ସଡ଼କ ଦୁର୍ଘଟଣାରେ ୨ ଗୁରୁତର, ଜଣେ ଆହତ

ନିର୍ଦ୍ଧିଷ୍ଟ ସ୍ଥାନରେ ଗୋଟିଏ ବର୍ଷରେ ଗଲାଣି ୨ଜୀବନ

ମ.ରାମପୁର:୧୭/୮: ସୋମବାର ସନ୍ଧ୍ୟାରେ ମ.ରାମପୁର-ରିଷିଡ଼ା ପୂର୍ତ୍ତବିଭାଗ ରାସ୍ତା ତୁଜୁଙ୍ଗ ତାରିଣୀ ମନ୍ଦିର ନିକଟରେ ଦୁଇଟି ବାଇକ ସାମ୍ନାସାମ୍ନୀ ଧକ୍କା ହେବା ଫଳରେ ଜଣେ ଗୁରୁତର ହେଇଥିବାବେଳେ ଅନ୍ୟ ଦୁଇଜଣ ଆହତ ହେଇଛନ୍ତି ।

Omkar Vasthu
Omkar Vasthu

ପ୍ରାପ୍ତ ସୂଚନା ମୁତାବକ ନୁନ୍‌ପୁର ଗ୍ରାମ ପଂଚାୟତର ଜାମବାହାଲି ଗ୍ରାମର ମଧୁବନ ରଣାଙ୍କ ପୁତ୍ର ରଞ୍ଜିତ ରଣା(୨୧) ନିଜ ବାଇକରେ କୌଣସି କାମରେ ମ.ରାମପୁର ଆସି ଫେରୁଥିବାବେଳେ ଓଡ଼ିଆମୁଣ୍ଡା ଗ୍ରାମର ମନ୍ଦିର ସାହୁଙ୍କ ପୁତ୍ର ଆକାଶ ସାହୁ ଓ ଦନାର ସାହୁଙ୍କ ପୁତ୍ର ନାରାୟଣ ସାହୁ ସହିତ ଫପ୍ସୀ ଛକ ନିକଟରେ ସାମ୍ନାସାମ୍ନୀ ଧକ୍କା ହେଇଥିବା ଜଣାଯାଇଛି ।

Pearl dental clinic
Near Ashish Medical Store, Bhawanipatna

Udyog Nursery
Udyogi Nursery

ଖବର ପାଇ ଘଟଣାସ୍ଥଳରେ ମ.ରାମପୁର ତହସିଲଦାର ସୟଦ ଇସାକ ମଦିନା ଓ ଥାନାଧିକାରୀ ଗୋବିନ୍ଦ ମାଝୀ ପହଂଚି ଗୁରୁତରଙ୍କୁ ପ୍ରଥମେ ମ.ରାମପୁର ଡ଼ାକ୍ତରଖାନାକୁ ଆଣିବା ପରେ ଗୁରୁତର ରଞ୍ଜିତ ଓ ଆକାଶଙ୍କୁ ଭବାନୀପାଟଣା ସ୍ଥାନାନ୍ତର କରିଥିବାବେଳେ ନାରାୟଣଙ୍କ ମ.ରାମପୁର ଡ଼ାକ୍ତରଖାନାରେ ଚିକିତ୍ସା କରାଯାଉଛି ।

ତେବେ ନିର୍ଦ୍ଧିଷ୍ଟ ଇଲାକାରେ ଗତ ଏକ ବର୍ଷ ମଧ୍ୟରେ ଦୁଇଜଣଙ୍କ ପ୍ରାଣହାନୀ ହେଇଥିବାବେଳେ ବିଭିନ୍ନ ସମୟରେ ସଡ଼କ ଦୁର୍ଘଟଣା ଘଟି ଅନେକେ ଆହତ ହେଇଛନ୍ତି । ତେଣୁ ଉକ୍ତ ଅଂଚଳରେ ଦୁର୍ଘଟଣାପ୍ରବଣ ଅଂଚଳର ସାଇନବୋର୍ଡ଼ ଲଗାଯିବାପାଇଁ ନୁନପୁର ସରପଂଚ ସୁବାସିନୀ ନାଏକ ଦାବୀ କରିଛନ୍ତି ।

କଳାହାଣ୍ଡିରୁ ହେମନ୍ତ ସାହୁଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.