ଲାଞ୍ଜିଗଡ଼ ବ୍ଲକର ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ

ଲାଞ୍ଜିଗଡ଼,୧୫/୮: ମହାମାରୀ କରୋନା ସଂକ୍ରମଣକୁ ଆଶଙ୍କା କରି ରାଜ୍ୟ ସରକାରଙ୍କ ନିର୍ଦେଶ ଅନୁସାରେ କୋଭିଡ-୧୯ ଗାଇଡ଼ଲାଇନ ଅନୁଯାୟୀ ଚଳିତ ବର୍ଷ ସାମାଜିକ ଦୂରତା ଅବଲମ୍ବନ କରି, ମାସ୍କ ବ୍ୟବହାର ସହ ନିରାଡ଼ମ୍ବର ଭାବେ ସୀମିତ ଅତିଥିଙ୍କୁ ନେଇ ଲାଞ୍ଜିଗଡ଼ ବ୍ଲକ ବିଭିନ୍ନ ସ୍ଥାନରେ ୭୪ ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି ।

ଏହି ଅବସରରେ ବ୍ଲକ ପରିସରରେ ବ୍ଲକ ଅଧ୍ୟକ୍ଷ ଇ. ଫକୀର ମୋହନ ମାଝୀଙ୍କ ଦ୍ୱାରା ଜାତୀୟ ପତାକା ଉତ୍ତୋଳନ କରି ଜାତୀୟ ସଂଗୀତ ଗାନ କରାଯାଇଥିଲା। ଲାଞ୍ଜିଗଡ଼ ବିଡ଼ିଓ ଜିତେନ୍ଦ୍ର କୁମାର ମିଶ୍ର, ଏବିଡ଼ିଓ ବିଭୂତି ଭୂଷଣ ସତପତି ଉପସ୍ଥିତ ଥିଲେ।

ସେହିପରି ଲାଞ୍ଜିଗଡ଼ଠାରେ ପୂର୍ବତନ ସରପଞ୍ଚ ଚନ୍ଦ୍ରଧ୍ୱଜ ପେସନିଆ, ଲାଞ୍ଜିଗଡ଼ ବେଦାନ୍ତ କାରଖାନା ପରିସରରେ ମୁଖ୍ୟ ପରିଚାଳନା ଅଧିକାରୀ ରାକେଶ ମୋହନ, ବିଶ୍ୱନାଥପୁର ବିଜେଡି କାର୍ଯ୍ୟାଳୟଠାରେ ଲାଞ୍ଜିଗଡ଼ ବ୍ଲକ ବିଜେଡି ବ୍ଲକ ସଭାପତି ଗୋବିନ୍ଦ ପ୍ରଧାନୀ, ଡିଏଭି ବେଦାନ୍ତ ଇଣ୍ଟରନ୍ୟାସନାଲ ସ୍କୁଲଠାରେ ଅଧ୍ୟକ୍ଷ ସଦାନନ୍ଦ ହୋତା, ଲାଞ୍ଜିଗଡ଼ ମହାଶକ୍ତି ପାଉଣ୍ଡେସନଠାରେ ଲାଞ୍ଜିଗଡ଼ ସରପଞ୍ଚ ସୁଶ୍ରୀ ମଣି ମାଝୀ, ମା’ ହୀରାନିଳା ଡିଗ୍ରୀ ମହାବିଦ୍ୟାଳୟ ବିଶ୍ୱନାଥପୁରଠାରେ ଅଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁ, ମା’ ହୀରାନିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ବିଶ୍ୱନାଥପୁର ଠାରେ ଅଧ୍ୟକ୍ଷ କଙ୍କଣ ରାୟ, ଲାଞ୍ଜିଗଡ଼ ଏସଏସଡ଼ି ସ୍କୁଲ ପରିସରରେ ଅଧ୍ୟକ୍ଷ ଜିତେନ୍ଦ୍ର ନାରାୟଣ ନାଗ, ଲାଞ୍ଜିଗଡ଼ ଥାନା ପରିସରରେ ଥାନାଧିକାରୀ ସତ୍ୟାନନ୍ଦ ପାତ୍ର, ବିଶ୍ଵନାଥ ପୁର ମାଁ ହୀରା ନୀଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ କଙ୍କଣ ରାଏ, ଲାଞ୍ଜିଗଡ଼ରୋଡ଼ ପଞ୍ଚାୟତଠାରେ ସରପଞ୍ଚ ଟଙ୍କଧର ମାଝୀ, ଗୋବର୍ଦ୍ଧନ ପୁର ପଞ୍ଚାୟତଠାରେ ସରପଞ୍ଚ ସୁରେନ୍ଦ୍ର ମାଝୀ, ଲାଞ୍ଜି ପଞ୍ଚାୟତ ଠାରେ ସରପଞ୍ଚ ଵିଷ୍ଣୁ ଚରଣ ଭୋଇ, କମର୍ଦ୍ଧା ପଞ୍ଚାୟତଠାରେ ସରପଞ୍ଚ କାନ୍ତି ପାତ୍ର, ପତ୍ରାପଡାରେ ମହେନ୍ଦ୍ର କରୁଆ ପତାକା ଉତ୍ତୋଳନ କରିଥିଲେ।

ସେହିପରି ଭାବରେ ରାଜସ୍ୱ ନିରୀକ୍ଷକଙ୍କ କାର୍ଯ୍ୟାଳୟ ଲାଞ୍ଜିଗଡ଼ରେ ରାଜସ୍ବ ନୀରିକ୍ଷକ ବୈବସୁତ ବାଗ ଜାତୀୟ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ରାଜସ୍ୱ ନିରୀକ୍ଷକ ନଙ୍ଗଲବେଡା ରସିକ ଶବର, ଲାଞ୍ଜିଗଡ଼ ସହକାରୀ ରାଜସ୍ବ ନୀରିକ୍ଷକ ଲୋକେଶ ସେନାପତି ଏବଂ ଗୋବିନ୍ଦ ବେହେରା ପ୍ରମୁଖ ଉପସ୍ଥିତ ଥିଲେ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.