ନର୍ଲା,୧୫/୮: ସ୍ୱାଧୀନତା ଦିବସ ପାଳନ ଅବସରରେ ଡଃ. ବି ଆର ଆମ୍ବେଦକର କ୍ଲବ ମୁଣ୍ଡାଗାଁ, ଲାଞ୍ଜିଗଡ଼ ଦ୍ୱାରା ନେହରୁ ଯୁବ କେନ୍ଦ୍ର କଳାହାଣ୍ଡିର ମିଳିତ ସହଯୋଗରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କ୍ଲବର ସଭାପତି ବିଭୁତି ଭୂଷଣ ତାଣ୍ଡି ଏହି କାର୍ଯ୍ୟକ୍ରମ ପରିଚାଳନା କରି ଥିଲେ। ସ୍ୱଚ୍ଛ ଗାଁ, ସବୁଜ ଗାଁ ଅଭିଯାନ ୨୦୨୦ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମରେ ଜାତୀୟ ଯୁବ ସଚେତନ ମୋଟିଭେଟର ଲାଞ୍ଜିଗଡ ସାମନ୍ତ ମାଝୀ, ଉପସଭାପତି ଭୁଜ ନାଏକ, ସାହିଲ ତାଣ୍ଡି, ଭାଗିରଥି ତାଣ୍ଡି, ପରମାନନ୍ଦ କରୁଆଁ, ଶ୍ୟାମ ସୁନ୍ଦର ସୁନା, ଶତ୍ରୁଘନ ବେମାଳ, ନେପାଳ କରୁଆଁ, ଅଜୟ ନାଏକ, ଅର୍ଜୁନ ବେନୁଆ, ଦୟାନିଧି ବେମାଳ, କର୍ଣ୍ଣ ବାଗ ପ୍ରମୁଖ ସାହଯୋଗ କରିଥିଲେ।
ସ୍ବତନ୍ତ୍ର ପ୍ରତିନିଧି ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in