ନର୍ଲା,୧୭/୮: ନର୍ଲା ବ୍ଲକ ଅନ୍ତର୍ଗତ ପଲସାପଡା ଗ୍ରାମରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡି ପକ୍ଷରୁ ଏକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି।
ସଂଗଠନର ନର୍ଲା ବ୍ଲକ ସଭାପତି ନରେଶ ନାଏକଙ୍କ ଜନ୍ମ ଦିନରେ ‘ଆସ ଆମେ ଗଛ ଲଗାଇବା, ଗୋଟେ ନିଜ ପାଇଁ ତ ଅନ୍ୟଟି ସମାଜ ପାଇଁ’ ଏହି ଉକ୍ତିକୁ ପଥେୟ କରି ଗ୍ରାମର ଶୈବ ପୀଠ ପାଖରେ ଥିବା ସରକାରୀ ପଡିଆ ଓ ରାସ୍ତାର ଦୁଇ କଡ଼ରେ ଚାରା ରୋପଣ କରାଯାଇଥିଲା।
ଉକ୍ତ କାର୍ଯ୍ୟକ୍ରମରେ ସୋସିଆଲ ଆକ୍ଟିଭିଷ୍ଟ ଅଫ କଳାହାଣ୍ଡିର ଇଷ୍ଟ ଜୋନ ସଭାପତି ମିଲନ କୁମାର ଭୋଇ , ନର୍ଲା ବ୍ଲକର ସମ୍ପାଦକ ଶୁକଦେବ ସାହୁ, ଉପସଭାପତି ଲୋକେଶ ସାହୁ, ସହ ସମ୍ପାଦକ ରଶ୍ମିରଞ୍ଜନ ସା, କୋଷାଧ୍ୟକ୍ଷ ସୌମ୍ୟରଞ୍ଜନ ସା, ନିର୍ଦ୍ଦେଶକ ପ୍ରତ୍ୟୁଷ କୁମାର ଭୋଇ,
ମୋଟିଭେଟର ହେମସଗାର ସାହୁ, କାର୍ଯ୍ୟନିର୍ବାହୀ ଅଧିକାରୀ ସରୋଜ କୁମାର ପ୍ରଧାନ, ଦିଗାମ୍ବର ନାଏକ, ସ୍ବେଚ୍ଛାସେବୀ ଅସୀମ ଭୋଇ, ବବ୍ଲୁ ଭୋଇ, ଥବିର ନାଏକ ଓ ଗ୍ରାମବାସୀ ଉପସ୍ଥିତ ଥିଲେ। କୋଭିଡ୍ ନିୟମ ପାଳନ ସହ ସାମାଜିକ ଦୂରତା ବଜାୟ ରଖି କାର୍ଯ୍ୟକ୍ରମ ପରିଚାଳିତ ହୋଇଥିଲା।
ନର୍ଲାରୁ ନିରଞ୍ଜନ ଗୈାଡଙ୍କ ରିପୋର୍ଟ OdiaBarta.in