କରୋନା କଟକଣା ମଧ୍ୟରେ ୭୪ତମ ସ୍ଵାଧୀନତା ଦିବସ ପାଳିତ

ନର୍ଲା,୧୫/୮: ନର୍ଲା ବ୍ଲକର ବିଭିନ୍ନ ସରକାରୀ ବେସରକାରୀ ଅନୁଷ୍ଠାନ ଗୁଡ଼ିକରେ ୭୪ତମ ସ୍ଵାଧୀନତା ଦିବସ ପାଳନ ହୋଇଯାଇଛି। ଏଥିପାଇଁ କୋଭିଡ ନିୟମ ଅନୁସାରେ ସାମାଜିକ ଦୂରତା ସହ ମାସ୍କ ବ୍ୟବହାର କରି ଜାତୀୟ ପର୍ବଟିକୁ ପାଳନ କରାଯାଇଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ନର୍ଲା ବ୍ଲକ ପରିସରରେ ବ୍ଳକ ଅଧ୍ୟକ୍ଷା ମନୋରମା ମହାନ୍ତି ପତାକା ଉତ୍ତୋଳନ କରିଥିବାବେଳେ ବିଡ଼ିଓ ଡକ୍ଟର ବ୍ୟାସଦେବ ବେହେରା ଓ ବ୍କକ ଉପାଧ୍ୟକ୍ଷ ଦୂର୍ଗାପ୍ରସାଦ ମହାନ୍ତି ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ନର୍ଲା ପ୍ରେସ କ୍ଲବରେ ଅବସରପ୍ରାପ୍ତ ଶିକ୍ଷକ ଲକ୍ଷ୍ମଣ ବାଗ ପତାକା ଉତ୍ତୋଳନ କରିଥିବାବେଳେ ସାମ୍ବାଦିକ ଦିପକ ଠାକୁର ଓ ସାମ୍ବାଦିକ ନିରଞ୍ଜନ ଗୈାଡ ଉପସ୍ଥିତ ଥିଲେ ।

ସେହିପରି ଭାବରେ ନର୍ଲାରୋଡ ବିଜେପି କାର୍ଯ୍ୟାଳୟରେ ନର୍ଲା ମଣ୍ଡଳ ସଭାପତି ପଦ୍ମଲୋଚନ ଜାଲ ପତାକା ଉତ୍ତୋଳନ କରି ଅଭିଭାଷଣ ପ୍ରଦାନ କରିଥିଲେ। ଏଥିରେ ବିଜେପି କାର୍ଯ୍ୟକର୍ତ୍ତା ମନ୍ମୟ ଚାନ୍ଦ, ଅଜୟ ନନ୍ଦ, ସରୋଜ ବୁଦ୍ଧିଆ ଓ ଦଳିୟ କାର୍ଯ୍ୟକର୍ତ୍ତା ମାନେ ଉପସ୍ଥିତ ଥିଲେ। ନର୍ଲା କଲେଜ ଛକ ଠାରେ ଆୟୋଜିତ ସ୍ବାଧୀନତା ଦିବସ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ସମାଜସେବୀ ପଦ୍ମଲୋଚନ ଜାଲ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବାସହ ସ୍ବାଧୀନତା ସଂଗ୍ରାମୀ ମାନଙ୍କୁ ସ୍ମରଣ କରିଥିଲେ। ଏହାସହ ବର୍ତମାନର କରୋନା ସଂକଟ ଓ ବିବିଧ ଦିଗ ଉପରେ ଶ୍ରୀଯୁକ୍ତ ଜାଲ ଆଲୋକପାତ କରିଥିଲେ। ଏଥିରେ ସାମ୍ବାଦିକ ଲିଙ୍ଗରାଜ ମିଶ୍ର, ଅଭିରାମ ନନ୍ଦ ଓ ଅନ୍ୟମାନେ ଉପସ୍ଥିତ ଥିଲେ।

ନର୍ଲା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ଅଧିକାରୀ ସନତ କୁମାର ଶତପଥୀ, ନର୍ଲା ପଞ୍ଚାୟତ ଠାରେ ସରପଂଚ ଚିରଞ୍ଜିବୀ ଗୈାଡିଆ, ନର୍ଲା ଥାନାରେ ଥାନା ଅଧିକାରୀ ଡିଏସପି ଗାୟତ୍ରୀ ପଧାନ, ବିଦ୍ୟୁତ ବିଭାଗରେ ଦୀପକ ବେହେରା, ଇଣ୍ଡିଆନ ଗ୍ୟାସ ବିତରଣ ଅଫିସରେ ପୂର୍ବତନ ଜେଲର ଶିବ ଦାସ ଚାନ୍ଦ, ସରସ୍ଵତୀ ଶିଶୁ ମନ୍ଦିର ରୁପ୍ରାରୋଡରେ ସଭାପତି କ୍ଷୀରୋଦ ପାତ୍ର, ରୁପ୍ରାରୋଡ ମାରୱାଡ଼ି ଯୁବା ମଞ୍ଚରେ ଅଖିଳ ଭାରତୀୟ ମାରୱାଡ଼ି ସମ୍ମେଳନର କାର୍ଯ୍ୟକର୍ତ୍ତା ସତ୍ୟ ନାରାୟଣ ଜୈନ, ଜୟନ୍ତୀ ନଗର ପ୍ରାଥମିକ ବିଦ୍ୟାଳୟରେ ଅଜିତ ନାଏକ, ଶାନ୍ତପୁର ଗ୍ରାମ ପଞ୍ଚାୟତରେ ସରପଂଚ ଟିକେଧର ସାହୁ, ସାହାରା ଇଣ୍ଡିଆରେ ବିରଞ୍ଚିନାରାୟଣ ପଣ୍ଡା, ବୁଢାରଜା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ନକୁଳ ନାଏକ, କୁରମେଲ ପଞ୍ଚାୟତରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୈାତୁକ ଖମାରୀ, ନର୍ଲା ବ୍ୟାକ ଅଫ୍ ଇଣ୍ଡିଆରେ ଗୃହ ମାଳିକ ଲୁଲୁ ଚାନ୍ଦ ପ୍ରମୁଖ ଜାତୀୟ ପତାକା ଉତ୍ତୋଳନ କରିଥଲେ ।

ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.