ଗୁଣପୁର,୧୯/୮: କରୋନା କାଳରେ ସମସ୍ତେ ଘରେ। ପ୍ରକୃତି, ପରିବେଶର ଅବଦାନ ମର୍ମେମର୍ମେ ଅନୁଭବ କରୁଛନ୍ତି ସମସ୍ତେ। ସାମ୍ପ୍ରତିକ ପରିସ୍ଥିତିରେ ପରିବେଶ ସୁରକ୍ଷାକୁ ଦୃଷ୍ଟିରେ ରଖି ୭୪ତମ ସ୍ୱାଧୀନତା ଦିବସ ଅବସରରେ ରାୟଗଡ ଜିଲ୍ଲା ରାମନାଗୁଡା ବ୍ଲକ ଲିମାପଦର ସୀତାରାମ ଯୁବକ ସଂଘ ଏକ ଅନନ୍ୟ ପଦକ୍ଷେପ ନେଇଛି। ଗାଁର ଜାଗ୍ରତ ଯୁବକମାନଙ୍କ ଦ୍ୱାରା ବୃକ୍ଷରୋପଣ କରାଯାଇଛି। ପ୍ରଥମେ ସଂଘର ସଦସ୍ୟଙ୍କ ଦ୍ୱାରା କୋଭିଡ ନିୟମ ପାଳନ କରି ଜାତୀୟ ପତାକା ଉତ୍ତୋଳନ କରାଯାଇଥିଲା। ପରେ ପୁରା ଗ୍ରାମକୁ ସଫେଇ କରାଯିବା ସହ ଲିମାପଦର-ଗୁଣପୁର ମୁଖ୍ୟ ରାସ୍ତା କଡରେ କୃଷ୍ଣଚୁଡା, କଦମ୍ବ ଆଦି ବୃକ୍ଷରୋପଣ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସଂଘର ହରପ୍ରସାଦ ରଥ, ମଧୁସୂଦନ ପଣ୍ଡା, ପ୍ରପନ୍ନ ତ୍ରିପାଠୀ, ସନ୍ତୋଷ ପଣ୍ଡା, ଦୀପକ ପଣ୍ଡା, ସୁଧାଂଶୁ ପଣ୍ଡା, ସୁନୀଲ ପାଢ଼ୀ, ଶାନ୍ତନୁ ପଣ୍ଡା, ଚିନ୍ମୟ ରଥ ଏବଂ ଅକ୍ଷୟ ପଣ୍ଡା ପ୍ରମୁଖ ସାମିଲ ଥିଲେ। ଜାଗ୍ରତ ଯୁବଶକ୍ତିଙ୍କ ପରିବେଶ ସଜାଡ଼ିବା କାର୍ଯ୍ୟକୁ ଜନସାଧାରଣ ଭୂରିଭୂରି ପ୍ରଶଂସା କରିଛନ୍ତି।





