ମରୁଡ଼ି ଘୋଷଣା ଦାବି ପରେ କ୍ଷେତ୍ର ପରିଦର୍ଶନ କଲେ କୃଷି ଓ ରାଜସ୍ୱ ଅଧିକାରୀ

ଲାଞ୍ଜିଗଡ଼,୨୦/୮,କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ଼ ବ୍ଲକ ଗୋବର୍ଦ୍ଧନପୁର ଗ୍ରାମପଞ୍ଚାୟତର ଗୋପାଳପୁର ଗାଁରେ ଉତ୍କଟ ମରୁଡିର ପଦଧ୍ୱନୀକୁ ନେଇ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଆଜି କୃଷି ଓ ରାଜସ୍ୱ ବିଭାଗର ଅଧିକାରୀମାନେ ଗାଁକୁ ଯାଇ କ୍ଷେତ୍ର ପରିଦର୍ଶନ କରିଛନ୍ତି । ସୂଚନାଯୋଗ୍ୟ ଯେ, ଏହି ଗାଁର ୬୩୦ ଏକର ଜମି ମଧ୍ୟରୁ ଚାଷୀମାନେ ଧାନାବୁଣା ଓ ରୁଆ କରିଥିବାବେଳେ ବର୍ଷାଭାବ ଯୋଗୁଁ ଏବେ ବୁଣା ଧାନ ମରିବାକୁ ବସିଛି । ବର୍ଷା ଅଭାବରୁ ଧାନ ବିହୁଡା ହୋଇ ପାରୁନଥିବାବେଳେ ରୁଆ ଜମିରେ ମଧ୍ୟ ସମାନ ପରିସ୍ଥିତି ଦେଖାଦେଇଛି । ଗାଁର ଚାଷୀମାନେ କଳାହାଣ୍ଡି ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ କୃଷି ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିବାବେଳେ ଲାଞ୍ଜିଗଡ ବିଧାୟକ ପ୍ରଦୀପ କୁମାର ଦିଶାରି ମଧ୍ୟ ଏ ସଂପର୍କରେ ପଦକ୍ଷେପ ନେବାକୁ ପ୍ରତିଶ୍ରୁତି ଦେଇଥିଲେ ।

ଏ ସଂପର୍କରେ ଗଣମାଧ୍ୟମରେ ଖବର ପ୍ରକାଶ ପରେ ଲାଞ୍ଜିଗଡ ତହସିଲଦାର ମୁନୀନ୍ଦ୍ର ହୋନ୍ନାଗା ଓ ବ୍ଲକ କୃଷି ଅଧିକାରୀ ଚନ୍ଦ୍ରମୋହନ ଚାନ୍ଦଙ୍କ ନିର୍ଦ୍ଦେଶରେ ଲାଞ୍ଜିଗଡରୋଡ ରାଜସ୍ୱ ନିରୀକ୍ଷକ ତାପସ କୁମାର ମଙ୍ଗରାଜ, କର୍ମଚାରୀ ଗୁରୁଦେବ ମାଝୀ, ଅତିରିକ୍ତ କୃଷି ଅଧିକାରୀ ହିରଣ୍ୟ ବାରିକ, ଗ୍ରାମ୍ୟ କୃଷି ଅଧିକାରୀ ଲକ୍ଷ୍ମୀ ବିଶ୍ୱାଳ, କୃଷକ ସାଥୀ ସଞ୍ଜୟ ବିଶ୍ୱାଳ, ସରପଞ୍ଚ ସୁରେନ୍ଦ୍ର ମାଝୀ ପ୍ରମୁଖ କ୍ଷେତ୍ର ପରିଦର୍ଶନ କରି ଫେରିଯାଇଛନ୍ତି ।

ଗାଁର ଚାଷୀମାନଙ୍କ ସହ ଚାଷଜମି ବୁଲିବା ଦେଖିବା ସହ ଗାଁର କୃଷି ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ । ଏହାସହିତ ଗାଁରେ ମରୁଡି ପରିସ୍ଥିତି ସଂପର୍କରେ ଜିଲ୍ଲା କୃଷି ଅଧିକାରୀ ଓ ଜିଲ୍ଲା ପ୍ରଶାସନକୁ ରିପୋର୍ଟ୍ ଦେବା ସଂପର୍କରେ ସୂଚନା ଦେଇଥିଲେ । ତେବେ ଗାଁରେ ଜଳସେଚନର କୌଣସି ସ୍ଥାୟୀ ସୁବିଧା ନଥିବାରୁ ବାରମ୍ବାର ଚାଷ ନଷ୍ଟ ହେଉଥିବାବେଳେ ଏହାର ସ୍ଥାୟୀ ପ୍ରତିକାର ପାଇଁ ସାନ୍ଦୁଲ ନଦୀରୁ ଉଠାଜଳସେଚନ ବିଭାଗ ଦ୍ୱାରା ଉଠାଜଳସେଚନ ପ୍ରକଳ୍ପ କିମ୍ବା କ୍ଷୁଦ୍ରଜଳସେଚନ ବିଭାଗ ଦ୍ୱାରା ଲୋହରାଘାନିଠାରେ ଆନିକଟ କରି ଜଳସେଚନର ବ୍ୟବସ୍ଥା ପାଇଁ ଚାଷୀମାନେ ଦାବି କରିଛନ୍ତି ।

ଲାଞ୍ଜିଗଡ଼ ପ୍ରତିନିଧି ଦୁଃଖିଶ୍ୟାମ ନାଗଙ୍କ ରିପୋର୍ଟ OdiaBarta.in


Click here to get 24×7 News & Views alerts👇🏻

http://bit.ly/OBgroup4

Like us on Facebook👇🏻

https://facebook.com/odiabarta

Sunil Kumar Dhangadamajhi

𝐸𝑑𝑖𝑡𝑜𝑟, 𝑂𝑑𝑖𝑎𝐵𝑎𝑟𝑡𝑎.𝑖𝑛

http://odiabarta.in
error: You are not allowed to copy this content. Thank you.