ବିଭିନ୍ନ ସ୍ଥାନରେ ସାମାଜିକ ଦୂରତା ସହିତ ପାଳନହେଲା ସ୍ୱାଧୀନତା ଦିବସ

କଳାହାଣ୍ଡି,୧୫/୮: ଆଜି ୭୪ ତମ ପବିତ୍ର ସ୍ୱାଧୀନତା ଦିବସ ମହାସମାରୋହରେ ମ.ରାମପୁରର ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟରେ ସାମାଜିକ ଦୂରତା ସହିତ ପାଳିତ ହେଇଯାଇଛି । ତହସିଲ କାର୍ଯ୍ୟାଳୟରେ ତହସିଲାଦର ସୟଦ ଇସାକ ମଦିନା, ବ୍ଲକ କାର୍ଯ୍ୟାଳୟରେ ବିଡ଼ିଓ ରୁମାନା ଜାଫ୍ରି, ସଦର ପଂଚାୟତରେ ଜିଲ୍ଲା ପରିଷଦ ସଭ୍ୟ ତଥା ପଶ୍ଚିମ ଓଡ଼ିଶା ବିକାଶ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ, ସେବାଜଗତରେ ସଂପାଦକ ସତ୍ୟ ନାରାୟଣ ପଟ୍ଟନାୟକ, ଆରଇ ଅଫିସରେ ଆରଆଇ ରଂଜିତା ପ୍ରଧାନ, ମହାଶକ୍ତି ଫାଉଣ୍ଡେସନରେ ସଦର ସରପଂଚ ଚିତ୍ତରଂଜନ ବାଗ, ମ.ରାମପୁର ଥାନାରେ ଥାନାଧିକାରୀ ଗୋବିନ୍ଦ ମାଝୀ, ମ.ରାମପୁର ରେଂଜ କାର୍ଯ୍ୟାଳୟରେ ରେଂଜର କେଶବ ମାଝୀ ଓ ସର୍ବସାଧାରଣସ୍ତରୀୟ ଦୁର୍ଗମାଧବ ଉ୍‌ଚ୍ଚ ବିଦ୍ୟାପୀଠ ଖେଳପଡ଼ିଆରେ ମୁଖ୍ୟ ଅତିଥି ଭାବରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ସଭ୍ୟ ପୁଷ୍ପେନ୍ଦ୍ର କୁମାର ସିଂହଦେଓ ଯୋଗଦେଇ ପତାକା ଉତ୍ତେ୍‌ାଳନ କରିବା ସହିତ ନିଜ ନିଜର ବକ୍ତ୍ୟବ ରଖିଥିଲେ ।

ଠିକ ସେହିପରି ବିଭିନ୍ନ କାର୍ଯ୍ୟାଳୟ, ସରକାରୀ ବେସରକାରୀ ବିଦ୍ୟାଳୟ ଗୁଡ଼ିକରେ ସାମାଜିକ ଦୂରତା ସହିତ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା । ଏହି ଅବସରରେ ମହାଶକ୍ତି ଫାଉଣ୍ଡେସନ ତରଫରୁ କରୋନା ଯୋଦ୍ଧା (ଆଶା କର୍ମୀ, ନୁନପୁର) ସୁନୀତା ରଣା, ଦୁର୍ଗମାଧବ ସରକାରୀ ବିଦ୍ୟାଳୟର ପିଅନ ସାଇପ୍ରସାଦ କୁମାରଙ୍କୁ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ଏବଂ ମ.ରାମପୁର ସାମ୍ବାଦିକ ସଂଘ ତରଫରୁ ଗ୍ରାମ ପଂଚାୟତ ସ୍ୱାଧୀନତା ଦିବସ ପାଳନ ଅବସରରେ ସରପଂଚ ଚିତ୍ତରଂଜନ ବାଗ, ପିଇଓ ଫଗନୁ ଗହୀର, ଅଙ୍ଗନୱାଡ଼ି କର୍ମୀଙ୍କୁ ମାନପତ୍ର ଓ ଉପଢୌକନ ସହିତ ସମ୍ବର୍ଦ୍ଧିତ କରାଯାଇଥିଲା ।

ତେବେ ସମସ୍ତ କାର୍ଯ୍ୟକ୍ରମରେ ସମସ୍ତେ ମାସ୍କ ବ୍ୟବହାର କରିବା ସହିତ ସାମାଜିକ ଦୂରତା ରକ୍ଷା କରିଥିଲେ ଏବଂ ଅଳ୍ପ ସଂଖ୍ୟକ ଜନାସାଧାରଣଙ୍କ ଉପସ୍ଥିତିରେ ସ୍ୱାଧୀନତା ଦିବସ ପାଳନ କରାଯାଇଥିଲା ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.