ରିଷିଡ଼ାର ସଂକ୍ରମିତଙ୍କ ପରିବାରର ସମସ୍ତଙ୍କ ରିପୋର୍ଟ ନେଗେଟିଭ
କଳାହାଣ୍ଡି ,୧୯/୮: ଆଜି କର୍ଲାମୁଣ୍ଡା ବ୍ଲକରେ ୨ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନେ ରାୟଗଡାରେ ଥିଲେ ଓ ଆଜି ରିଷିଡ଼ା ଠାରେ ଅନୁଷ୍ଠିତ ରାପିଡ ଆଣ୍ଟିଜେନ ଟେଷ୍ଟ କ୍ୟାମ୍ପକୁ ଆସି ପରୀକ୍ଷା କରିଥିଲେ ।
ପ୍ରକାଶଥାଉକି ଗତକାଲି ଅନୁଷ୍ଠିତ ଆଣ୍ଟିଜେନ ଟେଷ୍ଟରେ ରିଷିଡ଼ାର ଜଣେ ଯୁବକ କରୋନା ଆକ୍ରାନ୍ତ ବୋଲି ଚିହ୍ନଟ ହେବା ପରେ ସନ୍ଧ୍ୟାରେ ତହସିଲଦାର ବାସନ୍ତୀ ସେଠୀ, ବିଡିଓ ପ୍ରିୟଦର୍ଶନୀ ମିର୍ଧା, ସରପଞ୍ଚ ସରସ୍ଵତୀ ମାଝୀ ସମ୍ପୃକ୍ତ ଅଞ୍ଚଳ ପରିଦର୍ଶନ କରିଥିଲେ । ଆକ୍ରାନ୍ତଙ୍କ ପଡ଼ାକୁ କାଣ୍ଟେନମେଣ୍ଟ ଜୋନ୍ ଓ କହ୍ନାରପଡା ଠାରୁ ପେଟ୍ରୋଲ ପମ୍ପ ଏରିୟାକୁ ବଫର ଜୋନ୍ ଘୋଷଣା କରିଥିଲେ । ସରପଞ୍ଚ ରିଷିଡ଼ାକୁ ୭୨ ଘଣ୍ଟା ସଟଡାଉନ ଘୋଷଣା କରିଥିଲେ । କିନ୍ତୁ ଜିଲ୍ଲାପାଳ ଏହି ସଟଡାଉନର ଅବଧିକୁ ୨୪ ତାରିଖ ମଧ୍ୟରାତ୍ରୀ ପର୍ଯନ୍ତ ବୃଦ୍ଧି କରିଛନ୍ତି ।
ତେବେ ଆଜି ରିଷିଡ଼ା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସ୍ଵତନ୍ତ୍ର କ୍ୟାମ୍ପ ରେ ସମ୍ପୃକ୍ତ ଆକ୍ରାନ୍ତଙ୍କ ପରିବାର, ସେ ରହୁଥିବା ତଳିବନ୍ଧ ପଡାର ସମସ୍ତ ଲୋକ, ତାଙ୍କ ସଂସ୍ପର୍ଶ ରେ ଆସିଥିବା ବିଭିନ୍ନ ଲୋକଙ୍କର ଆଣ୍ଟିଜେନ ଟେଷ୍ଟ କରାଯାଇଥିଲା । ଏଥିରେ ମୋଟ ୧୫୨ ଜଣଙ୍କର ପରୀକ୍ଷା କରାଯାଇଥିବାବେଳେ ଆକ୍ରାନ୍ତଙ୍କ ପରିବାରର ସମସ୍ତ ଲୋକ ତଥା ଅନ୍ୟ ସମସ୍ତଙ୍କ ରିପୋର୍ଟ ନେଗେଟିଭ ଆସିଥିବା ଜଣାଯାଇଛି ।
ଆଜିର ଏହି ପରୀକ୍ଷା କ୍ୟାମ୍ପକୁ ଆୟୁଷ ଡାକ୍ତର ସୁଧାଂଶୁ କୁମାର ବେଦବାକ ଓ ରାଜେଶ କୁମାର ପଧାନ ପରିଚାଳନା କରିଥିବାବେଳେ ସ୍ୱାସ୍ଥ୍ୟକର୍ମୀ ପବିତ୍ର ନାଏକ ଓ ଶଙ୍କର ନନ୍ଦ ସହଯୋଗ କରିଥିଲେ । ଏଲ.ଟି ପ୍ରଶାନ୍ତ ସାହୁ ଓ ପ୍ରିୟବ୍ରତ ନାଏକ ପରୀକ୍ଷା କରିଥିବାବେଳେ ସୁରଭି ସାହୁ, ସିମା ଭୋଇ, ପ୍ରଭାତୀ ବାରିକ, ସୁଶାନ୍ତ ନାଏକ ମାନସ ରଞ୍ଜନ ତାଣ୍ଡି , ଅନିରୁଦ୍ଧ ବାଗ , ବିଜୟ ସାହୁ , ରାଜୀବ ଲୋଚନ ଭୋଇ ସହଯୋଗ କରିଥିଲେ । ଏହି ପରୀକ୍ଷା ସମୟରେ କର୍ଲାମୁଣ୍ଡା ସିଏଚସି ଇନଚାର୍ଜ ଡାଃ ସୋମ୍ୟରଞ୍ଜନ ପାତ୍ର, ବିପିଏମ ଅଜିତ ସିଂ କୁମାର, ଜନସ୍ୱାସ୍ଥ୍ୟ ଅଧିକାରୀ କିଶୋର ଚନ୍ଦ୍ର ଦାସ, ସରପଞ୍ଚ ସରସ୍ଵତୀ ମାଝୀ ଉପସ୍ଥିତ ରହିଥିଲେ । ତେବେ ରିଷିଡ଼ାର ଆକ୍ରାନ୍ତ ରୋଗୀଙ୍କୁ ହୋମ ଆଇସୋଲେସନ ରଖାଯାଇଥିବା ବେଳେ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କୁ ରାଜପୁର କୋଭିଡ କେୟାର ହୋମରେ ରାଖାଯାଇଛି ।
କଳାହାଣ୍ଡିରୁ ନରୋତ୍ତମ ସେଲମାଙ୍କ ରିପୋର୍ଟ OdiaBarta.in