ଅମୁର୍ଚ୍ଛା ଗଉଡଙ୍କ ବିୟୋଗରେ ଶୋକସଭା

କଳାହାଣ୍ଡି,୧୯/୮: କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ଥବିର ଗଉଡଙ୍କ ଧର୍ମପତ୍ନୀ ଅମୁର୍ଛା ଦେବୀଙ୍କ ବିୟୋଗରେ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ସ୍ବର୍ଗତ ଅମୁର୍ଛା ଗଉଡ ଗତ ଅଗଷ୍ଟ ୮ ତାରିଖ ଦିନ ଦିନ ୮୫ ବର୍ଷ ବୟସରେ ଇହଲିଳା ସମ୍ବରଣ କରିଥିବାବେଳେ ମଙ୍ଗଳବାର ତାଙ୍କର ଏକଦଶାହ କାର୍ଯ୍ୟ ସଂପର୍ଣ୍ଣ ହୋଇଛି। ସେ ଜଣେ ଧର୍ମପରାୟଣ ମହିଳା ଭାବେ ଅଞ୍ଚଳରେ ସୁପରିଚିତ ଥିଲେ।

କାଣ୍ଡେଲ ଠାରେ ଆୟୋଜିତ ଶୋକ ସଭାରେ କଳାହାଣ୍ଡି ଜିଲ୍ଲା ଯାଦବ ମହାସଭା ଉପସଭାପତି ଦୁଲ୍ଲଭ ମାହାର, କେସିଙ୍ଗା ଏନଏସିର ପୂର୍ବତନ ଅଧ୍ୟକ୍ଷ ରମାକାନ୍ତ ଗଉଡ, କଳାହାଣ୍ଡି ଯୁବ ଯାଦବ ମହାସଭା ସଭାପତି ଗୋବିନ୍ଦ ବନଛୋର, ଉପ-ସଭାପତି ସୁନୀଲ କୁମାର ଧଙ୍ଗଡାମାଝୀ, ସହ ସଂପାଦକ ତ୍ରିଲକ୍ଷ ନାଏକଙ୍କ ସହ କାଣ୍ଡେଲ ଆଞ୍ଚଳିକ ଯାଦବ ସମିତି ସଂପାଦକ ତ୍ରିପୁର ନାଏକ, କାଣ୍ଡେଲ ଗ୍ରାମ୍ୟ ଯାଦବ ସମିତି ସଭାପତି ଉଦେସିଂ ନାଏକ, କର୍ଲାଖୁଣ୍ଟା ଗ୍ରାମ୍ୟ ଯାଦବ ସମିତି ସଂପାଦକ ଲକ୍ଷ୍ମୀକାନ୍ତ ନାଏକ, ସ୍ବର୍ଗତ ଅମୁର୍ଛା ନାଏକଙ୍କ ପାଞ୍ଚ ପୁଅଝିଅ କୁରୁପତି ଗଉଡ, ହେମନ୍ତ ଗଉଡ, ଗୌରୀ, ଜମ୍ବୁବତୀ ଓ ଲଲିତା ଏବଂ ପୌତ୍ର ଦାମୋଦର ଗଉଡ, ଗଣନାଥ ଗଉଡ ଏବଂ ଆତ୍ମିୟ ସ୍ବଜନ ଉପସ୍ଥିତ ଥିଲେ ।


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.