ସୁସ୍ଥ ହୋଇ ଫେରିଛନ୍ତି ଏବଂ ୧୩୨ଜଣ ଜିଲ୍ଳାର ବିଭିନ୍ନ କୋଭିଡ କେୟାର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି ହୋଇ ଚିକିତ୍ସିତ ହେଉଥିବ ନେଇ ଜିଲ୍ଳା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ(ସିଡିଏମଓ) ଡାକ୍ତର ଆର୍ତବନ୍ଧୁ ନାୟକ ସୂଚନା ଦେଇଛନ୍ତି ।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ରାୟଗଡ ପୈାରାଂଚଳରୁ ୧୫ଜଣ,ରାମନାଗୁଡା ବ୍ଳକରୁ ୧୫, ଗୁଣପୁର ଗ୍ରାମାଂଚଳରୁ ୧୧ ଓ ପୈାରାଂଚଳରୁ ୧୧, ପଦ୍ମପୁର ବ୍ଳକରୁ ୯, ମୁନିଗୁଡାରୁ ୫, କାଶିପୁରରୁ ୩ ଓ ବିଷମକଟକରୁ ଜଣେ କରୋନା ଆକ୍ରାନ୍ତ ଶୁକ୍ରବାର ଦିନ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ଜଣେ ବିଶାଖାପାଟଣମ ଓ ଜଣେ ଶ୍ରକାକୁଲମ, ଆନ୍ଧ୍ରପ୍ରଦେଶକୁ ଯାଇଥିବା ନେଇ ପ୍ରଶାସନ ପାଖେ ଗସ୍ତ ତଥ୍ୟ ହାସଲ ହୋଇଥିବା ନେଇ ସିଡିଏମଓ ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି ଏବଂ ଜିଲ୍ଳାରେ ରାପିଡ ଆଂଟିଜେନ ଟେଷ୍ଟ ବୃଦ୍ଧି କରାଯାଇଥିବାରୁ ଖୋଜି ଖୋଜି ପଜିଟିଭ୍ ଆକ୍ରାନ୍ତଙ୍କୁ ଚିହ୍ନଟ ହୋଇ ପାରିଥିବାରୁ ପଜିଟିଭଙ୍କ ସଂଖ୍ୟା ବୃଦ୍ଧି ପାଉଛି ତେଣୁ ଭୟଭୀତ ନ ହୋଇ କୋଭିଡ-୧୯ ଗାଇଡଲାଇନ ମାନି ମାସ୍କ ପରିଧାନ କରିବା, ସାମାଜିକ ଦୂରତା ବଜାୟ ରଖିବା, ନିୟମିତ ସାନିଟାଇଜର ଓ ସାବୁନରେ ହାତ ଧୋଇବା ଓ ଅତି ଜରୁରୀ ନ ଥିଲେ ଘରୁ ନ ବାହାରିବାକୁ ସେ ନିବେଦନ କରିଛନ୍ତି ।

Udyog Nursery
Udyogi Nursery

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.