କୋକସରା,୧୫/୮: ସ୍ୱାଧୀନତା ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର କଳାହାଣ୍ଡି ଓ ତ୍ରିଶକ୍ତି ଯୁବକ ସଙ୍ଘ ଟେମରାର ମିଳିତ ଆନୁକୂଲ୍ୟରେ ଟେମରା ହାଇସ୍କୁଲ ପରିସର ଓ ଖେଳ ପଡିଆ ଠାରେ ବୃକ୍ଷ ରୋପଣ ହୋଇଯାଇଛି ।ରାଷ୍ଟ୍ରୀୟ ସ୍ବେଛାସେବୀ କୋପନେଶ୍ୱର ବେମାଲ ଓ ଦିନକାନ୍ତ ମଙ୍ଗରାଜଙ୍କ ତତ୍ତ୍ୱାବଧାନରେ ଆୟୋଜିତ କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବେ ବି ଇ ଓ ତୋଫାନ ମାଝୀ, ପ୍ରଧାନ ଶିକ୍ଷକ ଦୟାନିଧି ହଂସ, ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ସଭାପତି କୁମୁଦ ଚନ୍ଦ୍ର ପାତ୍ର ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ସୁରକ୍ଷା ଓ ବୃକ୍ଷ ରୋପଣ ଉପରେ ଗୁରୁତ୍ୱ ଦେବାକୁ କହିଥିଲେ । ଏହି ଅବସରରେ ଟେମରା ଖେଳ ପଡିଆ ଠାରେ ଅତିଥି ମାନଙ୍କ ଦ୍ୱାରା ଚାରା ରୋପଣ କରାଯାଇଥିଲା ।କାର୍ଯ୍ୟକ୍ରମରେ ତ୍ରିଶକ୍ତି ସାଂସ୍କୃତିକ ଅନୁଷ୍ଠାନ ର ସଦସ୍ୟ ମାନେ ସହଯୋଗ କରିଥିଲେ ।
କୋକସରା ପ୍ରତିନିଧି ହିରଣ୍ୟ ବେହେରାଙ୍କ ରିପୋର୍ଟ OdiaBarta.in