କଳାହାଣ୍ଡି,୧୫/୮ : ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଟିଟିଝୋଲା ଠାରେ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି। ବିଭାଗୀୟ ନିର୍ଦ୍ଦେଶ ଅନୁସାରେ କେବଳ ଶିକ୍ଷକ ତଥା ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟମାନେ ଏଥିରେ ଉପସ୍ଥିତ ରହିଥିଲେ। ସାମାଜିକ ଦୂରତା ରକ୍ଷା ପୂର୍ବକ ସମସ୍ତେ ଜାତୀୟ ସଙ୍ଗୀତ ଗାନ କରିଥିଲେ। ପତାକା ଉତ୍ତୋଳନ କରିଥିଲେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବୈଷ୍ଣବ ମାଝୀ।
ଏହି ଅବସରରେ ସହକାରୀ ଶିକ୍ଷକ ଡିଲେଶ୍ୱର ରଣାଙ୍କ ତତ୍ତ୍ଵାବଧାନରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ କନିଷ୍ଠ ଶିକ୍ଷକ ବିଶ୍ୱରଂଜନ ପରିଡ଼ା, ସମ୍ବାରୁ ମାଝୀ, କୁର୍ମାନା ସାହୁ, ଅଜିତ ସାହୁ, ବିଘ୍ନ ସାହୁ, ଅର୍ଜୁନ ସାହୁ ପ୍ରମୁଖ ସହଯୋଗ କରିଥିଲେ।