ରାୟଗଡ ପୈାରପରିଷଦ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ,୧୫/୮: ରାୟଗଡ ପୈାର ପରିଷଦ ପ୍ରାଙ୍ଗଣରେ ସାମାଜିକ ଦୂରତା ବଜାୟ ରଖି ମାସ୍କ ପରିଧାନ କରି ସୀମତି ସଂଖ୍ୟଙ୍କ ଅଧିକାରୀ ଓ କର୍ମଚାରୀଙ୍କୁ ନେଇ ନିରାଡମ୍ବର ଭାବେ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାୟଗଡ ଜିଲ୍ଳାପାଳ ତଥା ପୈାର ପରିଷଦର ପ୍ରଶାସକ ପ୍ରମୋଦ କୁମାର ବେହେରା କାର୍ଯ୍ୟାଳୟ ପ୍ରାଙ୍ଗଣରେ ଜାତୀୟ ପତାକା ଉତୋଳନ କରିଥିଲେ । ପୈାର ପରିଷଦର ଅଧିକାରୀ ଓ କର୍ମଚାରୀମାନେ ଜାତୀୟ ସଙ୍ଗୀତ ଗାନ କରିବା ପରେ ଜିଲ୍ଳାପାଳ ଶ୍ରୀ ବେହେରା ପୈାର ପରିଷଦର ସମସ୍ତ କର୍ମଚାରୀମାନଙ୍କୁ ଦେଶର ଗୈାରବ ବର୍ଣ୍ଣନା କରିବା ସହିତ ବର୍ତମାନ କରୋନା ଭଳି ବଡ ଶତ୍ରୁ ସହ ଲଢିବା ପାଇଁ ଆହୁରି ସଂଯମତା ଓ ଧୈର୍ଯ୍ୟ ଆବଶ୍ୟକ ବୋଲି ସମସ୍ତଙ୍କୁ ପ୍ରୋତ୍ସାହିତ କରିଥିଲେ । ଏହି ଦିବସରେ ରାୟଗଡ ପୈାର ପରିଷଦର ନିର୍ବାହୀ ଅଧିକାରୀ ସଚ୍ଚିଦାନନ୍ଦ ଶତପଥି ସହରରେ ଥିବା ବରପୁତ୍ରମାନଙ୍କ ପ୍ରତିମୂର୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ସେମାନଙ୍କ ତ୍ୟାଗ ଓ ପ୍ରାଣବଳି ଅବଦାନକୁ ମନେପକାଇ ଗଭୀର ଶ୍ରଦ୍ଧାଂଜଳି ପୂର୍ବକ ସମ୍ମାନ ଜଣାଇଥିଲେ ।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.