ବଲାଙ୍ଗିର,୧୫/୮: ଆଜି ସାରା ଦେଶରେ ପାଳିତ ହୋଇଛି ୭୪ତମ ସ୍ୱାଧୀନତା ଦିବସ । ସେହି କ୍ରମରେ ବଲାଙ୍ଗିର ରିଜର୍ଭ ପୋଲିସ ପଡିଆ ଠାରେ ଜିଲ୍ଲା ସ୍ତରୀୟ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।କୋଭିଡ୍-୧୯ ନିୟମ ସହ ଅନବରତ ବର୍ଷା ମଧ୍ୟରେ ଏବର୍ଷ ପାଳିତ ହୋଇଛି ସ୍ୱାଧୀନତା ଦିବସ ।
ଉକ୍ତ ସମାରୋହରେ ବଲାଙ୍ଗିର ଜିଲ୍ଲାପାଳ ଅରିନ୍ଦମ ଡାକୁଆ ମୁଖ୍ୟ ଅତିଥି ଭାବରେ ଯୋଗଦେଇ ପତାକା ଉତ୍ତୋଳନ କରିଥିଲେ । ଜିଲ୍ଲାପାଳ ତାଙ୍କ ଅଭିଭାଷଣରେ ଆମ ଭାରତ ବର୍ଷପାଇଁ ବଳିଦାନ ଦେଇଥିବା ବୀରପୁତ୍ର ମାନଙ୍କୁ ସ୍ମରଣ କରିଥିଲେ । ଏହାସହ ବର୍ତମାନ କରୋନା ସଂକଟର ଘଡିସନ୍ଧି ମୁହୂର୍ତ୍ତରେ ସମାଜ ପାଇଁ ନିଜ ଜୀବନକୁ ଖାତିର ନକରି ସେବାରେ ନିଜକୁ ନିୟୋଜିତ କରିଥିବାରୁ କରୋନା ଯୋଦ୍ଧା ସ୍ୱାସ୍ଥ୍ୟକର୍ମୀ, ପୋଲିସ, ସଫେଇ କର୍ମଚାରୀ ଓ ଅନ୍ୟାନ୍ୟ କରୋନା ଯୋଦ୍ଧା ମାନଙ୍କୁ ଧନ୍ୟବାଦ ଓ କୃତଜ୍ଞତା ଜ୍ଞାପନ କରିଥିଲେ । ସ୍ବାଧୀନତା ଦିବସ ସମାରୋହରେ ଜିଲ୍ଲାର ଅନେକ ଉଚ୍ଚ ପଦସ୍ଥ ଅଧିକାରୀମାନେ ଯୋଗ ଦେଇଥିଲେ ।
ବଲାଙ୍ଗିର ଜିଲ୍ଲା ପ୍ରତିନିଧି ଗୋକୁଳାନନ୍ଦ ବଗର୍ତ୍ତିଙ୍କ ରିପୋର୍ଟ OdiaBarta.in