୪ ମାସ ମଧ୍ୟରେ ଉଠିଲା ପିଚୁ : ବିଶ୍ୱନାଥପୁର-ବନ୍ଧପାରି ରାସ୍ତା ନିର୍ମାଣରେ ନିମ୍ନମାନର କାର୍ଯ୍ୟ ଅଭିଯୋଗ

କଳାହାଣ୍ଡି/ଲାଞ୍ଜିଗଡ,୧୬/୮: ବର୍ଷା ଦିନ ଆସୁ ଆସୁ ଲାଞ୍ଜିଗଡ ବ୍ଲକରେ ବିଭିନ୍ନ ରାସ୍ତା ଘାଟର ଅବସ୍ଥା ଶୋଚନୀୟ ହୋଇ ପଡିଛି। ଏମିତିକି ନୂଆ କରି ତିଆରି ଚାଲିଥିବା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ସଡକ ଅବସ୍ଥା ବି ଖରାପ। ନିର୍ମାଣ ଶେଷ ନ ହେଉଣୁ ରାସ୍ତାରୁ ପିଚୁ ଉଠିଯିବା ସହ ବଡ ବଡ ଖାଲ ଖମା ସୃଷ୍ଟି ହୋଇ ସାରିଲାଣି। ପରିସ୍ଥିତି ଏଭଳି ହୋଇଛି ଯେ ବର୍ଷା ହେବା କ୍ଷଣି ରାସ୍ତାରେ ଯୋଗାଯୋଗ ଠପ୍ ହୋଇଯାଉଛି।ଠିକାଦାରଙ୍କ ଲାଭଖୋର ନୀତିକୁ ଆଖି ବୁଜି ସମର୍ଥନ ଦେଉଥିବା ଜିଲ୍ଲା ମୁଖ୍ୟ ଉନ୍ନୟନ ବିଭାଗ ସବୁ ଜାଣି ଅଜଣା ସାଜିଛି ବୋଲି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଚାଲିଛି। ରାସ୍ତାର ଦୁରବସ୍ଥା ଯୋଗୁଁ ଲୋକେ ଯାତାୟାତରେ ଘୋର ଅସୁବିଧା ଭୋଗୁଥିବା ବେଳେ ରୋଗୀ, ଗର୍ଭବତୀ, ପ୍ରସୂତି ମହିଳାଙ୍କୁ ନେବା ଆଣିବାରେ ସମସ୍ୟା ଦେଖା ଦେଉଛି। ଏନେଇ ବାରମ୍ବାର ଅଭିଯୋଗ ପରେ ବିଭାଗୀୟ କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ନେଉନଥିବା ଅଭିଯୋଗ ହେଉଛି।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଅଭିଯୋଗ ଅନୁସାରେ ବିଶ୍ୱନାଥପୁର ଠାରୁ ବନ୍ଧପାରି ରାୟଗଡା ଜିଲ୍ଲା ଓ ଭବାନୀପାଟଣା ସଂଯୋଗ କରୁଥିବା ରାସ୍ତା ଏକ ପ୍ରମୁଖ ରାସ୍ତା ହୋଇଥିବା ବେଳେ ଏହା ଦୁଇ ଗୋଟି ଜିଲ୍ଲାର ଯାତାୟାତରେ ସହାୟକ ହୋଇଥାଏ। ସେହିପରି ଲାଞ୍ଜିଗଡ ବ୍ଲକର ଦୁର୍ଗମଞ୍ଚଳର ୭ ଗୋଟି ପଞ୍ଚାୟତର ୧୬୦ ରୁ ଉର୍ଦ୍ଧ ଗାଁକୁ ସଂଯୋଗ କରିବା ପାଇଁ ଏହା ମୁଖ୍ୟ ରାସ୍ତା ହୋଇଥିବା ବେଳେ ଗ୍ରାମ୍ୟ ଉନ୍ନୟନ ଅଧୀନରେ ଏହା ରହିଛି।ତେବେ ରାସ୍ତାରେ ନିମ୍ନମାନର କାମ ଯୋଗୁଁ ବନ୍ଧପାରି ଠାରୁ ବିଶ୍ୱନାଥପୁର ମଧ୍ୟରେ ବିଭିନ୍ନ ସ୍ଥାନରେ ପିଚୁ ଉଠିଥିବା ବେଳେ ତକଳାଶୁର ନିକଟସ୍ଥ ବ୍ରିଜ ପାଖରେ ପ୍ରାୟ ୧ କିମି ରାସ୍ତାରୁ ମାତ୍ର ୪ ମାସ ମଧ୍ୟରେ ପିଚୁ ଉଠିଯାଇ ବଡ ବଡ ଖାଲ ସୃଷ୍ଟି ହୋଇଛି। ଯାହା ଫଳରେ ଯାତାୟାତ ରେ ଘୋର ଅସୁବିଧା ଯୋଗୁଁ ଅଞ୍ଚଳବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏନେଇ ଲାଞ୍ଜିଗଡ ବ୍ଲକ ଗ୍ରାମ୍ୟ ଉନ୍ନୟନ ଦାଇତ୍ୱରେ ଥିବା କନିଷ୍ଠ ଯନ୍ତ୍ରୀ ବସନ୍ତ ବେହେରାଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିଲେ ମଧ୍ୟ ସମ୍ଭବ ହୋଇ ପାରିନଥିଲା। ଜିଲ୍ଲା ପ୍ରଶାସନ ଓ ବିଭାଗୀୟ ଉଚ୍ଚ କତ୍ତୃପକ୍ଷ ଏଦିଗରେ ଦୃଷ୍ଟି ଦେଇ ରାସ୍ତା ନିର୍ମାଣ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

Udyog Nursery
Udyogi Nursery

କଳାହାଣ୍ଡିରୁ କ୍ଷମାନିଧି ମହାକୁଡ଼ (ମୁନ୍ନା)ଙ୍କ ସହ ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.