କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବାପରେ ନିଆଗଲା ପଦକ୍ଷେପ
ଲାଞ୍ଜିଗଡ,୧୮/୮: ଲାଞ୍ଜିଗଡ଼ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର (ସିଏଚସି)ରେ ଜଣେ କୋଭିଡ୍ ଯୋଦ୍ଧା ପଜିଟିଭ୍ ଚିହ୍ନଟ ହେବା ପରେ ସିଏଚସିକୁ ୩ ଦିନ ପାଇଁ ସଟଡାଉନ୍ ଘୋଷଣା କରିଛି ସ୍ୱାସ୍ଥ୍ୟ ବିଭାଗ। ସୋମବାର ଲାଞ୍ଜିଗଡ଼ଠାରେ ୪୪ ଜଣଙ୍କ ରେପିଟ୍ ଆଣ୍ଟିଜେନ୍ ଟେଷ୍ଟ ହୋଇଥିଲା ସେଥିମଧ୍ୟରୁ ଲାଞ୍ଜିଗଡ଼ ସିଏଚସିର ଜଣେ କୋଭିତ୍ ଯୋଦ୍ଧା କରୋନା ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ୪୩ ଜଣଙ୍କ ରିପୋର୍ଟ ନେଗେଟିଭ୍ ଆସିଥିଲା। ସିଏଚସିରେ ରୋଗୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏହି ସଟଡାଉନ୍ ନିଷ୍ପତ୍ତି ନିଆଯଖଇଥିବା ବେଳେ କୋଭିଡ୍ ଯୋଦ୍ଧାଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ସ୍ୱାସ୍ଥ୍ୟ କର୍ମଚାରୀଙ୍କ କୋଭିଡ୍ ଟେଷ୍ଟ ମଙ୍ଗଳବାର କରାଯିବ ବୋଲି ଜଣା ଯାଉଛି।
ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ Odiabarta.in