ଓକିଲ ସଂଘ ଓ ଜିଲ୍ଳା କୋର୍ଟ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ

ରାୟଗଡ,୧୫/୮: ରାୟଗଡ ଜିଲ୍ଳା ଜର୍ଜ ଅଦାଲତ ପରିସରରେ ସ୍ଥାନୀୟ ଓକିଲ ସଂଘ ଓ ଜିଲ୍ଳା କୋର୍ଟ ପକ୍ଷରୁ ୭୪ତମ ସ୍ୱାଧୀନତା ଦିବସ ପାଳିତ ହୋଇଯାଇଛି । ରାୟଗଡ ଓକିଲ ସଂଘର ଅଧ୍ୟକ୍ଷ ମୋହନ ନାୟକ ଓକିଲ ସଂଘର ଜାତୀୟ ପତାକା ଉତୋଳନ କରିଥିବା ବେଳେ ଜିଲ୍ଳା କୋର୍ଟ ତରଫରୁ ଜିଲ୍ଳା ଜର୍ଜ ଚିତରଂଜନ ଦାସ ଜାତୀୟ ପତାକା ଉତୋଳନ କରିଥିଲେ । ଏଥିସହ କୋର୍ଟ ପାଶ୍ୱର୍ରେ ଥିବା ମଧୂବାବୁଙ୍କ ପ୍ରତିମୂର୍ତିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା । ସ୍ୱାଧୀନତା ଦିବସ ଅବସରରେ ପୋଲିସ ସଲାମୀ ସହ ଜାତୀୟ ସଂଗୀତ ଗାନ କରାଯାଇଥିଲା । ସେହିପରି ସ୍ଥାନୀୟ ପରିବାର ଅଦାଲତ ପରିସରରେ ମଧ୍ୟ ପରିବାର ଅଦାଲତ ଜର୍ଜ ଆଶିଷ କୁମାର ତ୍ରିପାଠୀ ଜାତୀୟ ପତାକା ଉତ୍ତୋଳନ କରିଥିଲେ ।

ସ୍ଥାୟୀ ଲୋକ ଅଦାଲତ ଅଧ୍ୟକ୍ଷ ହିମାଂଶୁ ଶେଖର ବ୍ରହ୍ମା, ଅତିରିକ୍ତ ଜିଲ୍ଲା ଜଜ୍ ଗ୍ୟାନେନ୍ଦ୍ର କୁମାର ବାରିକ, ସିଜେଏମ ମନୋରଂଜନ ଦାଶ,ସିଭିଲ କୋର୍ଟ ରେଜିଷ୍ଟାର ଶ୍ରୀମତି ପ୍ରତିମା ପାତ୍ର, ସବ ଜଜ୍ ଶତରୂପା ଶତପଥି, ଏସଡିଜେଏମ ରାଜେନ୍ଦ୍ର କୁମାର ଦାଶ, ନ୍ୟାୟଧିକାରିଣୀ ଗ୍ରାମା ନ୍ୟାୟାଳୟ ସୁବାଷିନି ବେହେରା, ଜେଏମଏଫସି ଶୋଭନ କୁମାର ପଣ୍ଡା ପ୍ରମୁଖ ଜିଲ୍ଲା ଜଜ ଜାତୀୟ ପତାକା ଉତ୍ତୋଳନ କରିବା କାର୍ଯକ୍ରମରେ ଉପସ୍ଥିତ ରହିଥିବା ବେଳେ ଓକିଲ ସଂଘ କାର୍ଯ୍ୟକ୍ରମରେ ଉପାଧ୍ୟକ୍ଷ ଭି.ଏସ.ରାଜୁ, ସହ ସଂପାଦକ ବିଶ୍ୱନାଥ ଗନ୍ତାୟତ, ସୁନୀଲ କୁମାର ନାୟକଙ୍କ ସମେତ ବ୍ରଜସୁନ୍ଦର ନାୟକ, ପି.ଜେ.ଏମ ରାଓ, ଜଗଦିଶ ପଣ୍ଡା, ରମେଶ ପାଢୀ, ରମାକାନ୍ତ ଜେନା ପ୍ରମୁଖ ଉପସ୍ଥିତ ଥିବା ନେଇ ଓକିଲ ଲାବଣ୍ୟମୋହନ ପଟ୍ଟନାୟକ ସୂଚନା ଦେଇଛନ୍ତି ।

ଏହି କାର୍ଯ୍ୟକ୍ରମଗୁଡିକରେ ସମସ୍ତ ବିଚାର ବିଭାଗ ଅଧିକାରୀ, ଓକିଲ, କୋର୍ଟ କର୍ମଚାରୀ, ପୋଲିସ ପ୍ରମୁଖ କୋଭିଡ-୧୯ ନିୟମାନୁଯାୟୀ ସାମାଜିକ ଦୂରତା ବଜାୟ ରଖିବା ସହ ମାସ୍କ ପରିଧାନ କରି ନିରାଡମ୍ବର ଭାବେ ସ୍ୱାଧୀନତା ଦିବସ ପାଳନ କରିଥିଲେ ।

ରାୟଗଡାରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ Odiabarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.