କୋକସରା ବ୍ଲକର ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

କୋକସରା,୧୫/୮: ମହାମାରୀ କରୋନା ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ କୋଭିଡ-୧୯ ଗାଇଡ଼ଲାଇନ ଅନୁଯାୟୀ ଚଳିତ ବର୍ଷ ସାମାଜିକ ଦୂରତା ଅବଲମ୍ବନ କରି, ମାସ୍କ ବ୍ୟବହାର ସହ ନିରାଡ଼ମ୍ବର ଭାବେ ସୀମିତ ଅତିଥି, ପଦାଧିକାରୀ, ଗଣମାଧ୍ୟମ ପ୍ରତିନିଧି ଏବଂ କରୋନା ଯୋଦ୍ଧାଙ୍କୁ ନେଇ କୋକସରା ବ୍ଲକ ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ବ୍ଲକ ସ୍ତରୀୟ ସ୍ୱାଧୀନତା ଦିବସରେ ଗୁଡ଼ହାଣ୍ଡି ମଞ୍ଚ ଠାରେ ବ୍ଲକ ଅଧ୍ୟକ୍ଷା ସଭ୍ୟା ରାଣୀ ବାଗଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା ଓ କୋଭିଡ ଯୋଦ୍ଧା ମାନଙ୍କୁ ସାନମାନିତ କରାଯାଇଥିଲା ।

କୋକସରା ବିଜେଡି କାର୍ଯ୍ୟାଳୟ ଠାରେ ଧର୍ମଗଡ଼ ବିଧାୟକ ମହୋଷଧି ବାଗ ଜାତୀୟ ପତାକା ଉତ୍ତୋଳନ କରି ସମ୍ପ୍ରତି କରୋନା ମହାମାରୀରୁ କିପରି ସୁରକ୍ଷିତ ରହିବେ ଓ ଅଞ୍ଚଳ ର ବିକାଶ କିପରି ସମ୍ଭବ ହେବ ସେ ବିଷୟରେ ଉଦବୋଧନ ଦେଇଥିଲେ ।

ସେହିପରି ମୋଟେର ପଞ୍ଚାୟତ ଠାରେ ସରପଞ୍ଚ ଇଂ ସୁଶୀଲ କୁମାର ଶବର, ଲଡୁ ଗାଁ ଠାରେ ସରପଞ୍ଚ କହ୍ନେଇ ଚରଣ ଦାସ, ମୋଟେର ଫାଣ୍ଡି ଠାରେ ଫାଣ୍ଡି ଅଧିକାରୀ ଅଜୟ ନାଏକ, ଜାତୀୟ ପତାକା ଉତ୍ତୋଳନ କରି ଥିଲେ ।

କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.