ରାୟଗଡ ବ୍ଳକରେ ସର୍ବାଧିକ ୫୫ଜଣ
ଜିଲ୍ଳାରେ ୧୯୫୦ କରୋନା ପଜିଟିଭ୍, ୧୧୯୦ ସୁସ୍ଥ ଓ ୧୪ଜଣଙ୍କ ମୃତ୍ୟୁ
ରାୟଗଡ,୧୫/୮: ମହାମାରୀ କରୋନାକୁ ନେଇ ରାୟଗଡ ଜିଲ୍ଳାରେ ସ୍ଥିତି ଅତି ଜଟିଳ ହେବାରେ ଲାଗିଛି । ଚଳିତ ମାସର ପ୍ରଥମ ଓ ଦ୍ୱିତୀୟ ସପ୍ତାହରେ ଦୈନିକ ୫୦ରୁ ୧୫୦ ମଧ୍ୟରେ ନୂଆ ପଜିଟିଭ୍ ରୋଗୀ ଚିହ୍ନଟ ହେବାରେ ଲାଗିଛନ୍ତି । ତେବେ ରାପିିଡ୍ ଆଂଟିଜେନ ଟେଷ୍ଟକୁ ଜୋରଦାର କରାଯାଇଥିବାରୁ ଜିଲ୍ଳାରେ ଅଗଷ୍ଟ ମାସରେ ପଜିଟିଭ୍ ସଂଖ୍ୟା ନିଶ୍ଚିତ ଭାବେ ବୃଦ୍ଧି ପାଇବ ବୋଲି ପ୍ରଶାସନ ଅବଗତ ଥିବା ବେଳେ କିନ୍ତୁ ବୃଦ୍ଧି ପାଉଥିବା ପଜିଟିଭ୍ ସଂଖ୍ୟା ଜିଲ୍ଳାବାସୀଙ୍କୁ ଚିନ୍ତାରେ ପକାଉଛି । ଶନିବାର ଦିନ ଜିଲ୍ଳାର ରାୟଗଡ, କାଶିପୁର, କଲ୍ୟାଣସିଂହପୁର, କୋଲନରା, ରାମନାଗୁଡା, ଗୁଣପୁର, ପଦ୍ମପୁର, ଗୁଡାରୀ, ଚନ୍ଦ୍ରପୁର ଓ ବିଷମକଟକ ୧୦ଟି ବ୍ଳକରୁ ମୋଟ ୧୪୬ ଜଣ ଚିହ୍ନଟ ହୋଇଥିବା ନେଇ ସିଡିଏମଓ ଡାକ୍ତର ଆର୍ତବନ୍ଧୁ ନାୟକ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । ଚିହ୍ନଟ ୧୪୬ ଜଣଙ୍କ ମଧ୍ୟରେ ୧୦୭ ଜଣ ପୁରୁଷ ଓ ୩୯ଜଣ ମହିଳା ଆକ୍ରାନ୍ତ ହୋଇଛନ୍ତି । ଟିଏମସି କେନ୍ଦ୍ରରୁ ୨ଜଣ, ହୋମ କ୍ୱାରେନଟାଇନରୁ ୧୪୪ ଜଣ ଓ କଂଟାକ୍ଟ ଟ୍ରେସିଂରୁ ୧୧୫ ଜଣ ଚିହ୍ନଟ ହୋଇଛନ୍ତି । ସେହିପରି ଜିଲ୍ଳାରେ ବର୍ତମାନ ୧୯୫୦ଜଣ ପଜିଟିଭ୍ ଚିହ୍ନଟ ହୋଇସାରିଥିବା ବେଳେ ଏଥିରୁ ୧୧୯୦ ଜଣ ସୁସ୍ଥ ହୋଇଛନ୍ତି ଏବଂ ୭୪୬ ଜଣ ସକ୍ରିୟ ରୋଗୀ ଜିଲ୍ଳାର ବିଭିନ୍ନ କୋଭିଡ କେୟାର କେନ୍ଦ୍ର ଓ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସିତ ହେଉଛନ୍ତି । କରୋନା ସଂକ୍ରମଣରୁ ୧୪ ଜଣଙ୍କ ମୃତ୍ୟୁ ହୋଇଛି । ଶନିବାର ଚିହ୍ନଟଙ୍କ ମଧ୍ୟରେ ରାୟଗଡ ବ୍ଳକ ଗ୍ରାମାଂଚଳରୁ ୫୫ଜଣ ଓ ପୈାରାଂଚଳରୁ ୧୫ଜଣ, ଗୁଣପୁର ଗ୍ରାମାଂଚଳରୁ ୧୭ ଜଣ ଓ ପୈାରାଂଚଳରୁ ୧୧ଜଣ ଚିହ୍ନଟ ହୋଇଥିବା ବେଳେ ରାମନାଗୁଡା ବ୍ଳକରୁ ୧୩, ପଦ୍ମପୁର, ଗୁଡାରୀ ଓ ଚନ୍ଦ୍ରପୁରରୁ ୮ଜଣ ଲେଖାଁଏ ଏବଂ କଲ୍ୟାଣସିଂହପୁରରୁ ୬, କାଶିପୁରରୁ ୩ ସହ କୋଲନରା ଓ ବିଷମକଟକ ବ୍ଳକରୁ ଜଣେ ଲେଖାଁଏ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ଏଥିମଧ୍ୟରୁ ୫ ଜଣଙ୍କ ଗସ୍ତ ତଥ୍ୟ ରହିଥିବା ଶ୍ରୀ ନାୟକ ସୂଚନା ଦେଇଛନ୍ତି । ୧୪୬ଜଣ ପଜିଟିଭଙ୍କ ମଧ୍ୟରେ ଆଇଏଲଆଇ/ସାରି ଲକ୍ଷଣରେ ୧୧୬ ଜଣ ଚିହ୍ନଟ ହୋଇଥିବା ବେଳେ ୫ ଜଣଙ୍କ ଗସ୍ତ ତଥ୍ୟ ରହିଛି ଏବଂ ୪ଜଣ କରୋନା ଯୋଦ୍ଧା ଆକ୍ରାନ୍ତ ହୋଇଛନ୍ତି । ବର୍ତମାନ ଜିଲ୍ଳାରେ ୩୨୬ ଜଣ କରୋନା ଯୋଦ୍ଧା କରୋନା ପଜିଟିଭ ହୋଇଥିବା ବେଳେ ଚିକିତ୍ସିତ ୧୯୩ ଜଣ ସୁସ୍ଥ ହୋଇ ଫେରିଛନ୍ତି ଓ ୧୩୩ ଜଣ ଏବେ ମଧ୍ୟ ଚିକିତ୍ସିତ ହେଉଛନ୍ତି ବୋଲି ସିଡିଏମଓ ଡାକ୍ତର ଶ୍ରୀ ନାୟକ ସୂଚନା ଦେଇଛନ୍ତି ।
ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in