ମୁଣ୍ଡାଗାଁରେ ଚାଷୀଙ୍କୁ ବିଭିନ୍ନ ପ୍ରକାର କୃଷି ଔଷଧ ବଣ୍ଟନ

ଲାଞ୍ଜିଗଡ,୧୯/୮: କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ କମର୍ଦ୍ଧା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁଠାରେ ଲାଞ୍ଜିଗଡ଼ ବ୍ଲକ କୃଷିବିଭାଗ ପକ୍ଷରୁ ଅତିରିକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକଙ୍କ ତତ୍ତ୍ୱାବଧାନରେ ବୁଧବାର ୭୯ ଜଣ ଚାଷୀଙ୍କୁ ଔଷଧ ବଣ୍ଟନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଗୋଟିଏ ଚାଷୀ ପିଛା ଟକବେରିଆ ୨ କେଜି ୫୦୦ ଶହ ଗ୍ରାମ, ଟକମାର ୧ ଲିଟର, ଟେଗସନ୍ ୧୦୦ ଗ୍ରାମ, ଏଜୋସ୍ପେରିଲିୟମ ୫ ଲିଟର, ପିଏସବି ୫ ଲିଟର ଓ ରିଭାଇବ୍ ୨ ଶହ ୫୦ ଗ୍ରାମ ଲେଖାଏଁ ଔଷଧ ସାମଗ୍ରୀ ବଣ୍ଟନ କରାଯାଇଥିଲା।

Omkar Vasthu
Omkar Vasthu

Pearl dental clinic
Near Ashish Medical Store, Bhawanipatna

ଏହି କାର୍ଯ୍ୟକ୍ରମରେ କମର୍ଦ୍ଧା ସରପଞ୍ଚ କାନ୍ତି ପାତ୍ର, ଲାଞ୍ଜିଗଡ଼ ବ୍ଲକ ପୂର୍ବତନ ଉପାଧ୍ୟକ୍ଷ ଜଗଦୀଶ ବେନିଆଁ, ଏଓ ଦିପକ କୁମାର ଜେନା, କୃଷକ ସାଥୀ ସଞ୍ଜିବ କୁମାର ବୁଦ୍ଧିଆ ଓ ଅର୍ଜୁନ ମାଝୀ, କମର୍ଦ୍ଧା ଗ୍ରାମ ପଞ୍ଚାୟତ ବିଜେଡି ସଭାପତି ବିରାଜ ପନ୍ଦର ପ୍ରମୂଖ ଉପସ୍ଥିତ ଥିଲେ।

Udyog Nursery
Udyogi Nursery

ପୂର୍ବରୁ ମୁଣ୍ଡା ଗାଁଠାରେ ଲାଞ୍ଜିଗଡ଼ ବ୍ଲକ କୃଷି ବିଭାଗ ପକ୍ଷରୁ ୭୯ ଜଣ ଚାଷୀଙ୍କୁ ୫୦ ହେକ୍ଟର ଚାଷଜମିରେ ଧାଡ଼ି ରୁଆ ଧାନ ପାଇଁ ଜଣ ପିଛା ୪୦ କେଜି ଲେଖାଏଁ ଧାନ ଦିଆଯାଇଥିଲା। ବର୍ତ୍ତମାନ ଔଷଧ ବଣ୍ଟନ କରାଯାଇଛି।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗ (ନିଲେଶ)ଙ୍କ ରିପୋର୍ଟ OdiaBarta.in

Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.