ଗୁଡାରୀ ବ୍ଲକର ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ମିଶ୍ରଙ୍କ ବିୟୋଗ

ରାୟଗଡ,୧୬/୮: ରାୟଗଡ ଜିଲ୍ଲା ଗୁଡାରି ବ୍ଳକର ଓଡିଶା ଭାସ୍କର ସମ୍ବାଦ ପତ୍ରିକାର ବ୍ଲକ ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ ତ୍ରିଲୋଚନ ମିଶ୍ରଙ୍କ ଗତକାଲି ରାତ୍ର ୯ ଘଣ୍ଟା ସମୟରେ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି। ସେ କିଛି ଦିନ ହେଲା ଶ୍ୱାସ ଜନିତ ରୋଗରେ ପୀଡିତ ଥାଇ ଚିକିତ୍ସିତ ହେଉଥିଲେ । ତାଙ୍କର ବିୟୋଗରେ ଗୁଡାରି ଅଞ୍ଚଳ ସମେତ ଜିଲ୍ଲାର ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। । ସ୍ୱର୍ଗତ ଶ୍ରୀ ମିଶ୍ର ଶିକ୍ଷକତାରୁ ଅବସର ନେବା ପରେ ସାମ୍ବାଦିକ ଜୀବନ ଆରମ୍ଭ କରିଥିଲେ । ଦୀର୍ଘ ବର୍ଷ ଧରି ରାଜ୍ୟ ଓୟୁଡବ୍ଳୁଜେ ସାମ୍ବାଦିକ ସଂଘର ରାୟଗଡ ଜିଲ୍ଲାର ସାଧାରଣ ସମ୍ପାଦକ ଭାବେ ନିଜର ଦାୟିତ୍ୱ ତୁଲାଇ ଆସୁଥିଲେ । ଏଥି ସହ ରାୟଗଡ ଜିଲ୍ଲା ସାମ୍ବାଦିକ ସଂଘର ଉପଦେଷ୍ଟା ଭାବେ ରହିଥିଲେ । ଏକ ଦକ୍ଷ ସଂଗଠକ ହିସାବରେ ସେ ବହୁତ ଖ୍ୟାତି ଅର୍ଜନ କରିପାରିଥିଲେ । ତାଙ୍କ ମୃତ୍ୟୁ ଖବର ପାଇ ଜିଲ୍ଲା ତଥା ରାଜ୍ୟ ସାମ୍ବାଦିକ ମହଲରେ ଶୋକର ଛାୟା ଖେଳିଯାଇଛି। ମୃତ୍ୟୁ ସମୟରେ ତାଙ୍କ ପାଖରେ ତିନି ଝିଅ ଜ୍ବାଇଁ ଉପସ୍ଥିତ ରହିଥିଲେ। ରାତ୍ର ତିନି ଘଣ୍ଟା ସମୟରେ ବଂଶଧାରା ନଦୀ ତଟରେ ତାଙ୍କ ଶେଷ କୃତ୍ୟ ସମ୍ପାଦନା ହୋଇଥିଲା।

Omkar Vasthu
Omkar Vasthu

ରାୟଗଡରୁ ଶିବ ନାରାୟଣ ଗୈାଡଙ୍କ ରିପୋର୍ଟ OdiaBarta.in

Pearl dental clinic
Near Ashish Medical Store, Bhawanipatna

Click here to get 24×7 News & Views alerts👇🏻

Udyog Nursery
Udyogi Nursery

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

 

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.